ମୁରିବାହାଲ, (୧୭/୦୩) : ଆ.ପ୍ର. : ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ପଙ୍ଗନିଆ (ବସ୍ତିପଡ଼ା) ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।
ଶନିବାର ସ୍ଥାନୀୟ ଗାଁ ପୋଖରୀରୁ ଶତାଧିକ ମହିଳା ଦ୍ୱାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ରବିବାର ଓ ସୋମବାର ହରେକୃଷ୍ଣ ହରେରାମ ନାମ ପରିବେଷଣ କରାଯାଇଥିଲା।ଆୟୋଜିତ ଷୋହଳ ପ୍ରହରୀରେ କର୍ତ୍ତା ରୂପେ ଦୂତିଆ ନାଗ ଓ ତାଙ୍କ ପତ୍ନୀ ସୁଫଲ ନାଗ, ପୂଜକ ରୂପେ କାଶୀନାଥ ଦାସ,ଜପକ ଜୟପ୍ରକାଶ ଦାସ,ସୁବାସ କୁମାର ଯୋଶୀ ଦାୟିତ୍ଵ ନିର୍ବାହ କରିଥିଲେ । ଏଥିରେ ଆୟୋଜକ ପଙ୍ଗନିଆ ସହ ଗମ୍ଭାରୀଖୋଳା, ମୁରାଗୁଡ଼ା,ଇଛାପଡ଼ା, କର୍ଲାକୋଟ,ବରାଯୁରା,ବେଲଗାଁ,ମାଟିଆ ଓ ଝାଙ୍କରଗୁଡ଼ା ସଙ୍କୀର୍ତ୍ତନ୍ୟ ଦଳ ନାମ ପରିବେଷଣ କରିଥିଲେ ।
ଆୟୋଜକ କମିଟି ସଭାପତି ଗୋପାଳ ଛତ୍ରିଆ,ସମ୍ପାଦକ ପ୍ରତାପ ହଂସ, ବିଧାୟକ ପ୍ରତିନିଧି ତଥା ବ୍ଲକ ଯାଦବ ସମାଜ ସଭାପତି ଗଙ୍ଗାଧର ହେର୍ଣ୍ଣା ଓ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ପ୍ରହରୀ ନାମଯଜ୍ଞରେ ଲକ୍ଷ୍ମୀଧର ନାଗ, ତରଣୀସେନ ହଂସ, ଡୋଳାମଣି ନାଗ,ଚମ୍ପେଶ୍ୱର ହଂସ, ଇନ୍ଦ୍ରମଣି ନାଗଙ୍କ ସମେତ ପଙ୍ଗନିଆ ଓ ପଡ଼ୋଶୀ ଗ୍ରାମବାସୀ ସହଯୋଗ କରିଥିଲେ । ଅନେକ ନିମନ୍ତ୍ରଣ ଅତିଥି ଯୋଗଦେଇ ପ୍ରଭୁକୃପା ଲାଭ କରିଥିଲେ |ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।