32.9 C
Balāngīr
Saturday, April 26, 2025

ନିର୍ବାହୀ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

କାଶୀନଗର ୨୬ /୦୩-ଆପ୍ର): କାଶୀନଗର ଏନ୍ ଏ ସି ନିର୍ବାହୀ ଅଧିକାରୀ ଭଗବତ ସାହୁଙ୍କ ଜରିଆରେ ଗଜପତି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆ ଯାଇଛି | କାଶୀନଗର ନାଗରିକ ମହାସଭା ସଭାପତି ପ୍ରଶାନ୍ତ ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ ନାଗରିକ ରବୀନ୍ଦ୍ର କୁମାର ପଣ୍ଡା, ତ୍ରିନାଥ ନାୟକ, ଗୋପୀନାଥ ପାତ୍ର, ସମାଜକର୍ମୀ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ କାଉନ୍ସିଲର ପ୍ରଶାନ୍ତ ସାହୁ, ବର୍ତ୍ତମାନର କାଉନ୍ସିଲର ଭି . ଚଲପତି ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଛନ୍ତି |

ଉକ୍ତ ଦାବିପତ୍ର ଅନୁଯାୟୀ କାଶୀନଗର ଏନ୍ ଏ ସି ୧ , ୨ , ୩ ୱାର୍ଡ ନିକଟସ୍ଥ ନଦୀବନ୍ଧ ପାଖରେ ଥିବା ଶ୍ମଶାନ କିସମର ସର୍ବସାଧାରଣ ଖାତା ନମ୍ବର ୩୧୨୫ , ପ୍ଲଟ୍ ନମ୍ବର ୩୮୧୩ରେ ଶବଦାହ ସ୍ଥଳ ନିର୍ମାଣ ସକାଶେ ବହୁ ପୂର୍ବରୁ ମଞ୍ଜୁରୀ ଓ ଅନୁଦାନ ମିଳି ସାରିଥିଲେ ବି ଏଯାଏଁ ତାହା ନିର୍ମିତ ହୋଇ ପାରିନାହିଁ | ତେଣୁ ଉକ୍ତ ସ୍ଥଳରେ ଶୀଘ୍ର ପ୍ରସ୍ତାବିତ ନିର୍ମାଣ କରାଯାଉ | ଏହାଛଡା ଦୀର୍ଘ ବର୍ଷ ଧରି ବସ୍ ଷ୍ଟାଣ୍ଡ ରୂପେ ବ୍ୟବହୃତ ସ୍ଥାନରେ ଆଗରୁ ଥିବା ଓ ପରେ ଭାଙ୍ଗି ଦିଆ ଯାଇଥିବା ଯାତ୍ରୀ ବିଶ୍ରାମାଗାରର ପୁନଃ ନିର୍ମାଣ, ସେଠାରେ ନବନିର୍ମିତ ଡ୍ରେନ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ , ଗୋଷ୍ଠୀ ଶୌଚାଳୟଗୁଡିକର ସ୍ୱଚ୍ଛତା ରକ୍ଷା ଓ ସୁପରିଚାଳନା, ପୂର୍ବତନ ସାଂସଦଙ୍କ ଅନୁଦାନ ପାଣ୍ଠିରେ ନିର୍ମିତ ବିଶୁଦ୍ଧ ପାନୀୟଜଳ ବ୍ୟବସ୍ଥାର ଅଞ୍ଚଳବାସୀଙ୍କ ସୁବିଧା ଦୃଷ୍ଟିରୁ ସ୍ଥାନାନ୍ତରୀକରଣ, ଜନସ୍ୱାର୍ଥକୁ ଆଖି ଆଗରେ ରଖି କାଶୀନଗର ଦେଇ ଚଳାଚଳ କରୁଥିବା ସମସ୍ତ ବସ୍ ଯେପରି ବାଇପାସ୍ ରେ ନଯାଇ ସହର ଭିତରକୁ ଓ ବସ୍ ଷ୍ଟାଣ୍ଡକୁ ଆସିବ ସେ ଦିଗରେ ପଦକ୍ଷେପ ନେବା, ପୂର୍ବ ନିର୍ବାହୀ ଅଧିକାରୀଙ୍କ ଭଳି ବର୍ତ୍ତମାନର ନିର୍ବାହୀ ଅଧିକାରୀ ବିଭିନ୍ନ ୱାର୍ଡ ବୁଲି ସ୍ୱଚ୍ଛତା ଅନୁଧ୍ୟାନ କରିବା ପ୍ରଭୃତି ଦାବି ଉପସ୍ଥାପିତ ହୋଇଛି |

ପେଡାମାଡି ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଶୀଘ୍ର ଦାବି ପୂରଣ ନହେଲେ ଜନଆନ୍ଦୋଳନର ସମ୍ଭାବନା ସମ୍ପର୍କରେ ବି ଦାବୀପତ୍ରରେ ସୂଚନା ଦିଆ ଯାଇଥିବା ବେଳେ ନିର୍ବାହୀ ଅଧିକାରୀ ସାହୁ କହିଛନ୍ତି ଯେ, ଦାବିପତ୍ରରେ ଯେଉଁ ଶବଦାହ ସ୍ଥଳ ନିର୍ମାଣ ପ୍ରସଙ୍ଗ ରହିଛି, ସେଥିପାଇଁ ଡି ପି ଆର ଆହ୍ବାନ କରାଯାଇଥିଲା | ଆବେଦନ କରିଥିବା ଏଜେନ୍ସି ରିପୋର୍ଟ ପ୍ରସ୍ତୁତି ପାଇଁ ଅନୁଦାନ ଅର୍ଥର ଚାରି ପ୍ରତିଶତ ଦାବି କରିବା ଯୋଗୁ ତାହା ସମ୍ଭବ ହେଲାନାହିଁ | ବର୍ତ୍ତମାନ ଅନ୍ୟ ଏକ ଏଜେନ୍ସି ଅନୁଦାନର ୦ .୯୬ ପ୍ରତିଶତ ବିନିମୟରେ ଡି ପି ଆର ପ୍ରସ୍ତୁତି ପାଇଁ ସମ୍ମତି ପ୍ରଦାନ କରିଥିବା ବେଳେ, ପ୍ରସ୍ତୁତ ରିପୋର୍ଟ ଆଇ ଏଲ୍ ଡବ୍ଲ୍ୟୁ କର୍ତ୍ତୃପକ୍ଷଙ୍କ ନିକଟକୁ ରାୟଗଡା ପଠା ଯାଇଛି | ଉକ୍ତ କର୍ତ୍ତୃପକ୍ଷ ରିପୋର୍ଟକୁ ନେଇ କେତେକ ଆପତ୍ତି ଦର୍ଶାଇଛନ୍ତି ଓ ଶୀଘ୍ର ପୁଣି ଉପଯୁକ୍ତ ରିପୋର୍ଟ ପ୍ରସ୍ତୁତ ପାଇଁ ଉଲ୍ଲେଖିତ ଏଜେନ୍ସିକୁ କୁହା ଯାଇଥିବା ବେଳେ ତାହା ଅନୁମୋଦିତ ହୋଇ ଆସିଲେ କାର୍ଯ୍ୟ ଆରମ୍ଭ ହେବ | ଉପସ୍ଥାପିତ ଅନ୍ୟ ସମସ୍ତ ଦାବି ପୂରଣ କେତେ ଦୂର ସମ୍ଭବ, ତାହାର ବିଚାର ଓ ଅନୁଧ୍ୟାନ ପରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ବି ନିର୍ବାହୀ ଅଧିକାରୀ କହିଛନ୍ତି |

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...