32.9 C
Balāngīr
Sunday, April 20, 2025

ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡ଼ା, (୧୧/୦୧) : ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ଡୁମୁରିପଦର ଗ୍ରାମରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି ।

ମୃତ ଛାତ୍ରୀ ଜଣକ ହେଲେ ଡୁମୁରିପଦର ଗ୍ରାମର ଲାଚିଆ ତିଆକାଙ୍କ ଝିଅ ଲକ୍ଷ୍ମୀ ତିଆକା (୧୫) । ସେ ଶୁଲିପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରୀ ଭାବେ ଅଧ୍ୟୟନ କରୁଥିଲେ । ଲାଚିଆ ତିଆକାଙ୍କ କହିବା ଅନୁସାରେ ଝିଅ ଲକ୍ଷ୍ମୀ ଗୁରୁବାର ଦିନ ସକାଳୁ ନିଜ ଘରୁ ଖାଇବା ନେଇ ଗୁଡ଼ିଆକୁ କପା ତୋଳିବାକୁ ଯାଇଥିଲେ । ଝିଅ ଘରକୁ ଫେରି ନଥିବାରୁ ବାପା କପା ଗୁଡ଼ିଆକୁ ଯାଇଥିଲେ । ସେଠାରେ ଥିବା କୁଡ଼ିଆରେ ଝିଅ ଲକ୍ଷ୍ମୀ ଓଡ଼ଣୀ ବେକରେ ଲଗାଇ ଝୁଲୁଥିବା ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସେ ତାଙ୍କ ସ୍ତ୍ରୀକୁ ଡାକିଥିଲେ । ପରେ ଗ୍ରାମବାସୀ ଆସି ଲକ୍ଷ୍ମୀଙ୍କ ଝୁଲନ୍ତା ଶବକୁ ଦେଖି ଉଦ୍ଧାର କରି ଗାଁ ମୁଣ୍ଡକୁ ନେଇଥିଲେ ।

ଉକ୍ତ ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ ନୀଳକଣ୍ଠ ବେହେରା, ଏସ୍‌ଆଇ ଶିବ ପ୍ରସାଦ ସାହୁ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ବିଷୟ ଅନୁଧ୍ୟାନ କରିବା ପରେ ରାୟଗଡା ସାଇଣ୍ଟିଫିକ୍‌ ଦଳକୁ ଖବର ଦେଇଥିଲେ । ସାଇଣ୍ଟିଫିକ୍‌ ଦଳ ପହଞ୍ଚି ଘଟଣାର ଟିକିନିଖି ତଦନ୍ତ କରିବା ପରେ ପୋଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିବା ସହିତ ଶବ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିଲେ । ଏହାର ଅଧିକ ତଦନ୍ତ ଚାଲିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...