32.9 C
Balāngīr
Tuesday, July 15, 2025

ନବୋଦୟରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

Must read

ଭୁବନେଶ୍ୱର, (୧୯/୦୩) : ଆ.ପ୍ର. : ଜବାହାର ନବୋଦୟ ବିଦ୍ୟାଳୟ (ଜେଏନ୍ଭି)ରେ ୨୦୨୫-୨୬ ଶିକ୍ଷାବର୍ଷ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ।

ଷଷ୍ଠ ଶ୍ରେଣୀ ନାମଲେଖା ପାଇଁ ଅନ୍ଲାଇନ୍ ଆବେଦନ ହେବ । ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ହେବ । ସମ୍ର ବାଉଣ୍ଡ ପାଇଁ ୨୦୨୫ ଜାନୁଆରୀ ୧୮ରେ ପରୀକ୍ଷା ହେବ । ୱିଣ୍ଟର ବାଉଣ୍ଡ ପାଇଁ ଏପ୍ରିଲ୍ ୧୨ରେ ପରୀକ୍ଷା ହେବ ।ଏନେଇ ଆବେଦନକାରୀଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ହୋଇଛି । ଶିକ୍ଷାର୍ଥୀମାନେ ୨୦୨୪-୨୫ ଏକାଡେମିକ୍ ସେସନ୍ରେ ଯେକୌଣସି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପାଠପଢ଼ୁଥିବା ଦରକାର ।

ସେ ଯେଉଁ ଜିଲ୍ଲାରେ ପଢ଼ୁଥିବେ ସେହି ଜିଲ୍ଲାର ଜେଏନ୍ଭିରେ ପଢ଼ିପାରିବେ । ଏଥିପାଇଁ ୨୦୧୩ ମେ ୧ରୁ ୨୦୧୫ ଜୁଲାଇ ୩୧ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଆବଶ୍ୟକ ।ଏହି ଆବେଦନ ପାଇଁ ୭୫ ପ୍ରତିଶତ ସିଟ୍ ଗ୍ରାମାଞ୍ଚଳ ପିଲାଙ୍କ ପାଇଁ ସଂରକ୍ଷଣ ରହିବ । ସରକାରୀ ନିୟମ ଅନୁଯାୟୀ, ଏସି, ଏଷ୍ଟି, ଓବିସି ଓ ଦିବ୍ୟାଙ୍ଗ ବର୍ଗ ପାଇଁ ସ୍ଥାନ ସଂରକ୍ଷିତ ରହିବ । ସର୍ବନିମ୍ନ ଏକ ତୃତୀୟାଂଶ ସିଟ୍ ବାଳିକାଙ୍କ ପାଇଁ ସଂରକ୍ଷଣ କରାଯିବ । ଏଠାରେ ନାମଲେଖା ପରେ ଶିକ୍ଷା ସହ ଆବାସିକ ବ୍ୟବସ୍ଥା ରହିଛି । ଛାତ୍ର ଓ ଛାତ୍ରୀଙ୍କ ପାଇଁ ଅଲଗା ଛାତ୍ରାବାସ ରହିଛି । ଏନେଇ ସମସ୍ତ ସୂଚନା ଜେଏନ୍ଭି ୱେବ୍ସାଇଟ୍ www.navodaya.gov.in ରେ ଉପଲବ୍ଧ ରହିଛି ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...