32.9 C
Balāngīr
Tuesday, May 20, 2025

ନୂଆପଡା ଜିଲ୍ଲାରେ ବିଶ୍ଵ ରେଡକ୍ରସ ଦିବସ ପାଳିତ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡା, (୦୯/୦୫) : ଆପ୍ର. : ନୂଆପଡା ଜିଲ୍ଲାରେ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏକ ଜନ ସଚେତନତା ରାଲିକୁ ଜିଲ୍ଲାପାଳ ମଧୁସୂଦନ ଦାଶ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଏଥିରେ ନିଜେ ମଧ୍ୟ ଯୋଗ ଦେଇଥିଲେ ।

ଏହାପରେ ସ୍ଥାନୀୟ ସଦ୍‌ଭାବନା ସଭା ଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି. ଆର୍. ରାଘବେନ୍ଦ୍ର ଏବଂ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ସିଡିଏମ୍‌ଓ ଡଃ ଗୁରୁ ପ୍ରସାଦ ଜେନା ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ରେଡକ୍ରସର ପ୍ରତିଷ୍ଠାତା ସାର୍ ହେନେରୀ ଡୁନାଣ୍ଟଙ୍କ ଜନ୍ମ ଦିବସ ଅବସରରେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା ।

ଅତିଥିମାନେ ଦିବସର ମହତ୍ତ୍ଵ ସହିତ ସାର୍ ହେନେରୀଙ୍କ ମାନବ ସମାଜ ପ୍ରତି ବହୁମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ । ସଭାକୁ ସମ୍ବୋଧିତ କରି ଜିଲ୍ଲାପାଳ କହିଲେ ଯେ, ହେନେରୀ ଡୁନାଣ୍ଟ ରେଡକ୍ରସ ମାଧ୍ୟମରେ ସବୁଦିନ ପାଇଁ ଅମର ହୋଇଯାଇଛନ୍ତି । ଆମେ ସମସ୍ତେ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଦୁଃଖୀ ଦରିଦ୍ରଙ୍କ ସେବା କରିବା । ରେଡକ୍ରସକୁ ଅଧିକ କ୍ରିୟାଶୀଳ କରି ଜିଲ୍ଲାରେ ଅଧିକ ପାଣ୍ଠି ସଂଗ୍ରହ ଓ ସ୍ଵେଚ୍ଛାକୃତ ରକ୍ତଦାନ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ । ସଭାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପରିଚାଳନା କରିଥିଲେ ।

ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଯୋଗେଶ୍ଵର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ପ୍ରଶାସନିକ ଅଧିକାରୀ, କର୍ମଚାରୀ, ବିଭିନ୍ନ ସ୍କୁଲ୍ କଲେଜର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା, ରକ୍ତଦାତା କିଶୋର ପରିଡ଼ା, ମନୋଜ ଡାଗା, କଦମ୍‌ରୁ ଯାଜ୍ଞସେନୀ ମହାପାତ୍ର ଏବଂ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ରକ୍ତଦାନ ଶିବିର ଜିଲ୍ଲା ରେଡକ୍ରସ ଶାଖା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...