32.9 C
Balāngīr
Wednesday, April 23, 2025

ପଏଁରୀ ତିହାର ର ଦ୍ଵିତୀୟ ସଂଧ୍ୟା ରେ ଝୁମିଲେ ଦର୍ଶକ, ସମ୍ବର୍ଦ୍ଧିତ ହେଲେ ଆଦର୍ଶ ଶିକ୍ଷକ ଲାଲବାବୁ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୩/୦୧) : ପଏଁରୀ ତିହାର ର ଦ୍ଵିତୀୟ ସଂଧ୍ୟା ରେ ଝୁମିଲେ ଦର୍ଶକ, ସମ୍ବର୍ଦ୍ଧିତ ହେଲେ ଆଦର୍ଶ ଶିକ୍ଷକ ଲାଲବାବୁ ।

ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ତିହାରର ରୌପ୍ୟ ଜୟନ୍ତୀ ର ଦ୍ଵିତୀୟ ସଂଧ୍ୟାରେ ଅନୁଷ୍ଠାନ ର ସଭାପତି ଲଡ଼ୁକିଶୋର ମଲ୍ଲିକଙ୍କ ଅଧ୍ୟକ୍ଷତା ରେ ହୋଇଥିବା ସଭାରେ ମୁଖ୍ୟ ଅତିଥିଭାବେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଅନ୍ୟତମ ଅତିଥି ଭାବରେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ପ୍ରଫେସର ଡ଼ଃ.ବିଭୂଦତ୍ତ ମିଶ୍ର,ଉପଦେଷ୍ଟା ଅଭିମନ୍ୟୁ କୁଶଳ, ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ପ୍ରଥମେ ସୁବର୍ଣ୍ଣପୁର ର ଇଷ୍ଟଦେଵୀ ମା’ ସୁରେଶ୍ୱରୀ ଙ୍କ ପୂଜାର୍ଚନା ପରେ ଉପସ୍ଥିତ ଅତିଥି ମାନେ ସଂସ୍କୃତି ସଂପନ୍ନ ସୁବର୍ଣ୍ଣପୁରର କଳା ସଂସ୍କୃତିକୁ ପଏଁରୀ ତାର୍ ଏହି ତିହାର ମାଧ୍ୟମରେ ଜିଲ୍ଲାର ବିଭିନ୍ନ ବ୍ଲକ ର ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏହି ଅନବରତ ପ୍ରୟାସ ଯୋଗୁଁ ଆଜି ସମସ୍ତେ ଲୋକଲୋଚନକୁ ଆସିବା ସହ ଦେଶ ର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଏକ ସୁନ୍ଦର ମଞ୍ଚ ପାଉଥିବା ପ୍ରକାଶ କରିଥିଲେ । ଏହି ଅବସରରେ ପଞ୍ଚମହଲା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଲାଲ ବାବୁ ସେଠୀ ଙ୍କୁ ଆଦର୍ଶ ଶିକ୍ଷକ ଭାବରେ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା ।

ବିଶେଷ କରି କରୋନା ମହାମାରୀ ସମୟରେ ସେ ଗାଁ ଗାଁ ବୁଲି ନବମ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ର ଛାତ୍ରୀମାନ ଙ୍କ ଡାଉଟକ୍ଲିୟର କରାଇବା ସହ କୋଭିଡ ସତର୍କତା ପାଳନ ପୂର୍ବକ ଶିକ୍ଷାଦାନ କରି ସେ ସମୟରେ ସମସ୍ତ ଙ୍କର ପ୍ରୀୟଭାଜନ ହୋଇଥିବା ସହ ସେ ଜଣେ ଆଦର୍ଶ ଶିକ୍ଷକ ଭାବରେ ବେଶ ପ୍ରଶଂସନୀୟ ହୋଇଥିବା ଯୋଗୁଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଂପାଦକ ଚୈଧୁରୀ ବିଭାର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ପରେ ଏହି ମଞ୍ଚରେ ପଏଁରୀ ଅନୁଷ୍ଠାନ ର ମାଇଲାଜଡ, ବରଗଡ଼, କୋରାପୁଟ ଓ ଝାରଖଣ୍ଡ ର ବିଭିନ୍ନ ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ହଜାର ହଜାର ଦର୍ଶକ ଢେର ରାତି ଯାଏ ମନଭରି ଉପଭୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...