32.9 C
Balāngīr
Tuesday, May 13, 2025

ନବନିର୍ମିତ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ମହୋତ୍ସବ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଗୁଣପୁର, (୩/୫) : ଆପ୍ର. : ବହୁ ଦିନର ସଂଘର୍ଷ ପରେ ସରକାର ଓ ଜନସାଧାରଣଙ୍କ ପ୍ରଚେଷ୍ଟାରେ ଶେଷରେ ଗୁଣପୁର ଠାରେ ନିର୍ମାଣ ହୋଇଛି ଶ୍ରୀ ଗୁଣ୍ଡିଚା ମନ୍ଦିର ।WhatsApp Image 2025 05 03 at 15.49.22 2 ନବନିର୍ମିତ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ବର୍ତ୍ତମାନ ଏହି ନବନିର୍ମିତ ଗୁଣ୍ଡିଚା ମନ୍ଦିରର ପ୍ରତିଷ୍ଠା ଉତ୍ସବ ଚାରିଦିନ ବ୍ୟାପି ମହା ସମାରୋହରେ ପାଳିତ ହେଉଛି । ଗତ ୩୦ ତାରିଖ ସନ୍ଧ୍ୟାରେ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୧ ତାରିଖ ଦିନ ବଂଶଧାରା ନଦୀରେ ଗଙ୍ଗା ଆବାହନ ପରେ କଳସ ଯାତ୍ରା ସହିତ ନଗର ପରିକ୍ରମା କରାଯାଇଥିଲା । ଗଙ୍ଗା ଆବାହନ କାର୍ଯ୍ୟରେ କର୍ତ୍ତା ଭାବେ ନିରଞ୍ଜନ ପାଢ଼ୀ ଓ କାବେରୀ ପାଢ଼ୀ ଦାୟିତ୍ଵ ନିର୍ବାହ କରିଥିଲେ । କଳସ ଯାତ୍ରା ସମୟରେ ପୈାରାଧ୍ୟକ୍ଷା ମମତା ଗୈାଡ , ଉପାଧ୍ୟକ୍ଷ ଶିବ ପ୍ରସାଦ ଗୈାଡ ଙ୍କ ସହ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ‌। ଉପଖଣ୍ଡର ବିଭିନ୍ନ ଅଞ୍ଚଳରୁ ବହୁ ସଂକିର୍ତ୍ତନ ମଣ୍ଡଳୀ ଶୋଭାଯାତ୍ରାରେ ସାମିଲ୍ ହୋଇ ଭକ୍ତିପୂତ ପରିବେଶ ସୃଷ୍ଟି କରିଥିଲେ । ୨ ଓ ୩ ତାରିଖ ଦିନ ଯଥାକ୍ରମେ ଯଜ୍ଞଶାଳା ପ୍ରଵେଶ, ମଣ୍ଡଳ ପୂଜା, ଯଜ୍ଞକର୍ମାରମ୍ଭ, ଦେବତା ପୂଜନ, ପାର୍ଶ୍ଵଦେଵତା ପ୍ରତିଷ୍ଠା , ପ୍ରାସାଦ ପ୍ରତିଷ୍ଠା ଓ ରତ୍ନମୁଦ ପ୍ରତିଷ୍ଠା କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପନ ହୋଇଯାଇଛି । ରାଧା ଗୋପିନାଥ ବିଗ୍ରହ ଏବେ ଅସ୍ଥାୟୀ କୋଠାରେ ପୂଜା ପାଉଛନ୍ତି ।WhatsApp Image 2025 05 03 at 15.49.22 1 ନବନିର୍ମିତ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ଆସନ୍ତା କାଲି ଦେବତା ପ୍ରଵେଶ ପରେ ଯଜ୍ଞ କର୍ମ ସମାପନ ସହ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସମାପନ ହେବାର ସୂଚନା ରହିଛି । ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ଦାୟିତ୍ବରେ ବ୍ରହ୍ମା ଗୁପ୍ତେଶ୍ୱର ରଥଶର୍ମା, ନବୀନ ରଥ , ପ୍ରକାଶ ରଥ, କାଶୀ ମିଶ୍ର, ଗଣେଶ ଷଡ଼ଙ୍ଗୀ, ଲୋକନାଥ ଷଡ଼ଙ୍ଗୀ, କ୍ରିଷ୍ଣମୂର୍ତ୍ତୀ ଶର୍ମା, ପୂର୍ଣ୍ଣଚନ୍ଦ୍ର ଶେଖର ଶର୍ମା, କୃଷ୍ଣ ମିଶ୍ର, ରଘୁନାଥ ମିଶ୍ର ପ୍ରମୁଖ ପୈାରହିତ୍ୟ କରୁଥିବା ଦେଖିବାକୁ ମିଳିଛି । ପ୍ରତିଷ୍ଠା ମହୋତ୍ସବକୁ ସୁରୁଖୁରୁରେ ପରିଚାଳନା କରିବାକୁ ଡଃ ସୂର୍ଯ୍ୟ ନାରାୟଣ ପଣ୍ଡା, ତିରୁପତି ମହାନ୍ତି, ସନ୍ତୋଷ ପଣ୍ଡା, ଗଦା ପଣ୍ଡା , ଫକିର ନାୟକ, ରବିନାରାୟଣ ପଣ୍ଡା ଉମା ଦାସ, ପ୍ରଶାନ୍ତ ହୋତା, ରାମ ପଣ୍ଡା ଓ ଜଗନ୍ନାଥ ସେନାର ଶତାଧିକ କର୍ମକର୍ତ୍ତା ସହଯୋଗ କରୁଛନ୍ତି । ପ୍ରତିଦିନ ହଜାର ହଜାର ଲୋକଙ୍କ ପାଇଁ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଚାଲୁ ରହିଛି ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...