ରାୟଗଡା, (୧୩/୦୪) : ଆପ୍ର. : ତା. ୧୩/୦୪//୨୦୨୫ ରିଖ ରବିବାର ଦିନ ଘ ୧୧ ଘଟିକା ସମୟରେ ସ୍ଥାନୀୟ ସ୍ବାଗତ ହଟେଲ ଠାରେ ନିଖିଳ ଓଡ଼ିଶା ମଧ୍ଯାହ୍ନ ଭୋଜନ ପାଚକ ପାଚିକା ରାଜ୍ଯ ସଂଘ ଶାଖା ରାୟଗଡ଼ା ଜିଲ୍ଲା ର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ବୈଠକ ରେ ମୂଖ୍ଯ ଅତିଥି ରୂପେ ଶ୍ରୀ ମୋତି ଦିପାଂଜଳୀ ୟାଦବ ରାଜ୍ଯ ସାଧାରଣ ସମ୍ପାଦିକା ଯୋଗ ଦେଇଥିବା ବେଳେ ରାଜ୍ଯ ମୂଖ୍ଯ ସଂଯୋଜକ ଶ୍ରୀ ନିରଂଜନ ପାତ୍ର ମୂଖ୍ଯ ବକ୍ତା ରୂପେ ଯୋଗ ଦେଇଥିଲେ। ଶ୍ରୀ ମୋତି ସଂଯୁକ୍ତା ବିଷଇ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଉପଦେଷ୍ଟା ଶ୍ରୀ ଅନନ୍ତ ପାଡ଼ି ମଧ୍ଯ ଅନ୍ୟ ତମ ଅତିଥି ରୂପେ ଯୋଗ ଦେଇଥିଲେ। ଉକ୍ତ ସଭା ରେ କୋଲନରା, ରାୟଗଡ଼ା, କଲ୍ଯାଣ ସିଂହପୁର, କାଶୀପୁର, ବିଷମକଟକ, ମୁନିଗୁଡା, ଚନ୍ଦ୍ର ପୁର ବ୍ଳକ ରୁ ପ୍ରମୂଖ କାର୍ଯ୍ୟ କର୍ତ୍ତା ମାନେ ଉପସ୍ଥିତ ରହି ପାଚିକା ମାଁ ମାନଙ୍କ ସମସ୍ଯା ତଥା ୧୦ ଦପାଂ ସମ୍ବଳିତ ଦାବୀ ଉପରେ ଆଲୋଚନା କରିବା ସହିତ ଏପ୍ରିଲ ୧ , ୨୦୨୫ ଏକହଜାର ଟଙ୍କା ସରକାର ବଡେଇ ଥିବା ରୁ ଧନ୍ଯବାଦ ଦେବା ସହିତ ସମୁଦ୍ର କୁ ଶଙ୍ଖେ ଭଳି ସରକାର ଦେଇଛନ୍ତି ବୋଲି ମତ ପ୍ରକାଶ ପାଇଥିଲା।
ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ର ପାଚିକା ମାଁ ମାନେ ୫୨୫୦ ଟାଙ୍କା ପାଉଥିବା ବେଳେ ପିଏମ୍ ପୋଷଣ ଯୋଜନା ରେ କାର୍ଯ୍ଯ କରୁଥିବା ପାଚିକା ମାଁ ମାନଙ୍କ ପ୍ରତି ଡ଼ବଲ୍ ଇଂଜିନ୍ ସରକାର ସମ୍ପୂର୍ଣ୍ଣ ଅଣଦେଖା କରୁଥିବା ରୁ ଉକ୍ତ ସଭା ରେ ଗଭୀର ଦୁଖ ପ୍ରକାଶ କରାଯାଇଥିଲା। ତତ୍ ସଂଗେସଂଗେ ପରିଚୟ ପତ୍ର, ନିଯୁକ୍ତି ପତ୍ର, ଦୈନିକ ମଜୁରୀ, ୧୦ ମାସ ବଦଳ ରେ ୧୨ ମାସ ର ଦରମା ପ୍ରଦାନ ଇତ୍ୟାଦି ୧୦ ଦପାଂ ସମ୍ବଳିତ ଦାବୀ ପୁରଣ କରିବା ପାଇଁ ସରକାର ଙ୍କୁ ଅନୁରୋଧ କରାଯାଇଥିଲା।
ରାୟଗଡ଼ା ଜିଲ୍ଲା ର ପାଚିକା ମାଁ ମାନଙ୍କୁ ତ୍ରୁଣମୂଳ ସ୍ତରରେ ସଂଘଟିତ ହେବ ପାଇଁ ଆହ୍ବାନ ଦିଆଯାଇଥିଲା। ଉକ୍ତ ସଭା ରେ ଗୌରୀ ବିଶ୍ବାଳ, ହେମଲତା ସିଂହ, ସଜନାବତୀ ରତ୍ନାଲୁ, ପିଙ୍କି କାଡ୍ରାକା, ଡି ଗଡବା, ମମିତା କୁଡ଼ୁମ୍ବାକା, ଶାନ୍ତି କୁଟ୍ରୁକା ଏବଂ ୟେଦୁ ଚିନ୍ନାମା ପ୍ରମୁଖ ଯୋଗ ଦେଇଥିଲେ।