32.9 C
Balāngīr
Tuesday, May 13, 2025

ନକଲି ପୋଲିସ ସାଜି ଟଙ୍କା ଠକେଇ ଓ ଲୁଟ ମାମଲା ରେ ଜଡିତ ଅଭିଯୁକ୍ତ ଗିରଫ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ବଲାଙ୍ଗୀର/ଟିଟିଲାଗଡ଼, (୨୮/୦୪) : ଆପ୍ର. : ପୋଲିସ ଡ୍ରେସ୍ ପିନ୍ଧି ନିଜକୁ ପୋଲିସ କହି ଟଙ୍କା ଠକେଇ ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି ।

ଟିଟିଲାଗଡ଼ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଡାକ୍ତରଖାନା କୁ ନିଜର ଜଣେ ସମ୍ପର୍କୀୟ ଙ୍କ ଚିକିତ୍ସା କରିବା ନିମନ୍ତେ କେସିଙ୍ଗା ପାଖର ପ୍ରଦିପ କୁମାର ନାମକ ଜଣେ ବ୍ୟକ୍ତି ଆସିଥିଲେ । ରବିବାର ଦିନ ଦ୍ୱିପହର ସମୟ ପ୍ରାୟ ୨ ଘଣ୍ଟା ୩୦ ମିନିଟ ସମୟରେ ସେ ନିକଟସ୍ତ ମହାରାଜ ସାଗର ପୋଖରୀ କୁ ଯାଇଥିଲେ । ଉକ୍ତ ସମୟ ରେ ଜଣେ ଅଜଣା ବ୍ୟକ୍ତି ପ୍ରଦୀପ ଙ୍କୁ ଅଟକାଇ ନିଜକୁ ପୋଲିସ କହି ତାଙ୍କ ଠାରୁ ଟଙ୍କା ମାଗିଥିଲେ । ପ୍ରଦୀପଙ୍କ ପାଖରେ ଟଙ୍କା ନ ଥିବାରୁ ଫୋନ ପେ ଜରିଆରେ ୭୦୦ ଟଙ୍କା ଏକ ନମ୍ବରକୁ ପଠାଇବା କୁ କହି ଥିଲା । ମୋବାଇଲ ଫୋନ ରେ ଟଙ୍କା ପଠେଇବା ପରେ ଉକ୍ତ ମୋବାଇଲ କୁ ଏକ ଧାରୁଆ ଛୁରୀ ଦେଖାଇ ଉକ୍ତ ମୋବାଇଲ ଲୁଟି ନେଇ ଚମ୍ପଟ ମାରିଥିଲା । ଏ ନେଇ ଘଟଣା ଘଟିବା ପରେ ତୁରନ୍ତ ଟିଟିଲାଗଡ଼ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ ପ୍ରଦୀପ ।

ଏହି ଖବର ପାଇ ଥାନାଧିକାରୀ କଲ୍ୟାଣୀ ବେହେରା ଏସ ଆଇ ହୀରା ଖାଲକୋ, ଏ ଏସ ଆଇ କାର୍ତ୍ତିକ ପ୍ରଧାନ, କପୁର ଚନ୍ଦ ପଧାନ, ହୋମ ଗାର୍ଡ ବୀଭିସନ୍ ସାହୁ ଓ ଅନ୍ୟ ପୋଲିସ ଟିମ ଘଟଣା ସ୍ଥଳ କୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ସହର ରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଖଜୁର ପଡ଼ା ଗ୍ରାମ ର ମୁକୁନ୍ଦ ବାଗ ନାମକ ଜଣେ ପୂର୍ବରୁ ବିଭିନ୍ନ ପ୍ରକାର ମାମଲା ଥିବା ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଥିଲେ। ଅଧିକ ତଦନ୍ତ କରିବା ସହ ତା ନାମରେ ପୂର୍ବରୁ ଅନେକ ଏଭଳି ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି ।

ଚୋରିରେ ବ୍ୟବହୃତ ହୋଇଥିବା ପୋଲିସ ଡ୍ରେସ, ଛୁରୀ, ଗୋଟିଏ ଓପୋ ମୋବାଇଲ, ସହ ନମ୍ବର ବିହୀନ ହୋଣ୍ଡା ଏକଟିଭା ସ୍କୁଟି ଜବତ କରିବା ଏକ ପ୍ରେସ ବିବୃତି ରେ ସୂଚନା ଦିଆଯାଇଛି । ଆଜି ସୋମବାର ଅପରାହ୍ନରେ ଟିଟିଲାଗଡ଼ ଥାନାରେ ଏସଡିପୀଓ ଯଶୋବନ୍ତ ନାରାୟଣ ପ୍ରଧାନି ଓ ଥାନାଧିକାରୀ କଲ୍ୟାଣୀ ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ବିବରଣୀ ପ୍ରଦାନ କରି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ନେଇ ସୂଚନା ଦେଇଛନ୍ତି।

- Advertisement -spot_img

More articles

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...