ରାୟଗଡା-୦୪/୦/-ଆପ୍ର): ରାୟଗଡା ଜିଲ୍ଲା ମୁନିଗୁଡାର ନୋଡାଲ ହାଇସ୍କୁଲ ପରିସରରେ ସରକାରଙ୍କ ପିଏମଶ୍ରୀ ଯୋଜନା ଅଧିନରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବର ଉଦଯାପନୀ ଦିବସ ପାଳିତ ହୋଇଯାଇଛି l
ବିଦ୍ୟାଳୟର ଅଧକ୍ଷ ଦୁଷ୍ମନ୍ତ ମାଝୀଙ୍କ ସଭାପତିତ୍ୱ ଓ ବରିଷ୍ଟ ଶିକ୍ଷୟତ୍ରୀ ଏମ. ସାଇଲଷ୍ମୀଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବକୁ ଅତିଥିଭାବେ ବ୍ଲକ ଅଧକ୍ଷା ଦୁଃଖିନୀ ନୁନ୍ଦ୍ରୁକା,ସରପଞ୍ଚ ସରସ୍ବତୀ ଶବର,ସାଂସଦ ପ୍ରତିନିଧି ରଜନୀ ପଡାଲ, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବେହେରା,ଏସଏମସି ସଭାପତି ନନ୍ଦ କିଶୋର ପଟ୍ଟନାୟକ,ମୋସ୍କୁଲ ଅଭିଯାନ ସଭାପତି ପ୍ରଣବ କୁମାର ନିଶଙ୍କ ଓ ମଣ୍ଡଳ ସଭାପତି ସୁବାଷ ଗୌଡ଼ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ l ଖେଳକୁ ସବୁବେଳେ ବନ୍ଦୁତ୍ୱପୂର୍ଣ ଭାବନା ନେଇ ଖେଳିବାକୁ ପରାମର୍ଶ ଦେବାସହ ଖେଳରେ ହାରିବା ଓ ଜିତିବା ରହିଛି ତେଣୁ ସମସ୍ତ ବିଦ୍ୟାର୍ଥୀ ଖେଳରେ ଭାଗ ନେବାକୁ କହିଥିଲେ l ଏବଂ ଯଦି ଖେଳରେ ନିଜର ବଭିଷ୍ୟତ ତିଆରି କରିବା ତେବେ ବିଦ୍ୟାଳୟ ସ୍ଥଳରୁ ହିଁ ଆରମ୍ବ କରିବାର ଅଛି ବୋଲି ପ୍ରକାଶ କରିଥିଲେ l ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ସୁମନ ଶବର ବାର୍ଷିକ ବିବରଣୀ ପାଠ କରିଥିଲେ l
ପରେ ବିଦ୍ୟାଳୟ ତରଫରୁ ନିମନ୍ତ୍ରିତ ଅତିଥିଭାବେ ଉପସ୍ଥିତ ଥିବା ପୁରାତନ ଛାତ୍ର କ୍ଷମା ସାଗର ଦାଶ୍, ନରେଶ ପାତ୍ର, ରମେଶ ରାଜୁ, ରାଜେଶ୍ ପାତ୍ର, ରାମକୃଷ୍ଣ ମିଶ୍ର,ସୁଧାକର ମହାରଣା,ଅରୁଣ ସାହୁ ଙ୍କୁ ବିଦ୍ୟାଳୟ ତରଫରୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ପରେ ଜିଲ୍ଲା ଜୁନିଅର ରେଡ କ୍ରୋସ ତରଫରୁ ପ୍ରାଥମିକ ଚିକିତ୍ସା ଉପଚାର ଉପରେ ଏକ ସଚେତନତା ଡେମୋ ପ୍ରଦର୍ଶନ କରାଯାଇଥିଲା l ଏହି ଅବସରରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନେ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ l ପରେ ବିଦ୍ୟାର୍ଥୀ ମାନେ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ଏମ.ସାଇଲଷ୍ମୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ଉକ୍ତ ବାର୍ଷିକ କ୍ରୀଡା ଉତ୍ସବକୁ ବିଦ୍ୟାଳୟର କ୍ରୀଡା ଶିକ୍ଷକ କୃଷ୍ଣ ପ୍ରସାଦ ଗୌଡ଼,ଶିକ୍ଷକ ଅନିଲ ଶବର,ଟଙ୍କଧର ସାନମାଝି, ଆଲଫେଡ଼ ଫ୍ରାଙ୍କଲିନ ଲିମା,ଶିକ୍ଷୟତ୍ରୀ ନନ୍ଦିନୀ ଦାସ,ରଶ୍ମିରେଖା ସେଠୀ,ସୁନିତା ପାଣି,ପଦ୍ମିନୀ ସାହୁ,ବିଜ୍ଞାନୀ ଗୌଡ଼,ଜ୍ୟୋତି ନାଗ,ଵାଣିଶ୍ରୀ ପଣ୍ଡା, ଏଲ.ଗୀତା,ମାଧୁରୀ ତ୍ରିପାଠୀ,ସୁମତି ଜେନା,ରଶ୍ମୀ ମହାପାତ୍ର,ସିଦ୍ଧାର୍ଥ ମଲ୍ଲିକ, ମାନସ ରଞ୍ଜନ କର,ମହେଶ୍ୱର କରକରିଆ,ନିହାର ସାହୁ,ସୁରେନ୍ଦ୍ର ପାଲକା, କର୍ମଚାରୀ ଚନ୍ଦନ ମଣ୍ଡାଙ୍ଗୀ,ବନ୍ଦନା ବଳିୟାରସିଂ,ମୁରଲୀ ସାହୁ, ଦିଗାମ୍ବର ବେହେରା ପ୍ରମୁଖଙ୍କ ସମେତ ଅନ୍ୟ ଶିକ୍ଷୟତ୍ରୀ ଶିକ୍ଷକ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l