32.9 C
Balāngīr
Wednesday, April 30, 2025

ନିମ୍ନ ମାନର କାର୍ଯ୍ୟ କରି ଅର୍ଥ ହଡପ ନେଇ ଖବର ସଂଗ୍ରହ ବେଳେ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର

Must read

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, (୦୭/୦୨) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ମହାରାଜ ସାଗର ଉନ୍ନତି କରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ନେଇ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା ।

ଟିଟିଲାଗଡ ମହାରାଜ ସାଗର ପୋଖରୀରେ ଆଧୁନିକି କରଣ କରାଯାଇ ଆଡିବନ୍ଧ କୁ ଉନ୍ନୀତ କରିବା ପାଇଁ ନିୟମ ରହିଛି l ଏନେଇ ସ୍ପଷ୍ଟଭାବରେ ସରକାରୀ ଗାଇଡ଼ ଲାଇନ ଜାରି ରହିଛି ହେଲେ ଏହାର ଖିଲାପ କରାଯାଇଛି । ହେଲେ ସମସ୍ତ ନିୟମ କୁ ଖିଲାପ କରି ଜାଲ,କାଗଜ ପତ୍ର ପ୍ରସ୍ତୁତ କରିବା ଅଭିଯୋଗ ନେଇ ଅନୁଦାନ କୁ ବାଟ ମାରଣା କରିବା ପାଇଁ ସ୍ୱତନ୍ତ୍ର ଯୋଜନା କରି ଟିଟିଲାଗଡ଼ ବ୍ଲକ ର ଏ ଇ ଇ ଅନୁଦାନ ଗୁଡିକୁ ଆତ୍ମସାତ କରିବା ପାଇଁ ଠିକାଦାର ଙ୍କ ଜରିଆରେ କାମ କରୁଥିବା ଖବର ପାଇ ଟିଟିଲାଗଡ଼ ସହର ର ଏକ ବୈଦ୍ୟୁତିକ ଗଣମାଧ୍ୟମ ର ପ୍ରତିନିଧି ଟିଟିଲାଗଡ଼ ବ୍ଲକ କୁ ଯାଇ ସମ୍ପୃକ୍ତ ଏ ଇ ଇ ଙ୍କୁ ପଥର ପେଚିଙ୍ଗ ସ୍ଥାନରେ ପେପର ବ୍ଲକକେମିତି ଦିଆଯାଉଛି ବୋଳି କହିବାରୁ ସେ ଚିନ୍ହକି ଉଠି କ୍ୟାମେରା ବନ୍ଦ କରିବା ସହ ବ୍ଲକ ଅଫିସ କୁ ବିନା ଅନୁମତି ରେ ଆସିବାକୁ ବାରଣ କରିବା ଘଟଣା ଚକିତ କରିଛି l

ସେପଟେ ଏହି ଘଟଣା କୁ ଟିଟିଲାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଭାଗ୍ୟ ପୂର୍ଣ୍ଣ କହିବା ସହିତ ସମସ୍ତ ଅଧିକାରୀ ତଥା କର୍ମଚାରୀ ଙ୍କୁ ସାଧାରଣ ଲୋକଙ୍କୁ ତଥା ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପ୍ରତି ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରିବା ନେଇ ତାଗିଦ କରି ଧମକ ଦେଇଥିଲେ l ଏନେଇ ସମ୍ପୃକ୍ତ ଏ ଇ ଇ ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ l ତେବେ କେବଳ ମହାରାଜ ସାଗର ଉପରେ ଚାଲୁଥିବା କାର୍ଯ୍ୟ ଯେ ଅତି ନିମ୍ନ ମାନର ତାହା ନୁହେଁ, ସମ୍ପୃକ୍ତ ଏ ଇ ଇ ଅଧୀନରେ ଚାଲୁଥିବା ଅନେକ କାମରେ ବ୍ୟାପକ ଅର୍ଥ ଆତ୍ମସାତ କରାଯାଉଥିବା ବେଳେ ଅନେକ କାମ ଅତି ନିମ୍ନ ମାନର କରାଯାଇ ସରକାରୀ ଅନୁଦାନ ଗୁଡିକ ବାଟ ମାରଣା କରାଯାଇଥିବା ଅଭିଯୋଗ ହେଉଛି l

ଏମିତିକି ଜାତୀୟ ନିଶ୍ଚିତ ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନା ରେ ମଧ୍ୟ ମିଥ୍ୟା ଶ୍ରମିକ, ମିଥ୍ୟା ଭାଉଚର, ଵିଲ ପ୍ରଦାନ କରାଯାଇ ସରକାରୀ ଅର୍ଥ କୁ ଲୁଟ କରାଯାଉଥିବା ଅଭିଯୋଗ ହୋଇଛି l ଏହାରି ଉପରେ ଉଚ୍ଚସ୍ତରୀୟ ତଦନ୍ତ ଦାବୀ ହେଉଛି l ସେପଟେ କର୍ମରତ ଗଣମାଧ୍ୟମ ପ୍ରତିନିଧି ଙ୍କ ଉପରେ ହେଉଥିବା ଦୁର୍ବ୍ୟବହାର କୁ ନେଇ ଟିଟିଲାଗଡ଼ ସାମ୍ବାଦିକ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ଦୁର୍ବ୍ୟବହାର ଅଭିଯୋଗ ନେଇ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉକ୍ତ ସମସ୍ତ କାର୍ଯ୍ୟ ର ସବିଶେଷ ତଦନ୍ତ ଦାବି ହୋଇଛି ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...