ରିପୋର୍ଟ : କ୍ଷମା ସାଗର ଦାଶ
ମୁନିଗୁଡ଼ା/ଚନ୍ଦ୍ରପୁର, (୧୨/୦୨) : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଡାଙ୍ଗସୋରଡା ପଞ୍ଚାୟତ ଅଧିନସ୍ତ ଯୁଗାପଦର ଗ୍ରାମ ଠାରେ ମୁନିଗୁଡ଼ା ବନ୍ୟାଞ୍ଚଳ ଓ ଡାଙ୍ଗସୋରଡା ବନ ବିଭାଗ ତରଫରୁ ଏକ ଦିନିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।
ଏଥିରେ ଆଗାମୀ ଗ୍ରୀଷ୍ମ ରୁତୁ ପ୍ରଭାବ ଜଙ୍ଗଲ ନିଆଁ ଲାଗିବା ଓ ନିଆଁ ଲଗାଇବା ଏକ ଆଇନ ଗତ ଅପରାଧ ଅଟେ। ବର୍ତ୍ତମାନ ପ୍ରତ୍ୟେକ ଜାଗାରେ ନିଆଁ ଲାଗିବା ସନ୍ଦେହ ରେ ଯୁଗାପଦର ଗ୍ରାମ ରେ ଏକ ଜନ ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଗ୍ରାମ ବାସୀ ମହିଳା ଓ ପୁରୁଷ ମାନଙ୍କୁ ଜଙ୍ଗଲ ନିଆଁ ଲଗାଇବା ଠାରୁ ନିବୃତ୍ତ ରହିବା ନିମନ୍ତେ ଏବଂ ଜଙ୍ଗଲ ସୁରକ୍ଷା କରିବା ସହ ଜଙ୍ଗଲ ସୁରକ୍ଷା ସହ ପଶୁ ପକ୍ଷୀ ଙ୍କ ସୁରକ୍ଷା ନିମନ୍ତେ ଏକ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ପରିବାର ମଧ୍ୟରେ ଗୋଟିଏ ଗୋଟିଏ ଗଛ ଲଗାଇବା ନିମନ୍ତେ କୁହାଯାଇଥିଲା ।
ଏଥିସହ ମହିଳା, ପୁରୁଷ ଏକ ସଭା ଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ସଚେତନତା ବାର୍ତ୍ତା ପହଞ୍ଚାଇ ଥିଲେ। ଏଥିରେ ଗ୍ରାମ ର ମହିଳା ପୁରୁଷ, ଯୁବକ ଯୁବତୀ ମିଶି ଜଙ୍ଗଲ ସୁରକ୍ଷା ଆମର ରକ୍ଷା। ଗଛ ବଞ୍ଚିଲେ ଆମେ ବଞ୍ଚିବା ଏପରି ସଚେତନ ର ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇ ସଚେତନତା ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଡାଙ୍ଗସୋରଡା ସେକ୍ସନ ର ବନପାଳ ସୁଜାତା ସୁନା ମୁଦି ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଡାଙ୍ଗସୋରଡା ସରପଞ୍ଚ ଶ୍ରୀମତୀ ଅନିତା ଶବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବିଜୟ ପ୍ରସାଦ ଉଲ୍ଲାକା, ଓ ଅନ୍ୟ ସାମ୍ବାଦିକ ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା , ପରିବେଶ ସୁରକ୍ଷା ଓ ଜଙ୍ଗଲ ନିଆଁ ନିବାରଣ ନିମନ୍ତେ ଗ୍ରାମ ବାସୀ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ବନ ବିଭାଗର ବନରକ୍ଷୀ କୁନି କୁସୁଲିଆ, କସ୍ତୁରୀ ପ୍ରହରାଜ୍ ସମେତ ଯୁଗାପଦର ଗ୍ରାମ ସହ ନାଉଡୁଗୁଡା, ବାଲୁଗୁଡା, କିଞ୍ଜିରିମାଲା, ଭାଲୁ ଗୁଡା,ଏଭଳି ବିଭିନ୍ନ ଗ୍ରାମରୁ ଶତାଧିକ ମହିଳା , ପୁରୁଷ ଏବଂ ଯୁବକ, ଯୁବତୀ ଏହି ସଚେତନ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ । ଉକ୍ତ ସଚେତନ କାର୍ଯ୍ୟକ୍ରମ ରେ ନେଟ୍ ଭଲି ବଲ୍ ମୁଖ୍ୟ ଅତିଥି ସରପଞ୍ଚ ଅନିତା ଶବର,ଓ ସମ୍ମାନୀତ ଅତିଥି ବିଜୟ ପ୍ରସାଦ ଉଲ୍ଲାକା,ଦ୍ବାରା ପ୍ରଦାନ କରାଯାଇଥିଲା। ସେହିଭଳି ଏହା ପୂର୍ବରୁ ବିଭିନ୍ନ ଗ୍ରାମ ମାନଙ୍କ ରେ ବନପାଳ ଜରିଆରେ ଯୁବକ ମାନଙ୍କୁ ନେଟ୍ ଭଲି ବଲ୍ ପ୍ରଦାନ କରାଯାଇଥିବା ସହ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।