32.9 C
Balāngīr
Wednesday, April 23, 2025

ନାରାୟଣପୁର କୁ ବ୍ଳକ ଘୋଷଣା କରିବା ପାଇଁ ରାଜସ୍ବ ମନ୍ତ୍ରୀ ଓ ସାଂସଦଙ୍କୁ ଅଞ୍ଚଳବାସୀ ଙ୍କ ଦାବିପତ୍ର ପ୍ରଦାନ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୦୩) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ସର୍ବବୃହତ୍ ନାରାୟଣପୁର ଗ୍ରାମ ତଥା ଏହାର ଆଖପାଖ ପଞ୍ଚାୟତଗୁଡିକୁ ନେଇ ନାରାୟଣପୁର ବ୍ଳକ ଘୋଷଣା କରିବାକୁ ଦାବି ହେଉଛି ।

ଏନେଇ ଅଞ୍ଚଳବାସୀଙ୍କ ଏକ ପ୍ରତନିଧି ଦଳ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ ଉଭୟଙ୍କ ସୋନପୁର ଗସ୍ତରେ ଥିବା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅଞ୍ଚଳବାସୀଙ୍କ ଦାବି ଯେ, ନାରାୟଣପୁର କୁ ଏକ ବ୍ଳକ ଘୋଷଣା କଲେ ଆଖପାଖ ଅଞ୍ଚଳର ବହୁ ପଞ୍ଚାୟତ ଯଥା ନାରାୟଣପୁର, ବଲାଡି, ପାଇକଵାହାଲ, ଖାରୀ, ପୁଆ, ଜରାଜାରିଙ୍ଗ, ରାଣୀସର୍ଡା, ମେଣ୍ଡା, ଦେଉଳପଦର, ରେଙ୍ଗାଲି, ଲଛିପୁର, ଛକୋରମାଲ, ଖରଜୁରା, ମଲ୍ଲିକମୁଣ୍ଡା ପଞ୍ଚାୟତର ଜନସାଧାରଣ ଉପକୃତ ହୋଇପାରିବେ । ତା’ ସହ ନାରାୟଣପୁରରେ ସ୍କୁଲ, କଲେଜ ଡାକ୍ତରଖାନା ଭଳି ବହୁ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ ରହିଛି ।

ଏଠାରେ ବ୍ଲକ ସ୍ଥାପନ ହେଲେ ଅଞ୍ଚଳର ସାମଗ୍ରିକ ବିକାଶ ହୋଇପାରିବ ବୋଲି ଅଞ୍ଚଳ ବାସୀ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି l ବହୁ ଦିନରୁ ଏହି ଦାବି ହୋଇ ଆସୁଥିଲେ ହେଁ ସରକାରଙ୍କ ପକ୍ଷରୁ ବ୍ଳକ ଘୋଷଣା ହୋଇପାରି ନାହିଁ । ତେଣୁ ନାରାୟଣପୁର ଠାରେ ବ୍ଲକ ସ୍ଥାପନ କରାଯିବାକୁ ଦାବି କରାଯାଇଛି । ଏହି ପ୍ରତିନିଧି ଦଳରେ ରାମେଶ୍ବର ପଧାନ, ସୌମିତ୍ରୀ କମ୍ପ, ପ୍ରେମାନନ୍ଦ ମିଶ୍ର, ସନ୍ତୋଷ କୁମାର ପଧାନ, ରାମକୃଷ୍ଣ ବଢିଆ,ଲବ ଵାଗ, ଘନଶ୍ୟାମ ଚାଉଳିଆ, ଜିତେନ୍ଦ୍ର ତ୍ରିପାଠୀ, ଅଭିରାମ ଘିବେଲା, ରାଜକୁମାର କର୍ମୀ ପ୍ରମୁଖ ସାମିଲ ହୋଇଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...