32.9 C
Balāngīr
Saturday, July 12, 2025

ନକଟାମୁଣ୍ଡାରେ ବିଶ୍ଵ ଆଦିବାସୀ ଦିବସ ପାଳିତ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୯/୦୮) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଜୁଲୁଣ୍ଡl ପଞ୍ଚାୟତ ନକଟାମୁଣ୍ଡା କଲ୍ୟାଣମଣ୍ଡପ ଠାରେ ନିଖିଲ ଉତ୍କଳ କୁଲିସ ସମାଜ ଓଡ଼ିଶା ଆନୁକୁଲ୍ୟ ରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି l

ପ୍ରlରମ୍ଭ ରେ ମା କରମସାନିଙ୍କ ଠାରେ ପୂଜାର୍ଚ୍ଚନା ପରେ ଆଦିବାସୀ ନୃତ୍ୟ ଗୀତ, ପାରମ୍ପରିକ ବେଶଭୂଷାରେ ଏକ ବିରାଟ ଶୋଭଯାତ୍ରାରେ ଗ୍ରାମ ପରିକ୍ରମା ପରେ ସଭା କାର୍ଯ୍ଯ ଆରମ୍ଭ ହୋଇଥିଲା l ରାଜ୍ୟସଭାପତି ଧନସିଂ ମେହେର ଙ୍କ ଅଧ୍ୟ କ୍ଷତା ରେ ଆୟୋଜିତ ବୈଠକ ରେ ରଜ୍ୟସମ୍ପlଦକ ବାବୁଲାଲ ମେହେର, ମୁଖ୍ୟ ଉପଦେଷ୍ଟା ମହେନ୍ଦ୍ର ମେହେର, ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଆନନ୍ଦ ମେହେର, ସମ୍ପାଦକ ଦିଲ୍ଲିପ ମେହେର, ଉପସଭାପତି ସୁବାସ ମେହେର, ଆନନ୍ଦ ମେହେର, ସମ୍ବଲପୁର ଜିଲ୍ଲା ସଭାପତି ରଧେଶ୍ୟାମ ମେହେର, ବଲାଙ୍ଗିର ଜିଲ୍ଲା ସଭାପତି ଅକ୍ଷୟ ମେହେର, ସମ୍ପାଦକ ସଞ୍ଜୟ ମେହେର ପ୍ରମୁଖ ଯୋଗଦେଇ ବର୍ତ୍ତମାନ ସୁପ୍ରିମକୋର୍ଟ ଙ୍କ ୭ ଜଣିଆ ଖଣ୍ଡପୀଠ ର ଏକ ତରଫା, କ୍ରୀମିଲିୟର ମାନଦଣ୍ଡ ଅରଥାତ୍ କୋଟା ଭିତରେ କୋଟା ରାୟ କୁ ବିରୋଧ କରିବା ସହ ଆଗାମୀ ଦିନରେ ଆନ୍ଦୋଳନ ପୂର୍ବକ ରାଜରାସ୍ତାକୁ ଓହ୍ଲାଇବା କୁ କହିଥିଲେ ।

ରଞ୍ଜନ ମେହେର ସଭା ପରିଚାଳନା କରି ଥିବା ବେଳେ ଦିଲ୍ଲୀପ ମେହେର ଧନ୍ୟବାଦ ଦେଇଥିଲେ l ସଭାରେ ବରଗଡ, ସୁବର୍ଣ୍ଣପୁର, ବଲାଙ୍ଗିର, ସମ୍ବଳପୁର ଜିଲ୍ଲାର ଶତାଧିକ ଜାତି ଭାଇ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ପରିଚଳନlରେ ରାଜା ମେହେର, ନକୁଳ ମେହେର, ପୂର୍ଣ୍ଣ ମେହେର, ପ୍ରେମରାଜ ମେହେର, ଟଙ୍କଧର ମେହେର, ବିପିନ ମେହେର, କୃଷ୍ଣ ମେହେର, ସରୋଜ ମେହେର ପ୍ରମୁଖ ସହଯୋଗ କରିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...