କାଶୀନଗର, (୯/୫) : ଆପ୍ର. : ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସୀତାପୁର ଗ୍ରାମର ଏକ ନାବାଳିକା ଝିଅକୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି କାଶୀନଗର ପୋଲିସ ।
ନାବାଳିକା ଝିଅର ନ୍ୟିୟ ପାଇଁ ଗଜପତି ଜିଲ୍ଲା ଏସପିଙ୍କ ଦ୍ବାରସ୍ଥ ହେଲେ ପିତାମାତା । ସୂଚନା ମୁତାବକ ଉକ୍ତ ଗ୍ରାମରେ ନାବାଳିକା ଝିଅଙ୍କ ପିତାମାତା ଦାଦନ ଖଟିବାକୁ ଯାଇ ଦିଲ୍ଲୀ ସହର ରହୁଥିଲେ । ଝିଅ ଜଣକ ତାଙ୍କ ଆଇ ଘରେ ରହି ଯୁକ୍ତ ୨ ଶ୍ରେଣୀରେ ପଡୁଥିଲା । ହେଲେ ଏପ୍ରିଲ ୨୦୨୪ ମସିହାରେ ହଠାତ୍ ନାବାଳିକା ଝିଅକୁ କେହି ଜଣେ ଯୁବକ ଅପହରଣ କରିଥିବା ନେଇ ଗ୍ରାମବାସୀ ଝିଅର ଆଇକୁ କହିଥିଲେ। ଝିଅ ପାଇଁ ଖୋଜାଖୋଜି କରି ନପାଇବା ପରେ ଝିଅର ପିତାମାତାଙ୍କୁ ଜଣାଇଥିଲେ । ଝିଅର ଅପହରଣ ଜାଣି ପିତାମାତା ଦିଲ୍ଲୀରୁ ବାହାରି ନିଜ ଗ୍ରାମରେ ପହଂଚିଥିଲେ । ପରେ ଜାଣିବାକୁ ପାଇଲେ ଯେ, ତାଙ୍କ ପରିବାର ବନ୍ଦତ୍ୱର ଜଣେ ଯୁବକ ହିଁ ଝିଅକୁ ଅପହରଣ କରିଛି। ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ଦେବେନ୍ଦ୍ର ଚୋରଥିଙ୍କ ପୁଅ ସୁଶାନ୍ତ ଚୋରଥି ।
ଉକ୍ତ ଘଟଣାକୁ ନେଇ ନିଜ ଗ୍ରାମରେ ଥିବା ଭଦ୍ରବ୍ୟକ୍ତିଙ୍କୁ ଝିଅର ପିତାମାତା ଜଣାଇଥିଲେ, ପରେ ସେମାନଙ୍କୁ ବିବାହ କରିବା ନେଇ ଗ୍ରମଲୋକେ ନିଷ୍ପତି ନେଇଥିଲେ । କିନ୍ତୁ ଝିଅର ୧୮ବର୍ଷୀୟ ହୋଇନଥିବା ଯୋଗୁ ଝିଅର ପିତା ବିବାହକୁ ପ୍ରଥମେ ଅସ୍ବୀକାର କରିଥିଲେ, ଗ୍ରମଲୋକଙ୍କ ଚାପରେ ପରେ ସେ ବିବାହ କରିବା ନେଇ ରାଜି ହୋଇଥିବା ଝିଅର ପିତାମାତା କହିଛନ୍ତି । ପରେ ଉକ୍ତ ଯୁବକ ଜଣକ ନାବାଳିକା ଝିଅକୁ ବାରମ୍ବାର ଯନ୍ତ୍ରଣା ଦେଇଥିବା ଯୋଗୁ ଝିଅର ମାଆ ଅଭିଯୋଗ କରିଥଲେ ଗ୍ରାମବାସୀଙ୍କ ପାଖରେ। ଉକ୍ତ ଅଭିଯୋଗକୁ କେନ୍ଦ୍ର କରି ଯୁବକ ଜଣକ ନାବାଳିକା ଝିଅର ମାଆଙ୍କୁ ରକ୍ତାକ୍ତ ଆକ୍ରମଣ କରିଥିଲେ । ପରେ ଝିଅର ମାଆ କାଶୀନଗର ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ କରିଥିବା ଘଟଣାକୁ କେନ୍ଦ୍ର କରି ଉକ୍ତ ଯୁବକ ଜଣକ ନାବାଳିକା ଝିଅକୁ ବି ଆକ୍ରମଣ କରିଥିଲେ ।
ଯାହାକି ଝିଅର ଦୁଇ ମାସର ଗର୍ଭ ନଷ୍ଟ ହୋଇଯାଇଥିଲା । ପରେ ନାବାଳିକା ଝିଅ ସହ ପିତାମାତା ଜିଲ୍ଲା ଏସପି ଙ୍କୁ ଜଣାଇବା ସହ କାଶୀନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଉକ୍ତ ଘଟଣାକୁ କେନ୍ଦ୍ର କରି କାଶୀନଗର ପୁଲିସ ମାମଲା ରୁଜୁ କରିବା ସହ ଯୁବକ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ସୁନିଲ ବେହେରା ସୂଚନା ଦେଇଛନ୍ତି । ବର୍ତମାନ ପୁଲିସ ଅଧିକ ତଦନ୍ତ ଜାରି କରିଥିବା ବେଳେ ନାବାଳିକାକୁ ବାଲ୍ୟ ବିବାହ କରିଥିବା ଯୋଗୁ ନାବାଳିକା ଝିଅର ପିତାମାତା ଓ ଯୁବକ ଜନକଙ୍କ ପିତାମାତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କାଶୀନଗର ପୁଲିସ କହିଛନ୍ତି ।
ଅନ୍ୟ ପକ୍ଷରେ ନାବାଳିକା ଝିଅର ନ୍ୟିୟ ପାଇଁ ଦାବି କରିଛନ୍ତି ଝିଅର ପିତାମାତା ଓ ପରିବାର ବର୍ଗ । ଏଠି ପ୍ରଶ୍ନ ଉଠିଛି ଯେ, ଜଣେ ନାବାଳିକାକୁ ଅପହରଣ କରି ନେବା ପରେ ଗ୍ରାମକୁ ଆଣି ବାଲ୍ୟ ବିବାହ କରାଯାଇଛି, କିନ୍ତୁ ଶିଶୁ ମଙ୍ଗଳ ବିଭାଗର କର୍ମଚାରୀ କିମ୍ବା ପୋଲିସ କିପରି ଅବଗତ ହେଲା ନାହିଁ, ଏପରିକି ଗର୍ଭବତୀ ଥିବା ନାବାଳିକାକୁ ଚିକିତ୍ସା କରିଥିବା ଡାକ୍ତର କିପରି ପୋଲିସକୁ ସୂଚନା ଦେଲେ ନାହଁ। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।