32.9 C
Balāngīr
Tuesday, July 15, 2025

ନୂତନ ଶିକ୍ଷା ନୀତି-୨୦୨୦ ସମ୍ପର୍କିତ ତିନି ଦିନିଆ ଜାତୀୟ କର୍ମଶାଳାର ଶୁଭାରମ୍ଭ

Must read

  • ଓଡିଶାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯିବ
  • ପ୍ରି-ସ୍କୁଲ ପିଲାଙ୍କ ପାଇଁ ଶିଶୁ ବାଟିକା ଖୋଲାଯିବ :- ମୁଖ୍ୟମନ୍ତ୍ରୀ
  • ରାଜ୍ୟର ପାଠ୍ୟକ୍ରମରେ ଓଡିଶାର ଗୌରବମୟ ଇତିହାସ, ଐତିହ୍ୟ ଓ ବରପୁତ୍ରମାନେ ସ୍ଥାନ ପାଇବା ଆବଶ୍ୟକ :- କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୧/୦୧) : ଆଜି ଲୋକସେବା ଭବନ କନ୍‌ଭେନ୍‍ସନ୍ ସେଣ୍ଟରରେ ନୂଆ ଶିକ୍ଷା ନୀତି-୨୦୨୦ ସମ୍ପର୍କିତ ଏକ ତିନି ଦିନିଆ ଜାତୀୟ କର୍ମଶାଳାର ଶୁଭାରମ୍ଭ ହୋଇଛି ।WhatsApp Image 2025 01 22 at 11.36.48 ନୂତନ ଶିକ୍ଷା ନୀତି-୨୦୨୦ ସମ୍ପର୍କିତ ତିନି ଦିନିଆ ଜାତୀୟ କର୍ମଶାଳାର ଶୁଭାରମ୍ଭ

ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଓଡିଶାରେ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଭିମୁଖ୍ୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂତନ ଶିକ୍ଷା ନୀତିରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସୁଦୃଢ ଭିତ୍ତିଭୂମି ସୃଷ୍ଟି ଓ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ । ରାଜ୍ୟ ସରକାର ଏଥିପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି ଏବଂ ଆସନ୍ତା ଶିକ୍ଷା ବର୍ଷ ଠାରୁ ଏହି ନୂଆ ନୀତି କାର୍ଯ୍ୟକାରୀ ହେବ ।

ସେ କହିଥିଲେ ଯେ, ୧୦ +୨ ବ୍ୟବସ୍ଥା ବଦଳରେ ରାଜ୍ୟରେ ୫ +୩ +୩ +୪ ବ୍ୟବସ୍ଥା ଲାଗୁ କରାଯିବ । ପ୍ରି-ସ୍କୁଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇ ପିଲାମାନଙ୍କ ପାଇଁ ଶିଶୁ ବାଟିକା ଖୋଲା ଯିବ। ଶିଶୁ ବାଟିକାରେ ପିଲାଙ୍କ ଉପରେ ବିନା କୌଣସି ଚାପରେ ସେମାନଙ୍କ ମୌଳିକ ଓ ସଂଖ୍ୟା ଜ୍ଞାନ ଉପରେ ଗୁରୁତ୍ୱ ଦିଆଯିବ । ଏଥିପାଇଁ ଆଗାମୀ ବର୍ଷମାନଙ୍କରେ ବ୍ୟାପକ ଭିତ୍ତିଭୂମି ସୃଷ୍ଟି କରାଯିବ । ଶିକ୍ଷକ ନିଯୁକ୍ତି, ପାଠ୍ୟ ପୁସ୍ତିକା ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ପାଠ୍ୟ ଉପକରଣ ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯିବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନୂଆ ଶିକ୍ଷା ନୀତିରେ, ଶିକ୍ଷା ଭିତ୍ତିଭୂମି, ଖେଳ ମାଧ୍ୟମରେ ଶିକ୍ଷା, ମୌଳିକ ଶିକ୍ଷା, ବାହ୍ୟ ଜ୍ଞାନର ବ୍ୟବହାର ଉପରେ ଗୁରୁତ୍ୱ ଦିଆ ଯାଇଛି । ଶିକ୍ଷାରେ ଟେକ୍ନୋଲୋଜିର ପ୍ରୟୋଗକୁ ବ୍ୟାପକ କରାଯିବ । ଟେକ୍ନୋଲୋଜି ଜରିଆରେ ଶିକ୍ଷା ପ୍ରଦାନ ଆମ ଶିକ୍ଷା ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ହେବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏକ ବିକଶିତ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଯେଉଁ ଲକ୍ଷ୍ୟ ଅଛି, ତାକୁ ସାକାର କରିବା ଦିଗରେ ନୂଆ ଶିକ୍ଷା ନୀତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ଛାତ୍ର ଓ ଯୁବ ସମାଜକୁ ଏକ ଆଧୁନିକ ଓ ସଶକ୍ତ ଭାରତ ଗଠନ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିପାରିବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସୁଦୃଢ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିସାରିଛନ୍ତି । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ରାଜ୍ୟର ପ୍ରତି ପଞ୍ଚାୟତର ଗୋଟିଏ ଲେଖାଏଁ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ଭାବେ ବିକଶିତ କରାଯାଉଛି । ଶହୀଦ୍ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଜନଜାତି ଛାତ୍ରଛାତ୍ରୀମାନଙ୍କ ଡ୍ରପ ଆଉଟ୍ ହାର କମ୍ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିର ଶିକ୍ଷାର୍ଥୀମାନେ ଆଗାମୀ କାଲିର ଭବିଷ୍ୟତ । ତେଣୁ ଗୁଣାତ୍ମକ ଶିକ୍ଷା ସହିତ ସେମାନଙ୍କୁ ସମୟାନୁବର୍ତ୍ତିତା ଓ ଅନ୍ୟ ଆଦର୍ଶ ଗୁଣର ବିକାଶ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ସେମାନେ ଯେପରି ଜଣେ ଜଣେ କର୍ମଯୋଗୀ ହୋଇ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ନିଜର ଯୋଗଦାନ ରଖିବେ ସେଥିପ୍ରତି ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ସେ କହିଥିଲେ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ରାଜ୍ୟର ପାଠ୍ୟକ୍ରମ ପ୍ରସ୍ତୁତି ପାଇଁ ଯେଉଁ ବ୍ୟବସ୍ଥା କରାଯାଇଛି ସେଥିରେ ଶିକ୍ଷା କ୍ଷେତ୍ରରେ ଦକ୍ଷତା ଓ ଅଭିଜ୍ଞତା ଥିବା ଓଡିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କର ମତାମତ ଗ୍ରହଣ କରାଯିବା ଆବଶ୍ୟକ । ପାଠ୍ୟକ୍ରମରେ ଓଡିଶାର ଗୌରବମୟ ଇତିହାସ, ଐତିହ୍ୟ ଓ ବରପୁତ୍ରମାନଙ୍କ ବିଷୟ ସ୍ଥାନ ପାଇବା ଆବଶ୍ୟକ । ସମସ୍ତଙ୍କୁ ଯେପରି ସହଜରେ ଓ ସୁବିଧାରେ ଶିକ୍ଷା ମିଳିବ ସେ ଦିଗରେ ନୂଆ ଶିକ୍ଷା ନୀତି ଏକ ଆଦର୍ଶ ନୀତି ବୋଲି ସେ କହିଥିଲେ । ଜାତୀୟ ଶିକ୍ଷା ନୀତି ଓ ରାଜ୍ୟ ଶିକ୍ଷା ନୀତି ଏକ ରୂପ ନେଇ ଓଡିଶାର ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣରେ ସହାୟକ ହେବ ବୋଲି ସେ ମତ ଦେଇଥିଲେ ।

ଗତ ସାତ ମାସ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ତାହାର ଉଚ୍ଚ ପ୍ରଶଂସା କରିଥିଲେ । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ନୂଆ ଶିକ୍ଷା ନୀତିରେ ମାତୃଭାଷା ସହିତ ବହୁ ଭାଷୀ ଶିକ୍ଷାର ବ୍ୟବସ୍ଥା ରହିଛି । ଏହା ଦ୍ୱାରା ରାଜ୍ୟର ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, କେନ୍ଦ୍ର ଶିକ୍ଷା ସଚିବ ଶ୍ରୀ ସଞ୍ଜୟ କୁମାର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ବିଶିଷ୍ଟ ଶିକ୍ଷାବିତ୍ ମଞ୍ଜୁଲ୍ ଭାର୍ଗବ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ଅଧିକାରୀ ଓ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...