32.9 C
Balāngīr
Wednesday, April 23, 2025

ନିଆରା ଢଙ୍ଗରେ ପାଳିତ ହେଲା ବନ ମହୋତ୍ସବ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡ଼ (୦୯/୦୧): ଏକାଠି ହେଲେ ଏକାଦଶୀ ଗ୍ରୁପ୍, ନିଆରା ଢଙ୍ଗରେ ପାଳିଲେ ବନ ମହୋତ୍ସବ। ରାୟଗଡ଼ ବ୍ରାହ୍ମଣ ସାହି ରାଧାକାନ୍ତ ମନ୍ଦିରରେ ଆଜକୁ ଦିର୍ଘ ବର୍ଷ ଧରି ଏକାଦଶୀ ପାଳନ କରି ଆସୁଥିବା ମହିଳା ମାନେ ପାଳିଲେ ବନ ମହୋତ୍ସବ। ପିତାମହଲ ସ୍ଥିତ ସେଞ୍ଚୁରୀୟନ୍ ୟୁନିଭରସିଟି ସବୁଜ ବନାନୀ ପ୍ରମୋଦ ଉଦ୍ୟାନରେ ଏକ ପ୍ରକାର ଉତ୍ସବର ମହଲ ସୃଷ୍ଟି ହୋଇଥିଲା।

ମାସରେ ଦୁଇଥର ଏକାଦଶୀ ତିଥିରେ ବ୍ରତ ପାଳନ କରୁଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ ମହିଳା ମାନେ ନିଜ ନିଜର ପୁଅ, ଝିଅ, ବୋହୁ ଏବଂ ନାତି ନାତୁଣୀ ସହିତ ଉପସ୍ଥିତ ଥିଲେ। ବର୍ଷ ସାରା ପୁଜା ପାଠ ଓ ପରିବାର ବ୍ୟସ୍ତତା ମଧ୍ୟରେ ଥାଇ ଆଜି କିଛି ସମୟ ବାହାର କରି ପରଷ୍ପର ସହ ବଡ଼ ଆନନ୍ଦର ସହ ଦେଖା ସାକ୍ଷାତ ହୋଇଥିଲେ। ଏହି ବନ ମହୋତ୍ସବରେ ମଧ୍ୟ ନିରାମିଷ ଭୋଜନ ଓ ବିନା ପିଆଜ ରସୁଣ ସାଙ୍ଗକୁ ସମସ୍ତ ବ୍ୟଞ୍ଜନ ଗୁଆ ଘିଅରେ ପ୍ରସ୍ତୁତ କରା ଯାଇଥିଲା। ତତ୍ ସାଙ୍ଗକୁ ଆଧୁନିକ ଗୀତକୁ ବାଦ୍ ଦିଆଯାଇ ଭଜନ ଓ ସଙ୍କୀର୍ତ୍ତନ ମାଧ୍ଯମରେ ଝୁମି ଉଠିଥିଲେ ମହିଳା ମାନେ। ଏହି କାର୍ଯ୍ୟକ୍ରମ ଗୀତା, ଭାଗବତ, ରାମାୟଣ, ପ୍ରଶ୍ନତ୍ତରି ପ୍ରତିଯୋଗିତା ସାଙ୍ଗକୁ ଭଜନ ଜଣାଣ, ଓ ନୃତ୍ୟ ପ୍ରତିଯୋଗିତା, ମ୍ୟୁଜିକାଲ୍ ଚେୟାର, ଲେମ୍ବୁ ଚାମଚ ଭଳି ପ୍ରତିଯୋଗିତା ଗୁଡ଼ିକ ଅନୁଷ୍ଟିତ ହୋଇଥିଲା।12340 ନିଆରା ଢଙ୍ଗରେ ପାଳିତ ହେଲା ବନ ମହୋତ୍ସବ

ଉକ୍ତ ପ୍ରତିଯୋଗିତା ଗୁଡ଼ିକ ମଧ୍ୟରୁ ଲେମୁ ଚାମଚରେ ଶ୍ରୀମତୀ ଭବାନୀ ପଟ୍ଟନାୟକ ପ୍ରଥମ, ରାସେଶ୍ୱରୀ ପାଢ଼ୀ ଦ୍ୱିତୀୟ, ସୁନନ୍ଦା ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିଭଳି ମ୍ୟୁଜିକାଲ ଚେୟାର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ବିଜୟ ଲକ୍ଷ୍ମୀ ପଣ୍ଡା, ଦିପା ତ୍ରିପାଠୀ ଦ୍ୱିତୀୟ ଏବଂ ଭବାନି ପଟନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ପ୍ରତିଯୋଗିତା ଗୁଡ଼ିକୁ ସୁପରିଚାଳନା କରିବା ନିମନ୍ତେ ଶ୍ରୀମତୀ ସୁଜ୍ଞାନି ପାଢ଼ୀ, ପ୍ରଦିପ୍ତା ଦାସ, ଶାନ୍ତିଲତା ପାଳ ଏବଂ ମିନତି ସାହୂ ପ୍ରମୁଖ ଉପସ୍ଥିତ ଥିଲେ।

ଏହିଭଳି ବନ ମହୋତ୍ସବ ପାଳନକୁ ଦେଖି ସେଞ୍ଚୁରୀୟନ ୟୁନିଭେରସିଟି ର ପରିଚାଳନା ଅଧ୍ୟକ୍ଷ ଭୂରି ଭୂରି ପ୍ରଶଂସା କରିବା ସହ ଆଧୁନିକ ଯୁଗରେ ଲୁପ୍ତ ହୋଇଯାଉଥିବା ସଂସ୍କୃତି ପରମ୍ପରା ଓ ସଭ୍ୟତାକୁ ବଜାୟ ରଖିବା ନିମନ୍ତେ ଏହି ପ୍ରୟାସ ଜାରି ରହୁ ବୋଲି ବ୍ରାହ୍ମଣ ସାହି ଏକାଦଶୀ ଗ୍ରୁପର ସମସ୍ତ ସଦସ୍ୟା ମାନଙ୍କୁ ଅନୁରୋଧ କରିଥିଲେ। ଉକ୍ତ ବନ ମହୋତ୍ସବରେ ରାଧକାନ୍ତ ମନ୍ଦିର ପରିଚାଳନା କମିଟି ସଦସ୍ୟ ଶ୍ରୀଯୁକ୍ତ ଟୁକୁଲି ପାଢ଼ୀ, ମନ୍ଦିର ପୂଜକ ବାପି ପାଳ ଏବଂ ବ୍ରାହ୍ମଣ ଗୋସେଇଁ କାଳୀ ଚରଣ ରଥ ଉପସ୍ଥିତ ଥିଲେ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...