32.9 C
Balāngīr
Saturday, July 12, 2025

ପଂଚାୟତ ନିର୍ବାଚନ ପାଇଁ ଅଣ୍ଟା ଭିଡୁଛି ବିଜେପି

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ଏନ.ସନ୍ତୋଷ କୁମାର //
ବୈପାରିଗୁଡା,(୧୦/୧୧) : ଆଗାମୀ ପଂଚାୟତ ନିର୍ବାଚନ କୁ ଦୃଷ୍ଟି ରଖି ବୈପାରୀଗୁଡା ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ହନୁମାନ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।bcaa42d5 bc56 4a9c 9395 0713cc5c7583 ପଂଚାୟତ ନିର୍ବାଚନ ପାଇଁ ଅଣ୍ଟା ଭିଡୁଛି ବିଜେପି

ଆଜି ପଂଚାୟତ ନିର୍ବାଚନ ର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ ସହ ଗ୍ରାମାଞ୍ଚଳରେ ରହୁଥିବା ଗରିବ, ଅସହାୟ ବ୍ୟକ୍ତି ଙ୍କୁ ବିଭିନ୍ନ ଜନ କଲ୍ୟାଣ ଯୋଜନା ମାଧ୍ୟମରେ ସହାୟତା ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡ଼ି ସରକାର ସମସ୍ତ ଜନକଲ୍ୟାଣ ଯୋଜନାକୁ ବାଟମାରଣା କରିବା ସହ ମିଛ ପ୍ରଚାର ଜରିଆରେ ନିଜେ ପ୍ରଦାନ କରୁଥିବା କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି l

ଏଥିପାଇଁ ବ୍ଲକର ପ୍ରତ୍ୟେକ ବିଜେପି କର୍ମୀ ଗ୍ରାମାଞ୍ଚଳରେ ପହଞ୍ଚି ପ୍ରଧାନମନ୍ତ୍ରୀ ଲୋକଙ୍କ ପାଇଁ ଚାଉଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,କରୋନା ଟୀକାକରଣ,ମେଗା ଜଳ ପ୍ରକଳ୍ପ ଭଳି ବହୁ ଜନହିତକର ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ବୁଝାଇବାକୁ ପଡ଼ିବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା | ବୈପାରିଗୁଡା ମଣ୍ଡଳ ଉପସଭାପତି କୈଳାସ ନାୟକ ଏବଂ କୋଲାର ମଣ୍ଡଳ ସାଧାରଣ ସମ୍ପାଦକ ଜଗତ ଆର୍ଲାବଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସମ୍ପାଦକ ଚନ୍ଦ୍ର ଶେଖର ରଥ ଯୋଗ ଦେଇଥିଲେ ।da1c2bfd 336b 438b b656 2c9f6bc2f334 ପଂଚାୟତ ନିର୍ବାଚନ ପାଇଁ ଅଣ୍ଟା ଭିଡୁଛି ବିଜେପି

ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ନରେନ୍ଦ୍ର କାନ୍ଦଲିଆ ମଞ୍ଚାସୀନ ଥିବା ବେଳେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ନଟବର ପଟନାୟକ, ଜିଲ୍ଲା ବିଜେପି ଆଦିବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲଳିତ ପୂଜାରୀ, ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ରାଜେନ୍ଦ୍ର ମହାଙ୍କୁଡ, ବୈପାରିଗୁଡା ବ୍ଲକ ଆଦିବାସୀ ମୋର୍ଚ୍ଚା ସଭାପତି ଧନପତି ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...