ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୨/୮) : ଗତ କାଲି ସାମାଜିକ ସୁରକ୍ଷା ବିଭାଗ ତରଫରୁ ନିଶାମୁକ୍ତ ଅଭିଯାନ ହୋଇଯାଇଛି ।
ପ୍ରକାଶ ଥାଉକି, ଗତ କାଲି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ଠାରୁ ଷ୍ଟେଟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଏକ ରାଲି ବାରଣାସୀ ହାଇସ୍କୁଲ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ବିଭିନ୍ନ ନାରା ଦେଇ ନିଶାମୁକ୍ତ ଭାରତ ପାଇଁ ସଚେତନ କରିଥିଲେ । ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶ୍ରୀ ଦମ୍ବୁରୁଧର ମଲ୍ଲିକ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଆଦି କନ୍ଦ ଗମାଙ୍ଗ, ସାମାଜିକ ସୁରକ୍ଷା ଅଧିକାରୀ ଏହି ରାଲି ଭାଗ ନେଇଥିଲେ । ଏହା ଭାରତ ସରକାରଙ୍କ ସାମାଜିକ ସୁରକ୍ଷା ଓ ପରିବେଶ ବିଭାଗ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅଟେ । କିନ୍ତୁ ବ୍ୟାନରରେ ନାଶା ମୁକ୍ତ ଅଭିଯାନ ଲେଖାଥିବା ଦେଖାଯାଇଥିଲା ।