କୋରାପୁଟ, (୧୩/୪) : ଆପ୍ର. : ବୋରିଗୁମ୍ମା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଓଡ଼ିଆ ପକ୍ଷ ପାଳନର ତ୍ରୟୋଦଶ ଦିବସରେ “ଆମ ରୁଚି ଆମ ଖାଦ୍ୟ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବୋରିଗୁମ୍ମା ରେ ସଦ୍ୟ ଯୋଗଦାନ କରିଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ,ସମିତି ଅଧ୍ୟକ୍ଷା ଦୀପ୍ତିମୟୀ ନାୟକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଧୁରୀ ଆଚାରୀ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ପ୍ରକାଶ କୁମାର ପ୍ରଧାନ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସ୍ଵାଗତିକା ଗୋପାଳ,ସୁମନ୍ତ ବିଶ୍ଵାଳ, ସ୍ୱାସ୍ଥ୍ୟ ବିଭାଗରୁ ଡଃ. ଦିଲ୍ଲୀପ କୁମାର ନାଥ, ରଶ୍ମିତା ପାଢ଼ୀ, ରଞ୍ଜନା ରାଣୀ ଚୌଧୁରୀ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ସୁପରଭାଇଜର ରୋଜାଲିନ୍ କୋଟିଆ, ଓଡ଼ିଶା ଜୀବିକା ମିଶନ ସଂଯୋଜକ ଦେବେନ୍ଦ୍ର ପଣ୍ଡା, ସ୍ଵାତୀ ପଟ୍ଟନାୟକ’MBK, CRP, କୃଷି ମିତ୍ର ପ୍ରମୁଖ ଯୋଗଦାନ କରିଥିବା ଦେଖା ଯାଇଥିଲା । ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ଦ୍ଵାରା ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ ସହ ଓଡ଼ିଆ ଖାଦ୍ୟର ଉପାଦେୟତା ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ମାଣ୍ଡିଆ ତମ୍ପା,ଜାଉ, ଶାଗ, ମୁଆଁ ପ୍ରଭୃତି ବିଭିନ୍ନ ଓଡ଼ିଶାର ପୁରପଲ୍ଲୀରେ ପ୍ରଚଳିତ ପାରମ୍ପରିକ ଖାଦ୍ୟ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ କରା ଯାଇଥିଲା । ବି.ଡି. ଓ. ଶ୍ରୀ ପଟ୍ଟନାୟକ ଓଡିଆ ଖାଦ୍ୟ ସାରା ବିଶ୍ଵରେ ଆଦୃତି ଲାଭ କରୁଥିବା ତଥା ଏହାର ସ୍ଵାସ୍ଥ୍ୟଗତ ଉପାକାରିତା ସମ୍ପର୍କରେ ଆଲୋପାତ କରିଥିବା ଜଣା ପଡିଛି ।