32.9 C
Balāngīr
Friday, April 25, 2025

ପଟିଆ ଆରଟିଓ ଅଫିସ ଆଗରେ ଦୁର୍ଘଟଣା, ରାସ୍ତାରେ ଥିବା ଟ୍ରାକ୍ଟରକୁ ଧକ୍କା ଦେଲା ସ୍କୁଲ୍‌ ବସ୍‌

Must read

ଭୁବନେଶ୍ୱର, (୧୬/୦୪) : ଆପ୍ର. : ସକାଳୁ ସକାଳୁ ରାଜଧାନୀରେ ଘଟିଛି ସଡ଼କ ଦୁର୍ଘଟଣା । ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରାକ୍ଟରକୁ ଧକ୍କା ଦେଲା ସ୍କୁଲ ବସ୍‌

ଧକ୍କାରେ ଦୁଇଜଣ ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ଟ୍ରାକ୍ଟର ଡାଲା ଛିଟିକି ପଡ଼ି ଚୁରମାର ହୋଇଛି । ପଟିଆ ଆରଟିଓ-୨ କାର୍ଯ୍ୟାଳୟ ଆଗରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଆଜି ସକାଳେ ଘରୋଇ ସ୍କୁଲ ବସ୍‌ଟି ଛାତ୍ରଛାତ୍ରୀଙ୍କ ଆଣିବାକୁ ଯାଉଥିଲା । ଏହି ସମୟରେ ପଟିଆ ସ୍ଥିତ ଦିତୀୟ RTO ଅଫିସ ସାମ୍ନାରେ ଏକ ଟ୍ରାକ୍ଟର ରାସ୍ତାକଡ଼ରେ ଠିଆ ହୋଇଥିଲା । ସ୍କୁଲ ବସ୍‌ଟି ଭାରସାମ୍ୟ ହରାଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଟ୍ରାକ୍ଟରଟି ଭାଙ୍ଗି ଯାଇଥିବା ବେଳେ ସ୍କୁଲ ବସ୍‌ର ସମ୍ମୁଖ ଅଂଶଟି ଭାଙ୍ଗି ଯାଇଛି । ଏଥିରେ ଦୁଇଜଣ ଆହତ ହୋଇଥିବା ବେଳେ ମୃତାହତ ହୋଇନାହାନ୍ତି। ଇନ୍ଫୋସିଟି ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ ସ୍କୁଲ ବସ୍‌ ଓ ଟ୍ରାକ୍ଟରକୁ ଜବତ କରି ଘଟଣାର ତଦନ୍ତ କରୁଛି ।

 

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...