32.9 C
Balāngīr
Monday, April 28, 2025

ନିଆରା ଭାବେ ପାଳନ ହେଉଥିବା ମା ବିନ୍ଧ୍ୟଗିରୀ ବାସିନୀଙ୍କ ଉତ୍ସବ

Must read

କାଶୀନଗର, (୨୦/୩) : ଆ.ପ୍ର. : ଗଜପତି ଜିଲ୍ଲା କାଶୀନଗର ବ୍ଳକ ଅନ୍ତର୍ଗତ କେ. ଶୀତାପୁର ଗ୍ରାମ ଠାରେ ନିଆରା ଭାବେ ପାଳନ କରାଯାଉଛି ମାଁ ବିନ୍ଦ୍ୟଗିରୀ ବାସୀନଙ୍କ ଉତ୍ସବ ପର୍ବ ।

ଉକ୍ତ ଗ୍ରାମରେ ବସବାସ କରୁଥିବା ଚରତି ବଂଶର ଇଷ୍ଟ ଦେବତା ଭାବେ ପୂଜା ପାଉଥିବା ମାଁ ବିନ୍ଧ୍ୟଗିରୀ ବାସିନୀଙ୍କୁ ପୂଜା ଅର୍ଚ୍ଚନା କରି ଏହି ପର୍ବ ପାଳନ କରିଥାନ୍ତି ପ୍ରତ୍ୟେକ ବର୍ଷ। ଏହି ପର୍ବ ପାଳନରେ ଗ୍ରାମର ସମସ୍ତ ଗ୍ରାମବାସୀ ବି ସହଯୋଗ କରନ୍ତି ଓ ଶହ ଶହ ଶ୍ରଦ୍ଧାଳୁ ଏଠାରେ ଉପସ୍ଥିତ ହୁଅନ୍ତି। ପ୍ରଥମେ ଏଠାରେ ଥିବା ମଆଙ୍କ ମନ୍ଦିରକୁ ଗ୍ରାମର ସମସ୍ତ ମହିଳା କଳସୀ ଯାତ୍ରା କରି ମାଆଙ୍କ ପାଣି ଦେଇ ପୂଜାର୍ଚ୍ଚନା କରାଯାଏ। ପରେ ଏକ ନଡ଼ିଆ ଗଛ ଡ଼ାଳରେ ତିଆରି ଛାମୁଡ଼ାରେ ଶ୍ରଦ୍ଧାଳୁ ମାନେ ନଡ଼ିଆ ଓ କଦଳୀ ପେନ୍ତ୍ତା ବାନ୍ଦନ୍ତି ।

ମାଆଙ୍କ ପୂଜା ସରିବା ସଙ୍ଗେ ସଙ୍ଗେ ଗ୍ରାମର ଉପସ୍ଥିତ ଶହ ଶହ ଶ୍ରଦ୍ଧାଳୁ ବନ୍ଦା ଯାଇଥିବା ଫଳମୂଳକୁ ନେବା ପାଇଁ ଏକ ପ୍ରତିଯୋଗିତା ଆରମ୍ଭ ହୁଏ। ଯିଏ ଯାହା ଫଳମୂଳ ପାଇଲା ସେ ସେଠାରୁ ନେଇ ଯାଏ କିମ୍ବା ସେଠାରେ ଥିବା ଗ୍ରାମବାସୀ ତଥା ଶ୍ରଦ୍ଧାଳୁ ମାନଙ୍କୁ ନେଇଥିବା ଫଳମୂଳ ଦିଅନ୍ତି । ଏହିପରି ନିଆରା ପର୍ବ କାଶୀନଗର ବ୍ଲକରେ ଏହି ସ୍ଥାନରେ ହିଁ ହେଉଥିବା ଦେଖିବାକୁ ମିଳିଛି। ଏହି ପରମ୍ପରା ଦୀର୍ଘ ୧୦୦ ବର୍ଷ ଧରି କରାଯାଉଥିବା ନେଇ ଶ୍ରଦ୍ଧାଳୁ ମାନେ କହିଛନ୍ତି। ସେହିପରି ପୂଜା ସରିବା ସନ୍ଧ୍ୟାରେ ଶହ ଶହ ଶ୍ରଦ୍ଧାଳୁଙ୍କ ପାଇଁ ମାଆଙ୍କ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ କରାଯାଏ। ଏହି ଅବସରରେ ଆଖପାଖ ଥିବା ବହୁ ଗ୍ରାମରୁ ଲୋକେ ଏହି ପୂଜାରେ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇଥାନ୍ତି।

ଏହି ପୂଜାର୍ଚ୍ଚନା କେବଳ ଚରତି ବଂଶର ପରିବାର ଦ୍ଵାରା ମାଆଙ୍କୁ ପୂଜାର୍ଚ୍ଚନା କରାଯାଏ , କିନ୍ତୁ ମାଆଙ୍କ ଦର୍ଶନ ପାଇଁ ବହୁ ଲୋକେ ଏଠାକୁ ଆସନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ଉକ୍ତ ବର୍ଷ ଧୁବା ଚରତି, ଧନଞ୍ଜୟ ଚରତି ଓ ହୁର୍ଦୟନନ୍ଦ ଚରତି ସହ ବହୁ ଲୋକେ ଉକ୍ତ ପୂଜାର୍ଚ୍ଚନାର ଦାୟିତ୍ଵ ତୁଲାଇଥିଲେ। ଏଠାରେ ମାଆଙ୍କୁ ପୂଜା କରିଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ କରନ୍ତି ଶ୍ରଦ୍ଧାଳୁ। ସେଇଥିପାଇଁ ଏଠାର ମନ୍ଦିରରେ ବହୁ ଭିଡ଼ ଜମିଥାଏ। ହିନ୍ଦୁ ଧର୍ମର ଏହି ପରି ପରମ୍ପରା ରହିଥିବା ଓ ତାହା ବର୍ତ୍ତମାନ ବି ନିଷ୍ଟାର ଶହ ପାଳନ କରିଥିବା ନେଇ ବିଭିନ୍ନ ମହଲରେ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...