ରିପୋର୍ଟ : ସୁଭାସିସ ନାୟକ
ଭୁୁବନେଶ୍ୱର,(୨୯/୧୦) : ନନ୍ଦନକାନନ ପ୍ରାଣୀ ଉଦ୍ୟାନ କେନ୍ଦ୍ର କୁ ପ୍ରଥମଥର ପାଇଁ ଆସିବ ପୋର୍ଟେବୁଲ ଜନ୍ତୁ ଅଲଟ୍ରାସାଉଣ୍ଡ ମେସିନ । ଏଥିପାଇଁ ପିସିସିଫ ୱାଇଲଡଲାଇଫକୁ ନିବେଦନ କଲେ ନନ୍ଦନକାନନ କର୍ତ୍ତୃପକ୍ଷ ।
ଶାବକ ଜନ୍ମ ହେବାର ସମସ୍ୟା କୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କେନ୍ଦ୍ର କୁ ଏ ମେସିନ ଅଣାଯିବ । କେତୋଟି ଶାବକ ମା ପେଟରେ ରହିଛନ୍ତି, ସେ ସମ୍ପର୍କରେ ପଶୁ ଚିକିତ୍ସକଙ୍କୁ ସହାୟକ ହେବ ଏହି ମେସିନ । ଏ ନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ ସଞ୍ଜୀତ କୁମାର । ସେ କହିଛନ୍ତ ଗର୍ଭ ଧାରଣ ସମ୍ପର୍କିତ ସମସ୍ୟାକୁ ଏଡାଇ ପାରିବ ପୋର୍ଟେବୁଲ ଜନ୍ତୁ ଅଲଟ୍ରାସାଉଣ୍ଡ ମେସିନ ।
ଏହା ସହିତ ପୋର୍ଟେବୁଲ ଏକ୍ସରେ ମେସିନ ଓ ଗ୍ୟାସୀୟସ ମେସିନ ପାଇଁ ପିସିସିଏଫକୁ ନିବେଦନ କରିଛନ୍ତି । ୪୫ ଲକ୍ଷ ଟଙ୍କାରେ ସମସ୍ତ ମେସିନ ଅଣାଯିବ । ଏହା ସହ ଅତ୍ୟାଧୁନିକ ଅପରେସନ ଥିଏଟର ଗଢ଼ାଯିବ । ଏଥି ପାଇଁ ନୂତନ ଭେଟନାରୀ ଗୃହ ନିର୍ମାଣ କାମ ସରିଛି ବୋଲିି ସୂଚନା ଦେଇଛନ୍ତି ।