32.9 C
Balāngīr
Wednesday, April 23, 2025

ନାଗରିକ ମହାସଭା ର ଶାନ୍ତି ପୂର୍ଣ୍ଣ ଧାରଣା

Must read

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୭/୧୨) : ଅଭିଚରିତ ବସ ସେବା ଯୋଗୁଁ ସାଧାରଣ ଲୋକ ହଇରାଣ ଓ ଖର୍ଚ୍ଚାନ୍ତ ହେଉଥିବାରୁ ଏହାର ପ୍ରତିବାଦ ସ୍ୱସୃପ ଆଜି ନାଗରିକ ମହାସଭା ଧାରଣା ଦେଇଛି ।

ନାଗରିକ ମହାସଭା ର ସଭାପତି ପ୍ରଶାନ୍ତ ମିଶ୍ର ଙ୍କ ନେତୃତ୍ୱ ରେ ସ୍ଥାନୀୟ ଷ୍ଟେଟବେଙ୍କ ଛକ ରେ ଶାନ୍ତିପୂର୍ଣ ଧାରଣା ଦିଆଯାଇଛି । ଘୋରେଇ ବସ ମାଲିକ ଙ୍କ ପ୍ରରୋଚନା ରେ ଲକ୍ଷ୍ମୀ ବସ ଗୁଡିକ ର ରୁଟ ପରିବର୍ତନ କରି ଚଳାଇବା, ଘୋରେଇ ବସ ମୂଲ୍ୟ ବୃଦ୍ଧି କରି ଲୋକଙ୍କ ପାଖରୁ ଅଧିକ ଟିକସ ଆଦାୟ କରିବା, ବସ ଷ୍ଟାଣ୍ଡ କୁ ବସ ନ ଯାଇ ବିଭିନ୍ନ ବାହାନା କରି ଫୋରେଷ୍ଟ ଛକ, ଷ୍ଟେଟ ବେଙ୍କ ଛକ ଦେଇ ଚାଲିଛି ଯାଉଥିବା, ବ୍ରହ୍ମପୁର ବସ ଗୁଡିକ ଗାଁ ଭିତର କୁ ନ ଯାଇ ଲୋକ ଙ୍କୁ ଉତ୍ତମ ସେବା ଯୋଗାଉ ନ ଥିବାରୁ ଏହାର ପ୍ରତିବାଦ ରେ ପ୍ରାୟ ୩ଘଣ୍ଟା ଶାନ୍ତି ପୁର୍ଣ ଧାରଣା ଦିଆଯାଇଥିଲା । ବରିଷ୍ଟ ବିଜେପି ନେତା ନଳିନୀ ପାତ୍ର, ପ୍ରଶାନ୍ତ ସାହୁ, ତ୍ରିନାଥ ନାୟକ, କାଟିକି ରାମା ରାଓ, ସୁଜନ କୁମାର, ଏଣ୍ଡପିଲି ଆନନ୍ଦ, ରବି ପଣ୍ଡା ଓ ବହୂ ଜନ ସାଧାରଣ ଏହି ଧାରଣା ରେ ସାମିଲ ହୋଇଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...