32.9 C
Balāngīr
Thursday, July 10, 2025

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆନନ୍ଦ ପୁଟାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୩୧/୦୫) : ମୁରିବାହାଲ ବ୍ଲକ ଗରଗଡବାହାଲ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟ କରୁଥିବା ଶ୍ରୀ ଆନନ୍ଦ ପୁଟା ଆଜି ମଇ ୩୧ ଶୁକ୍ରବାର ଦିନ ନିଜ ଦୀର୍ଘ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି ।WhatsApp Image 2024 05 31 at 21.24.08 ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆନନ୍ଦ ପୁଟାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଏହି ଅବସରରେ ହଳଦୀ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ମୁରିବାହାଲ ବିଡିଓ ପୂର୍ଣାନନ୍ଦ ପଟେଲ ମୁଖ୍ୟ ଅତିଥି,ବ୍ଲକ ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ଜିପିଡିଓ ଏନ ଜେ ଥିଓଫିଲ, ଏଇଇ ଅବିନାଶ ମୁଦି, ସେକ୍ସନ ଅଫିସର ରାଜେନ୍ଦ୍ର ନାୟକ, ଏପିଓ ବସନ୍ତ ବଳିଆର ସିଂ, ବ୍ଲକ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ସଭାପତି ରଶ୍ମୀରଞ୍ଜନ ନାଗ, ସମ୍ପାଦକ ସୁଧାଂଶୁ ଶେଖର ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଶ୍ରୀ ପୁଟାଙ୍କ ଦୀର୍ଘ ଚାକିରୀ ଜୀବନର ଗୁଣାବଳୀ ବର୍ଣ୍ଣନା କରିଥିଲେ ।

ନିଜ ବକ୍ତବ୍ୟରେ ଶ୍ରୀ ପୁଟା ନିଜ ଚାକିରୀ ଜୀବନର ଅନୁଭୂତି ବର୍ଣ୍ଣନା କରି ଭାବବିହ୍ବଳ ହୋଇପଡ଼ିଥିଲେ । ଏହି ଅବସରରେ ମୁରିବାହାଲ ବ୍ଲକ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ତାଙ୍କୁ ଉପଢୌକନ ସହ ସମ୍ମାନୀତ କରି ତାଙ୍କ ଅବସର ପରବର୍ତ୍ତୀ ଜୀବନର ସୁଖସମୃଦ୍ଧି କାମନା କରାଯାଇଥିଲା।ଏହା ସହିତ ମୁରିବାହାଲ ବ୍ଲକରେ ନୂତନ ଭାବେ ଯୋଗ ଦେଇଥିବା ସାତଜଣ ପିଇଓଙ୍କୁ ମଧ୍ୟ ସଂଘ ପକ୍ଷରୁ ସ୍ବାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପିଇଓ ହରେକୃଷ୍ଣ ଦାସ, ଗୁଣନିଧି ପାଇକଙ୍କ ସହ ପିଇଓ ଗଣାଧିପ ପୋଡ଼, ରଞ୍ଜନ କୁମାର ରଣା, ମିଳନ ରାଜପଳିଆ, ଗଙ୍ଗାଧର ଛତର, କମ୍ବୁଚରଣ ବାଗ, ଅର୍ଜୁନ ଛୁରା, ସୀତାକାନ୍ତ ବେହେରା,ଦୁର୍ଯୋଧନ ମେହେର, ପ୍ରକାଶ ପନିକା ଓ ଚନ୍ଦ୍ରିକା ସେଠଙ୍କ ସହ ସମସ୍ତ ସାତ ଜଣ ନୂତନ ପିଇଓ ଯୋଗ ଦେଇଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...