ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୪/୧୨) : ସାମାନ୍ୟ ବଚସାରୁ ଘଟିଲା ଅଭାବନୀୟ କାଣ୍ଡ । ବ୍ଲେଡରେ ଜଣେ ଯୁବକଙ୍କ ତଣ୍ଟି କାଟିଦେଲେ ନିଶାସକ୍ତ ଜଣେ ଯୁବକ ।
କଟକ ଜିଲ୍ଲା ଆଠଗଡ଼ ବ୍ଲକ ମାଣିପୁର ଗାଁରେ ଘଟିଛି ଏହି ଅଘଟଣ । ଗୁରୁତର ଯୁବକଜଣକ ହେଲେ ଢେଙ୍କାନାଳ ଜିଲ୍ଲା ଦେଓପଡ଼ା ଗାଁ ସଞ୍ଜୟ ସଞ୍ଜୟ ନାଏକ । ଏହି ଘଟଣାରେ ପୁଲିସ୍ ଢେଙ୍କାନାଳ ଜିଲ୍ଲା ମାଣିପୁର ଗାଁର କରୁଣାକର ଦୋରଡଙ୍କୁ ଅଟକ ରଖି ପଚରାଉଚରା କରୁଛି । ସଞ୍ଜୟ ନିଜର ଜଣେ ସାଙ୍ଗଙ୍କ ସହ ମୋବାଇଲ ଠିକ୍ କରିବା ନିମନ୍ତେ ଆଠଗଡ଼ ଆସିଥିଲେ। ସେଠାରେ ମୋବାଇଲ ଠିକ୍ କରିବା ପରେ ଉଭୟ ଏକ ଚା’ ଦୋକାନରେ ଚା’ ପିଉଥିଲେ । ଉକ୍ତ ସମୟରେ କରୁଣାକର ସେଠାରେ ପହଞ୍ଚି ସେମାନଙ୍କୁ ଗାଳୁଗୁଲଜ କରିଥିଲେ ।
ଏହା ଅତିଷ୍ଠ ହେବାରୁ ସଞ୍ଜୟ ଘଟଣାସ୍ଥଳରୁ ଚାଲି ଯାଉଥିଲେ । ମାତ୍ର କରୁଣାକର ଅତର୍କିତ ଭାବେ ପଛ ପଟୁ ଆସି ତାଙ୍କ ବେକକୁ ବ୍ଲେଡରେ କାଟି ଦେଇଥିଲେ।ଉତ୍ତ୍ୟକ୍ତ ଲୋକେ କରୁଣାକରଙ୍କୁ କାବୁ କରି ପ୍ରବଳ ପିଟିଥିଲେ। ଏହାପରେ ପୁଲିସ୍ ଜିମା ଦେଇଥିଲେ । ସଞ୍ଜୟଙ୍କ ପତ୍ନୀ ମମତାଙ୍କ ଅଭିଯୋଗକୁ ଭିତ୍ତି କରି ଆଠଗଡ଼ ଥାନା ପୁଲିସ୍ କରୁଣାକରଙ୍କୁ ଥାନାରେ ଅଟକ ରଖିଛି। ଏଥିସହ ଏହି ମାମଲାର ତଦନ୍ତ ଜାରି ରଖିଛି ।