32.9 C
Balāngīr
Friday, April 25, 2025

ନାତିର କାଠଫାଳିଆ ମାଡ଼ରେ ଚାଲିଗଲା ଜେଜେମାଆ ଜୀବନ, ମାଆ ଗୁରୁତର

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କାମାକ୍ଷାନଗର, (୧୮/୦୨) : ବୀଭତ୍ସ ହତ୍ୟା ! ମଦ ପିଇବାକୁ ଟଙ୍କା ନଦେବାରୁ ନାତି ପାଲଟିଲା ପିଶାଚ । ଭୁଲିଗଲା ରକ୍ତ ସମ୍ପର୍କ । ଜୀବନ ନେଲା ନିଜ ଜେଜେମାଆର ।

ମାଆକୁ ବି ଆକ୍ରମଣ କରିବାକୁ ପଛାଇଲାନି । କଙ୍କଡାହାଡ଼ ଥାନା ବାଲିସାହି ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ମଦ ପିଇବାକୁ ଟଙ୍କା ନଦେବାରୁ କାଠଫାଳିଆରେ ପିଟି ପିଟି ଜେଜେମାଆକୁ ମାରିଦେଲା ନାତି । ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ମାଆ । ଗୁରୁତର ଅବସ୍ଥାରେ ମାଆ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି । ସୂଚନା ଅନୁସାରେ କଙ୍କଡାହାଡ଼ ଥାନା ବାଲିସାହି ଗ୍ରାମର ଲିକୁ ସିଂହ ନାମକ ଯୁବକ ନିଶାଶକ୍ତ ଅବସ୍ଥାରେ ଆସି ମଦ ପିଇବାକୁ ନିଜ ଜେଜେମା ଶ୍ରୀମତୀ ବେୱାଙ୍କୁ ଟଙ୍କା ମାଗିଥିଲେ । ଟଙ୍କା ଦେବାକୁ ମନା କରିବାରୁ ଲିକୁ ଉତକ୍ଷିପ୍ତ ହୋଇ ପାଖରେ ଥିବା ଏକ କାଠଫାଳିଆରେ ଜେଜେମାଆଙ୍କୁ ଅତର୍କୀତ ଆକ୍ରମଣ କରିଥିଲା । ମାଡ଼ ମାରିବା ପରେ ଏତିକିରେ ଲିକୁର ମନ ଶାନ୍ତି ହୋଇନଥିଲା । ଜେଜେମା ଉପରେ ଚଢି ଡେଇଁବାକୁ ଲାଗିଥିଲା ଲିକୁ । ଫଳରେ ଘଟଣାସ୍ଥଳରେ ଜେଜେମାଆଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି ।

ଶାଶୁକୁ ବଞ୍ଚାଇବାକୁ ଯାଇ ଲିକୁର ମାଆ ଚମ୍ପା ସିଂହ ପ୍ରତିରୋଧ କରିବାବେଳେ ସେ ମଧ୍ୟ ଆକ୍ରମଣର ଶୀକାର ହୋଇଛନ୍ତି । ତାଙ୍କ ଛାତି ଓ ପିଠିରେ ଗଭୀର ଆଘାତ ଲାଗିଥିବାବେଳେ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ସେ ଭର୍ତ୍ତି ହୋଇଛନ୍ତି । ତେବେ ଘଟଣା ସମ୍ପର୍କରେ ଖବର ପାଇ କଙ୍କଡାହାଡ଼ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଥିବାବେଳେ ଏହି ଅଭାବନୀୟ ଘଟଣା କଙ୍କଡାହାଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ବଇରି ସାଜିଲା ନାତି । ଭୁଲିଗଲା ସବୁ ସମ୍ପର୍କ । ସାମାନ୍ୟ କିଛି ଟଙ୍କା ପାଇଁ ଜୀବନ ନେଇଗଲା ବୁଢୀ ଜେଜେମାଆର । ତେବେ ଏଭଳି କୁଳାଙ୍ଗାର ନାତିକୁ ଗିରଫ କରିବା ସହ ତୁରନ୍ତ ତା ବିରୋଧରେ କଠୋର ରୁ କଠୋର ଦଣ୍ଡ ବିଧାନ କରିବା ପାଇଁ ଦାବି ଜୋର ଧରିଛି ।

 

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...