ସୁବର୍ଣ୍ଣପୁର, (୨୩/୦୫) : ଆ.ପ୍ର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ରେ ପଞ୍ଚାୟତ ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଆଜି ବିଭିନ୍ନ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହିତ ଅଙ୍ଗନୱାଡ଼ି ଗୃହ ଉଦଘାଟନ କରିଥିଲେ l
ସୁବର୍ଣ୍ଣପୁର ଜିଲ୍ଲପାଳ ଅନ୍ୟା ଦାସ ଙ୍କ ଅଧ୍ୟକ୍ଷତା ରେ ଚମ୍ପାମାଲ ଠାରେ ନୂତନ ଅଙ୍ଗନୱାଡି ଗୃହ କୁ ଶୁଭ ଉଦଘାଟନ କରିଥିଲେ l ଏଥି ସହିତ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ରେ ଚମ୍ପାମଳ ସ୍ଥିତ ବାବା ଚମ୍ପେଶ୍ୱର ମନ୍ଦିର ଠାରେ ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତ ର ଉନ୍ନତି ପାଇଁ ଅର୍ଥ ର ବ୍ୟବସ୍ଥା କରାଯାଇଥିବା ଫଳକ କୁ ମାନ୍ୟବର ମନ୍ତ୍ରୀ ଉଦଘାଟନ କରିଥିଲେ l ଉକ୍ତ ବୈଠକ ରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା, ଜିଲ୍ଲା ବିଜେପି ସଭାପତି ବେଣୁଧର ଦାଶ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷାକୁମାରୀ , ଜିଲ୍ଲା ପରିଷଦ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ପ୍ରମୁଖ ଯୋଗ ଦେଇଥିଲେ l
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଲାଶ ଛକ ଠାରେ ମୁଖ୍ୟମନ୍ତ୍ରୀ ରାସ୍ତା ର ନିର୍ମାଣ ଓ ଉନ୍ନତି କରଣ କାର୍ଯ୍ୟ ପାଇଁ ଶୁଭାରମ୍ଭ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା,ସାଂସଦ ପ୍ରତିନିଧି ନଳିନୀ ପଣ୍ଡା, ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା, ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ ନନ୍ଦ, ଚମ୍ପାମାଳ ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତଙ୍କ ସମେତ ବହୁ ଦଳୀୟ କର୍ମୀ ଓ ସରକାରୀ କର୍ମଚାରୀ, ଯୋଗ ଦେଇଥିଲେ l ପରେ ବୀରମହାରାଜପୁର ବିଡ଼ିଓ ରାଜୀବ ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ l
ସେହିପରି ଗ୍ରମ୍ୟ ଉନ୍ନୟନ ପଞ୍ଛାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ମୂଖ୍ୟଅତିଥି ଭାବରେ ଯୋଗ ଦେଇ ୩୦ଶଯ୍ୟା ବିଶିଷ୍ଟ ବିନିକା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ର ଭିତ୍ତି ପ୍ରସ୍ତର ସ୍ଥାପନ କରି ଥିଲେ । ଏହା କାର୍ଯ୍ୟକାରୀ ହେଲେ ବିନିକା ସହର ଓ ଗ୍ରାମାଞ୍ଚଳର ଜନସାଧାରଣ ସ୍ବାସ୍ଥ୍ୟଗତ ସମାସ୍ୟା ର ଆଶୁ ଚିକିତ୍ସା ନେଇ ପାରିବେ ସରକାର ଆୟୁଷ୍ମାନ କାର୍ଡ ଉପକାରୀତା ଉପରେ ମନ୍ତ୍ରୀ ଶ୍ରୀ ନାୟକ ମତ ବ୍ୟକ୍ତ କରିଥିଲେ ା ପରେ ବିନିକା ସ୍ଥିତ ଚୌଧୁରୀ ଉଦ୍ୟୋଗ ପରିଦର୍ଶନ କରିବା ସହ ବିନିକା ଜାମପାଲି ଠାରେ ନିର୍ମିତ ମେଗା ପାନୀୟ ଜଳ ପ୍ରକଳ୍ପ କୁ ବୁଲି ଦେଖିଥିଲେ ।
ଵୀରମାହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା, ଜିଲ୍ଲାପାଳ ଅନ୍ୟା ଦାସ, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କମ୍ ସିଡ଼ିଓ ଅଶ୍ବିନି ମେହେର, ସୁବର୍ଣ୍ଣପୁର ସିଡିଏମଓ ଡ଼ା ପ୍ରଦୀପ ଗୁରୁ, ଏଡିମଓ (ଏଫଡବ୍ଲୁ) ଡ଼ା ସତ୍ୟ ନାରାୟଣ ପାଢ଼ୀ, ବିନିକା ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ଡ଼ା ସତ୍ୟ ନାରାୟଣ ପାଣିଗ୍ରାହୀ ଓ ଷ୍ଟାଫ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ବେଣୁଧର ଦାଶ, ବିଜେପି ପୁର୍ବତନ ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର, ପୂର୍ବତନ ଜିଲ୍ଲାପରିସଦ ଅଧ୍ୟକ୍ଷା ଉଷା କୁମରୀ, ସାସଂଦ ପ୍ରତିନିଧି ବାବୁଲୁ ବିଶି, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ବମ୍ବର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।