32.9 C
Balāngīr
Thursday, June 12, 2025

ନୂତନ ଏସପି ଙ୍କୁ ସାକ୍ଷାତ କଲେ ଓଡ଼ିଶା ସାମ୍ୱାଦିକ ସଂଘ କର୍ମକର୍ତ୍ତା

Must read

ସୁବର୍ଣ୍ଣପୁର, (୧୮/୦୫) : ଆ.ପ୍ର : ସୁବର୍ଣ୍ଣପୁର ର ନୂତନ ଏସପି ନାରାୟଣ ନାୟକ ଙ୍କୁ ସାକ୍ଷାତ କଲେ ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଶାଖା କର୍ମକର୍ତ୍ତା l

ଦୁର୍ଘଟଣା ରୋକିବାକୁ ନିର୍ଦ୍ଧିଷ୍ଟ ସମୟରେ ଭାରି ଯାନ ଚଳାଚଳ ବ୍ୟବସ୍ଥା କୁ ସଦର ମହକୁମା ରେ ମଧ୍ୟ ଲାଗୁକରିବା, ବେଆଇନ୍ ନିଶା କାରବାର ଓ ଜନ ଗହଳି ପୂର୍ଣ୍ଣ ରାସ୍ତା ରେ ଦୃତ ଗତିରେ ବାଇକ ଚଳାଉ ଥିବା ଆରୋହୀ ଙ୍କୁ ରୋକ ଲଗାଇବା କୁ ଓ ବିଶେଷ କରି ନାବାଳକ ଗାଡ଼ି ଚାଳକ ଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ, ଛିନ୍ ତାଇ ଉପରେ ଜିରୋ ଟଲରେନ୍ସ, ପ୍ରତ୍ୟହ ସହର କୁ ଆସୁଥିବା ସନ୍ଦିଗ୍ଧ ବ୍ୟକ୍ତି ଙ୍କୁ ଚିହ୍ନଟ କରିବା, ଖଣି ଅଧିକାରୀ ଙ୍କ ପ୍ରୋତ୍ସାହନରେ ଜିଲ୍ଲା ର ତେଲ ନଦୀ , ମହାନଦୀ ଓ ଅଙ୍ଗ ନଦୀ ତଥା ସମସ୍ତ ଯୋର ମାନଙ୍କରୁ ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ଲଘୁ ଖଣିଜ ସମ୍ପଦ ଲୁଟେରା ଓ ମାଫିଆ ମାନଙ୍କ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉପରେ ଏସପି ଙ୍କୁ ଏଭଳି ଅନେକ ସୂ ଚିନ୍ତିତ ପ୍ରସ୍ତାବ ପ୍ରଦାନ କରିଛନ୍ତି ତଥା ଜନତା ଙ୍କ ସହିତ ଉତ୍ତମ ବ୍ୟବହାର ଓ ସୂ -ସମ୍ପର୍କ ରଖି ସବୁଠି ଆମ ପୋଲିସ ବ୍ୟବସ୍ଥାକୁ ସକ୍ରିୟ କରିବାକୁ ଅନୁରୋଧ କରିଥିଲେ l

ସହର ତଥା ସମସ୍ତ ଥାନା ଅଞ୍ଚଳ କୁ ଅଚାନକ ପରିଦର୍ଶନ ଓ କାର୍ଯ୍ଯ ସମୀକ୍ଷା କରି ଆଇନ ଶୃଙ୍ଖଳା କୁ ନିୟନ୍ତ୍ରଣ କରିବା ଦିଗ ରେ କର୍ମଚାରୀଙ୍କ ଆତ୍ମ ବିଶ୍ବାସ ବଢ଼ାଇବାକୁ ମଧ୍ୟ ଏସପି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏସପି ଶ୍ରୀ ନାୟକ ସହର ତଥା ଜିଲ୍ଲା ରେ ଲୋକ ଙ୍କ ସୁରକ୍ଷା ପାଇଁ ୯୨ ଗୋଟି ନୂତନ ଗୃହରକ୍ଷୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିବା ବିଷୟ ପ୍ରକାଶ କରି ଜିଲ୍ଲା ର ସମସ୍ତ ଥାନା ମାନଙ୍କରେ ମହିଳା ମାନଙ୍କ ସୁବିଧା ପାଇଁ ସବୁଠି କିଛି କିଛି ମହିଳା କର୍ମଚାରୀ ଦେବାସହ ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପବ୍ଲିକ, ବୁଦ୍ଧିଜୀବୀ ଓ ମିଡିଆ ଙ୍କ ସହଯୋଗ କାମନା କରିଛନ୍ତି l ଓ ସାଧାରଣ ଜନତା ଙ୍କ ଅଭିଯୋଗ ପାଈଁ ସବୁବେଳେ ମୋ ଦୁଆର ଖୋଲା ବୋଲି ପ୍ରକାଶ କରିଥିଲେ l ସଂଘ ର ଏହି ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଏସପି ଙ୍କୁ ସଂଘ ର କିଛି ସ୍ମୃତି ଫଳକ ପ୍ରଦାନ କରି ଥିବା ବେଳେ ୨୦୧୦ ମସିହା ରୁ ଅନବରତ ଭାବେ ଚାଲିଥିବା ଏହି ସଂଘ ର ସାମ୍ୱାଦିକ କଲ୍ୟାଣ ଓ ସାମାଜିକ କାର୍ଯ୍ଯ କୁ ଏସପି ଶ୍ରୀ ନାୟକ ଭୂୟସୀ ପ୍ରଶଂସା କରିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...