ରିପୋର୍ଟ : ଧୃବରାଜ ମିଶ୍ର //
ସୁବର୍ଣ୍ଣପୁର, (୦୫/୧୨) : ସୁବର୍ଣ୍ଣପୁର ଜିଲ୍ଲା ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ “ମାନସିକ ରୋଗର ଚି଼ହ୍ନଟ ଓ ଚିକିତ୍ସା ପାଇଁ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧ୍ୟକ୍ଷ ଡାକ୍ତର. ରାମଶଙ୍କର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲାଲ ଫିଟା କାଟି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା l
ଉକ୍ତ ଶିବିରରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର. ମନୋଜ କୁମାର ଅଦlବର ଯୋଗ ଦେଇଥିଲେ l ଏହି ଶିବିର ରେ ଭୀମଭୋଇ ମେଡିକାଲ କଲେଜ, ବଲାଙ୍ଗୀର ର ମାନସିକ ବିଶେଷଜ୍ଞ ଡାକ୍ତର. ଚେତୁରାମ ମେହେର ଙ୍କ ଦ୍ଵାରା ରୋଗ ଚିହ୍ନଟ ହୋଇ ଚିକିତ୍ସା ପ୍ରଦାନ କରାଯାଇ ଥିଲା l ରୋଗୀ ମାନଙ୍କ ରକ୍ତ ପରୀକ୍ଷା, ସୁଗର ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା ଏବଂ ରୋଗୀମାନଙ୍କ ଖାଇବାର ସୁବ୍ୟବସ୍ଥା କରାଯାଇଥିଲା, ଉକ୍ତ ଶିବିର ରେ ଏହି ଅଞ୍ଚଳ ର ୪୮ ଜଣ ରୋଗୀ ଚିକିତ୍ସା ପାଇଁ ଆସିଥିଲେ ତା ମଧ୍ୟରୁ ୨୩ ଜଣ ରୋଗ ଚି଼ହ୍ନଟ ହୋଇଥିଲେ ଏବଂ ଚିକିତ୍ସା ପାଇ ଉପକୃତ ହୋଇଥିଲେ l
ସମଗ୍ର କାର୍ଯ୍ୟକ୍ରମଟି ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସଂମ୍ପ୍ରସାରଣ ଅଧିକାରୀ ଶାନ୍ତନୁ କୁମାର ମେହେରଙ୍କ ଯୋଜନା ଏବଂ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ପ୍ରିୟରଞ୍ଜନ ସାହୁଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଥିବାବେଳେ, ସ୍ୱାସ୍ଥ୍ୟ ନଥିପତ୍ର ସହାୟକ ସୁଶାନ୍ତ ନାଏକ ପ୍ରମୁଖ ଆୟୋଜନ ରେ ସହଯୋଗ କରିଥିଲେ, ସି.ଏଚ.ଓ ମାନେ ରେଜିଷ୍ଟ୍ରସନ କାର୍ଯ୍ୟ ରେ ସହଯୋଗ କରିଥିଲେ ଏବଂ ଆଶା ମାନଙ୍କ ସହଯୋଗରେ ରୋଗୀମାନେ କିପରି ଭାବରେ ଶାନ୍ତିଶୁଙ୍ଖଳା ରେ ଚିକିତ୍ସା ପାଇପାରିବେ ତାର ବ୍ୟବସ୍ଥା କରାଯାଇଥିଲା l ଅନ୍ୟ କର୍ମଚାରୀ ମାନେ ଶିବିରରେ ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରିଥିଲେ l