ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୯/୩) : ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା, ସେମାନଙ୍କ ଅଧିକାର ବିଷୟରେ ଅବଗତ କରାଇବା ଏବଂ ପୁରୁଷଙ୍କ ସହ ସମାନ ସମ୍ମାନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ପାଳିତ ହେଉଛି ଆନ୍ତର୍ଜାତିକ ମହିଳା ଦିବସ ।
ଏହି ପରିପ୍ରେକ୍ଷୀରେ ଆଜି ଗୁଣପୁର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ନୃତ୍ୟଶ୍ରୀ କଳାକେନ୍ଦ୍ରର କୁନିକୁନି ନୃତ୍ୟ ଶିଳ୍ପୀ ଓ ଅଭିଭାବକ ମାନଙ୍କୁ ନେଇ ପାଳନ ହୋଇଯାଇଛି ଆନ୍ତର୍ଜାତିକ ମହିଳା ଦିବସ । ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ତବଲା ବାଦକ ଶ୍ରୀ ଲୋକନାଥ ପାଣିଗ୍ରାହୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ କୁନିକୁନି କଳାକାର ମାନଙ୍କ ମାର୍ଗ ଦର୍ଶନ କରିବା ସହ ଆଶିର୍ବାଦ ପ୍ରଦାନ କରିଥିଲେ । ଅନୁଷ୍ଠାନର ଗୁରୁ ରିନା ରାଣୀ ସାହୁ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ବାଗତ କରିଥିଲେ ।
ନିକଟରେ ଏହି ନୃତ୍ୟ ଅନୁଷ୍ଠାନର ଗୁରୁ ରିନା ରାଣୀ ସାହୁ ଦିଲ୍ଲୀ ରେ ଅନୁଷ୍ଠିତ ଲଣ୍ଡନ ବୁକ୍ ଅଫ୍ ୱ।ରଲ୍ଡ ରେକର୍ଡସ୍ ରେ ସମ୍ମାନିତ ହୋଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଯାହା ଆମ ଗୁଣପୁର ବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ଅନୁଷ୍ଠାନର କୁନିକୁନି କଳାକାର ମାନେ ନୃତ୍ୟ କ୍ଷେତ୍ରରେ ଯେପରି ପାରଦର୍ଶିତା ହାସଲ କରି ଦେଶବିଦେଶର ନିଜର ପରିଚୟ ସୃଷ୍ଟି କରିପାରିବେ , ସେ ଦିଗରେ ସଦା ଚେଷ୍ଟିତ ରହିବି ବୋଲି ଗୁରୁ ରିନା ରାଣୀ ସାହୁ ମତପ୍ରକାଶ କରିଛନ୍ତି । ତେବେ ନୃତ୍ୟଶ୍ରୀ କଳାକେନ୍ଦ୍ରର କୁନିକୁନି କଳାକାର ଓ ଅଭିଭାବକ ମାନେ ବଡ ଆନନ୍ଦର ସହ ଅର୍ନ୍ତଜାତୀୟ ମହିଳା ଦିବସ ପାଳନ କରିଛନ୍ତି ।