32.9 C
Balāngīr
Tuesday, May 20, 2025

ନୀତି ଆୟୋଗ ସଚିବଙ୍କ ଆଦର୍ଶ ଗାଁ ସକଟା ଗ୍ରାମକୁ ପରିଦର୍ଶନ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡା, (୪/୧) : ରାୟଗଡା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ମୁନିଖୋଲ ଗ୍ରାମ ପଞ୍ଚାୟତର ଆଦର୍ଶ ଗ୍ରାମ ସକଟାରେ ଶନିବାର କେନ୍ଦ୍ର ନୀତି ଆୟୋଗ ଯୁଗ୍ମ ସଚିବ କେ.ଏସ.ରେଜୀମନ ପହଞ୍ଚି ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେWhatsApp Image 2025 01 05 at 10.57.02 ନୀତି ଆୟୋଗ ସଚିବଙ୍କ ଆଦର୍ଶ ଗାଁ ସକଟା ଗ୍ରାମକୁ ପରିଦର୍ଶନ

ପ୍ରଥମେ ସମସ୍ତ ପ୍ରଶାସନିକ ଅତିଥି ମାନଙ୍କୁ ଗ୍ରାମବାସୀ ମାନେ ପାରମ୍ପରିକ ଡ଼ଙ୍ଗରିଆ ସଙ୍ଗୀତ ଓ ନୃତ୍ୟର ତାଳେ ତାଳେ ଗାଁ ମଧ୍ୟକୁ ସୁସ୍ଵାଗତ କରି ପାଛୋଟି ନେଇଥିଲେ । ପରେ ରାୟଗଡ଼ା ଜିଲ୍ଲାପାଳ ପାରୁଲ ପଟାୱରିଙ୍କ ସଭାପତିତ୍ୱରେ ଗ୍ରାମବାସୀ ଓ ବିଭାଗୀୟ ସମସ୍ତ ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ନୀତି ଆୟୋଗ ଯୁଗ୍ମ ସଚିବ ଶ୍ରୀ ରେଜିମନଙ୍କ ସହ ଗୁଣୁପୁର ଉପ ଜିଲ୍ଲାପାଳ କିରନଦୀପ କୌର ସୋହାତେ, ମୁନିଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡ୍ରୁକା, ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତି,ତହସିଲଦାର ଏମ.ଅନୁରାଧାଙ୍କ ସମେତ ଜିଲ୍ଲା ଓ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ବିଭିନ୍ନ ଯୋଜନା ଏବଂ ଗ୍ରାମବାସୀ ମାନେ ପାଉଥିବା ବିଭିନ୍ନ ସୁବିଧା ସମ୍ପର୍କରେ ନୀତି ଆୟୋଗ ସଚିବଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ।

ପରେ ଯୁଗ୍ମ ସଚିବ ପରେ ଗ୍ରାମବାସୀଙ୍କୁ ନିୟମିତ ରାସନ ମିଳୁଛି ନା ନାହିଁ, ପ୍ରଧାନମନ୍ତ୍ରୀ ଆବାସ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଶୌଚାଳୟ, କୃଷି, ଉଦ୍ୟାନ କୃଷି, ଜଳସେଚନ ଉପରେ ଉଭୟ ଗ୍ରାମବାସୀ ଓ ବିଭାଗୀୟ ଜିଲ୍ଲା ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ସକଟା ଗ୍ରାମରେ ବସବାସ କରୁଥିବା ଡ଼ଙ୍ଗରିଆ ଲୋକମାନେ ସେମାନଙ୍କ ନିମନ୍ତେ ଚାଷ ନିମନ୍ତେ ଚେକ୍ ଡ୍ୟାମ୍, ଶିକ୍ଷାର ଉର୍ନତି ନିମନ୍ତେ ଉଚ୍ଚ ବିଦ୍ୟାଳୟ ଓ ନିଜ ସମ୍ପ୍ରଦାୟର ମନ୍ଦିର ନିର୍ମାଣ ନିମନ୍ତେ ସଚିବଙ୍କୁ ସର୍ବ ସମ୍ମୁଖରେ ଦାବି ସହ ଅନୁରୋଧ କରିଥିଲେ। ବୈଠକରେ ପ୍ରଶାସନ ତରଫରୁ ହିତାଧିକାରୀ ମାନଙ୍କୁ ଜାତିଗତ ପ୍ରମାଣ ପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର,ବାର୍ଷିକ ଆୟ ପ୍ରମାଣ ପତ୍ର,ମଧୁବାବୁ ପେନସନ, ଶୌଚାଳୟ କାର୍ଯ୍ୟାଦେଶ ପତ୍ର ପ୍ରଦାନ କରାଯାଇଥିଲା।

ଡ଼ଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର କାର୍ଯ୍ୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ପୃଷ୍ଟିକର ଖାଦ୍ୟ ଏବଂ ବିଦ୍ୟାଳୟ ଶିକ୍ଷା ଉପରେ ସଚିବ ପଚାରି ବୁଝିଥିଲେ । ଜିଲ୍ଲାପାଳ ଆରଡି ବିଭାଗ ଉପଖଣ୍ଡ ଯନ୍ତ୍ରୀଙ୍କୁ ସ୍ଥାନୀୟ ଅଞ୍ଚଳର ରାସ୍ତାର ବିକାଶ ପାଇଁ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ସୂଚନା ଅନୁଯାୟୀ ନୀତି ଆୟୋଗ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଭାରତ ସରକାରଙ୍କ ମିଳିତ ସହଯୋଗରେ ସକଟା ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ଯୋଜନା କରାଯାଇଛି । ଜିଲ୍ଲାପାଳଙ୍କ ସମସ୍ତ ତଥ୍ୟ ଆଧାର ଏବଂ ନୀତି ଆୟୋଗଙ୍କ ଅନୁମୋଦନ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ନିୟମଗିରି ପାଦଦେଶ ଆଦିମ ସଭ୍ୟତାର ଏନ୍ତୁଡ଼ିଶାଳ ଡ଼ଙ୍ଗରିଆ କନ୍ଧ ମାନଙ୍କ ଆଦିଭୂମି ସକଟା ଗାଁକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା କରିଥିଲେ । ଏହି ଗ୍ରାମ ଏବେ ସବୁ କ୍ଷେତ୍ରରେ ଉନ୍ନୟନର ମଡେଲ ଭାବେ ଉଭା ହେବ ବୋଲି ଜିଲ୍ଲାପାଳ କହିଥିଲେ ।

କାର୍ଯ୍ୟକ୍ରମରେ ବ୍ଲକ ସହକାରୀ ଯନ୍ତ୍ରୀ ଐଶୂର୍ୟ୍ଯ ଭଞ୍ଜଦେଓ, ଅଶୋକ କୁମାର ପାତ୍ର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା, ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ରମେଶ ମିଞ୍ଜ,ସ୍ୱାସ୍ଥ ସମ୍ପ୍ରସାରଣ ଅଧିକାରୀ ସଂଯୁକ୍ତା ଗୋମାଙ୍ଗ, ସିଡିପିଓ ଡାଳିମ୍ବ ନାୟକ, ବିପିଏମ୍ ତପନ କୁମାର ପଣ୍ଡା, ଆରଡି ଯନ୍ତ୍ରୀ ସୁଜ୍ଞାନି ବେହେରା, ଜଙ୍ଗଲ ଜମି ଯୋଜନା ସଂଯୋଜକ ରାମକୃଷ୍ଣ ମିଶ୍ରଙ୍କ ସମେତ ବ୍ଲକର ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...