ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୧/୦୧) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କଇଁନ୍ତିରା ପଞ୍ଚାୟତ ବଞ୍ଜିପାଲି ଗ୍ରାମର ଜଣେ ୭୦ ବର୍ଷୀୟ ବୃଦ୍ଧା ନିଆଁ ପୁଁଆଉଁ ଥିବା ବେଳେ ପୋଡ଼ି ହୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି l
ସୂଚନା ଅନୁସାରେ ବାଞ୍ଜିପାଳି ଗ୍ରାମର ପାଟ କୁମ୍ଭାର ନିଜ ଘରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ପୁଆଁଉ ଥିବା ବେଳେ ହଠାତ ତାଙ୍କ ଶାଢ଼ୀରେ ନିଆଁ ଲାଗି ଯାଇଥିଲା l ଫଳରେ ସେ ଗୁରୁତର ଆହତ ହୋଇଥିଲେ l ପରିବାର ଲୋକେ ତାଙ୍କୁ ପ୍ରଥମେ ବିନିକା ଡ଼ାକ୍ତରଖାନା କୁ ଚିକିତ୍ସା ପାଇଁ ନେଇଥିଲେ l ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା l ସେଠାରେ ପାଟଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି l ଏନେଇ ବସୁ ଭେଶ୍ରା ବିନିକା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଶବ ଜବତ କରିବା ସହ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାବର୍ଗକୁ ହସ୍ତାନ୍ତର କରିଛିନ୍ତି l