ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୧୫/୨) : ବାଲିଗୁଡା ନୁଆସାହି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ୨୦୨୪-୨୫ ଆଡମ୍ବର ସହକାରେ ପାଳିତ ହୋଇଛି ।
ବାର୍ଷିକ ଉତ୍ସବ କୁ ଅତିଥିବୃନ୍ଦ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଟାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ବାଲିଗୁଡା ଗୋଷ୍ଟୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ସଭାପତିତ୍ବ କରିଥିବା ବେଳେ ମୂଖ୍ୟଅତିଥି ରୂପେ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଶିକ୍ଷାବିତ ବିଜୟ ଚନ୍ଦ୍ର ଖଣ୍ଡଗିରି ସନମାନିତ୍ବ ଅତିଥିଭାବେ ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ବଳରାମ ବେହେରା ସିଆରସିସି ଗାୟତ୍ରୀବାଳା ପାଳ ଗୋଈବାଲି ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ପ୍ରଧାନୀ ସମେତ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ରେଣୁକା ଵାଳା ସାହାଣୀ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ ।
ବାର୍ଷିକ ଉତ୍ସବ ରେ କ୍ରୀଡା, ଖେଳକୁଦ, ବକୃତା, ସାଧାରଣଜ୍ଞାନ ଚିତ୍ରାଙ୍କନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥିବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ । ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମ ଟିକୁ ଉପସ୍ଥାପନା ଓ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ସତ୍ୟନାରାୟଣ ତ୍ରିପାଠୀ ଏବଂ ଦୟାନିଧି ମହାରଣା ।