32.9 C
Balāngīr
Wednesday, April 23, 2025

ପଟାମରା ଗ୍ରାମର ପ୍ରଭାକର ଗହୀରଙ୍କ ଆକସ୍ମିକ ବିୟୋଗ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.
ରିପୋର୍ଟ :ଭଗବାନ ମହାନ୍ତି //
ମୁରିବାହାଲ ୦୪/୧୨/୨୪): ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ପଟାମରା ଗ୍ରାମର ପ୍ରଭାକର ଗହୀର(୫୭)ଙ୍କ ରାୟପୁରରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଦିନ ୧୧ଟା ୩୦ରେ ପରଲୋକ ହୋଇଯାଇଛି। ସେ ଗତ କିଛିଦିନ ତଳେ ସାମାନ୍ୟ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ପୁଣି ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ରାୟପୁର ସ୍ଥାନାନ୍ତର କରାଯାଇଥିଲା।ସେ ସେଠାରେ ଚିକିତ୍ସିତ ହେଉଥିବା ବେଳେ ବୁଧବାର ଦିନ ୧୧ଟା ୩୦ରେ ତାଙ୍କର ପରଲୋକ ହୋଇଯାଇଥିଲା।ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ବଡପୁଅ ଲଳିତ ଗହିର,ମଝିଆ ପୁଅ ଧୀରମନ ଗହୀର, ନାତି ଧନଞ୍ଜୟ ଗହିର,ଚିନ୍ମୟ ବ୍ରହ୍ମ ଗହିର ମୁଖାଗ୍ନି ଦେଇଥିଲେ। ଅଲେଖ ମହିମା ଧର୍ମ ଅନୁସାରେ ତାଙ୍କର ସମ୍ପୁର୍ଣ୍ଣ ସମାଧି କରାଯାଇଥିଲା।38cec64d 01ea 472f b258 20416938ca35 ପଟାମରା ଗ୍ରାମର ପ୍ରଭାକର ଗହୀରଙ୍କ ଆକସ୍ମିକ ବିୟୋଗ

ଗ୍ରାମର ମହିମା ଧର୍ମର ଭକ୍ତ ଯୋଗାଧ୍ୟାନ ହଂସ,ଜୟଧର ଛତ୍ରିଆ,ଚତୁର ଛତ୍ରିଆ,ହରିବନ୍ଧୁ ହଂସ,ଦୁଷ୍ମନ୍ତ ହଂସ,କପୂର୍ଚ୍ଚନ ହଂସ,ଲୋଚନ ହଂସ,ହଳଧର ମହାକୁର,ସୀତା ହାତୀ,ଜଗନ୍ନାଥ ହାତୀ,ଟଙ୍କଧର ହଂସ ତଥା ସମସ୍ତ ପଟାମରା ଗ୍ରାମବାସୀ,ପରିବାର ତଥା ବନ୍ଧୁମାନେ ଉପସ୍ଥିତ ଥିଲେ।ହଳଦୀରେ ଗ୍ରାହକ ସେବାକେନ୍ଦ୍ର ଦେଇଥିବା ମୃତ ପ୍ରଭାକର ଗହୀରଙ୍କ ବଡପୁଅ ଲଳିତ ଗହୀର ଓ ତାଙ୍କ ଭଉଣୀଙ୍କୁ ଗତ ୦୮/୧୧/୨୪ରେ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ୭ଲକ୍ଷ ୩୦ହଜାରରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିଲେ।

ଏହି ଘଟଣା ପରଠାରୁ ମୃତ ପ୍ରଭାକର ସାମାନ୍ୟ ଚିନ୍ତିତ ରହୁଥିଲେ।ଏହି ଘଟଣାରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନଙ୍କ ପାଖରୁ ୧ଲକ୍ଷ ୩୯ହଜାର ଲୁଟ୍ ଟଙ୍କା ସହ ବିଭିନ୍ନ ସାମଗ୍ରୀ ପୁଲିସ ଉଦ୍ଧାର କରିଥିଲା।ଏହି ଘଟଣାରେ ସଂପୃକ୍ତ ଦୁଇ ମୁଖ୍ୟ ମାଷ୍ଟର ମାଇଣ୍ଡ ଏବେବି ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ମୁରିବାହାଲ ପୁଲିସ ବିଭିନ୍ନ ଦିଗରୁ ଅଧିକ ତଦନ୍ତ ଜାରି ରଖିଥିବା ପ୍ରକାଶ କରିଛି।ମୃତ ପ୍ରଭାକରଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...