ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୧୧) : ଆଜି କାଶୀନଗର ବ୍ଲକ ରେ ନିଶାମୁକ୍ତ ସମାଜ ଗଠନ ନେଇ ଚିତାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l
ପ୍ରାପ୍ତ ସୂଚନା ମୁତାବକ ଯୁବ ସମାଜ ନିଶଗ୍ରସ୍ତ ହୋଇ କିଭଳି ନିଜ ର ଓ ସମାଜ ର ନଷ୍ଟ କରୁଛନ୍ତି ସେ ନେଇ ସ୍କୁଲ ଛାତ୍ର ଓ ଛାତ୍ରୀ ଙ୍କ ମଧ୍ୟ ରେ ଜାଗରଣ ସୃଷ୍ଟି କରିବା ଉଧେଶ୍ୟ ରେ ଚିତାଙ୍କନ ଓ ବାତ୍କୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସଭାଗୃହ ରେ ଅଧିକାରୀ ଆଦିକନ୍ଦ ଗମାଙ୍ଗ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସହ ଅଧିକାରୀ ନର୍ମଦା ଦାସ ମଧ୍ୟ ଉପସ୍ଥିତ ଥିଲେ l ବ୍ଲକ ର ସମସ୍ତ ବିଦ୍ୟାଳୟ ରୁ ପିଲା ଭାଗ ନେଇଥିଲେ l ଆଜି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆୟୁଷ୍ମାନ ଭାରତ ତରଫରୁ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଙ୍କୁ ନେଇ ଗୋଟିଏ ଦିନ ସ୍ୱାସ୍ଥ୍ୟ ଦୂତ ମାନଙ୍କ ର ତାଲିମ ଶିବିର ଅନୁଷ୍ଠିତ ହେଉଛି l