ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩/୨) : କାଶୀନଗର ବ୍ଲକ ରେ ଆସନ୍ତା ୫ ତାରିଖରେ ନିପୁଣ ଭାରତ ମେଳା ଅନୁଷ୍ଠିତ ହେବ ।
ଏଥି ପାଇଁ କାଶୀନଗର ବ୍ଲକ ର ବିଭିନ୍ନ କ୍ଲଷ୍ଟର ସ୍ତର ରେ ପ୍ରସ୍ତୁତି ଚାଲିଛି । ବ୍ଲକ ର ଚୁଡାଙ୍ଗିପୁର ହାଇସ୍କୁଲ ଠାରେ ଏନ ଏ ସି ସ୍ତରୀୟ ପ୍ରସ୍ତୁତି ଆୟୋଜନ ଚାଲିଛି । ଏନ ଏ ସି ର ସି ଆର ସି ସି ସି ଆର ମଧୁକୁମାର ଙ୍କ ନେତୃତ୍ୱ ରେ କ୍ଲଷ୍ଟର ର ସାତୋଗୋଟି ବିଦ୍ୟାଳୟ ର ପ୍ରଥମ ଦ୍ଵିତୀୟ, ତୃତୀୟ ଶ୍ରେଣୀ ପିଲାଙ୍କ ଭାଷା, ଓ ଗଣିତ ଜ୍ଞାନ ବୃଦ୍ଧି ଲକ୍ଷ ରେ ବିଭିନ୍ନ ପ୍ରକଳ୍ପ ବା ମୋଡ଼ୁଲ ପ୍ରଦର୍ଶନ ସ୍ୱଷ ଅବିଭାବକ ମାନଙ୍କୁ ମଧ୍ୟ ଏଥିରେ ସାମିଲ କରିବାକୁ ପ୍ରୟାସ ରଖାଯାଇଛି । ବିଭିନ୍ନ ବିଦ୍ୟାଳୟ ର ଏଫ ଏଲ ଏନ ଶିକ୍ଷକ ଓ ଶିକ୍ଷୟତ୍ରୀ ଏଥିରେ ସାମିଲ ହେବେ ବୋଲି ଶ୍ରୀରାଓ କହିଛନ୍ତି ।