ମୁନିଗୁଡ଼ା:ତା୨୧-୬ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ପାତ୍ରଗୁଡା ପଞ୍ଚାୟତ କାର୍ଯ୍ୟାଳୟରେ ବ୍ଲକ ଜେଇଙ୍କ ଦୁର୍ନୀତି ନିମ୍ନମାନ କାମର ପିସି ଲୁଟି ଲୋକଙ୍କୁ ଭୂଆ ବୁଲାଉଥିବା କଥା ଆଜିକାଲି ଚର୍ଚ୍ଚାକୁ ଆସୁଛି।
ପାତ୍ରଗୁଡା ପଞ୍ଚାୟତରେ ସତ୍ ପ୍ରତିସତ୍ ଲୋକେ ଆଦିବାସୀ ଓ ହରିଜନ ଏବଂ ନିରିହ ହେଇଥିବା ହେତୁ ଏଠି ସରକାରଙ୍କ କୗଣସି ଉର୍ନତି ମୁଳକ କାମ ହେଇପାରୁନାହିଁ।ତଳଦିନରେ ପାତ୍ରଗୁଡା ପଞ୍ଚାୟତ ରେ ହୋଇଥିବା ଦୁର୍ନୀତି ପଞ୍ଚାୟତ ସମିତି ଖେରାଉ ଠାରୁ ରାଲି ଏଵଂ ଜିଲ୍ଲା ପାଳଙ୍କୁ ଲିଖିତ ଅଭିଯୋଗ ଯଣାଇଥିଲେ ଗ୍ରାମ ବାସୀ କିନ୍ତୁ ଦୁଖ ଓ ପରିତାପର ବିଶୟ ତଦନ୍ତ ବାଟବଣା ହୋଇଗଲା। ଲୋକଲୋଚନ କୁ ଏଣା ଗଲା ନାହିଁ।ପାତ୍ରଗୁଡା ପଞ୍ଚାୟତ ରେ ଦୁଇକୋଟି ପତି ଜେଇ,ପୂର୍ବରୁ ରାମଚନ୍ଦ୍ର ସୁତାର,ଓ ଅଶୋକ ପାତ୍ର ଏହି ଦୁଇ କୋଟି ପତି ଜେଇ ପଞ୍ଚାୟତ କୁ ଖୁଳ କରିଥିବାରେ ମାହିରିଅଛନ୍ତି ।
ଏହି ଦୁଇ କୋଟି ପତି ଜେଇଙ୍କ ସ୍ଥାବର ଅସ୍ଥାବର ସମ୍ପତି ଲୋକଲଚନକୁ ଅଣାଯାଉ ଓ ଏହି ଦୁଇ ଜେଇଙ୍କୁ ଭିଜିଲାନ୍ସ ତଦନ୍ତ ପାଇଁ ସ୍ଥାନୀୟ ପଞ୍ଚାୟତ ବାସୀ ଦାଵିକରିଅଛନ୍ତୀ । ଗ୍ରାମବାସୀ ଙ୍କକହିବା କଥା କୋଟି ପତି ଜେଇ କହୁଛନ୍ତି ତୁମେ ଆମର କିଛି କରିପାରିବ ନାହିଁ ସବୁ ଦଳ ର ରାଜନେତା ଆମହାତରେ ଓ ବଡବଡ ସରକାରି ବାବୁମାନେ ଆମହାତରେ । ଆମର କୗଣସି କିଛି କରିପାରିବ ନାହିଁ ଏହା କହିବା ଦୁଇ କୋଟି ପତି ଜେଇ କାହାବଳରେ ବଳିୟାନ । ଆଉ ଏମାନଙ୍କ ନାମରେ ଯେତେ ଅଭିଯୋଗ କଲେମଧ୍ୟ କିଛି ହୋଇପାରୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି । କୋଟି କୋଟି ଟଙ୍କା ଲୁଟିଥିବା ଜେଇଙ୍କ ନାମରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବ ଦେଖିବାକୁ ବାକିରହିଲା । ଯଦି କୗଣସି କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ଗ୍ରାମଵାସୀ ରାଜରାସ୍ତାକୁ ଅବରୋଧ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।