32.9 C
Balāngīr
Monday, April 28, 2025

ପଠାଣି ସାମନ୍ତ ଗଣିତ ବୃତ୍ତି ପରୀକ୍ଷାରେ ବୋରିଗୁମ୍ମା ଛାତ୍ରଙ୍କ କୃତିତ୍ୱ

Must read

କୋରାପୁଟ, ୩୦/୩) : ଆ.ପ୍ର. : ବୋରିଗୁମ୍ମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ର ପ୍ରଦୀପ ରାୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ପଠାଣି ସାମନ୍ତ ଗଣିତ ବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କରି ବୋରିଗୁମ୍ମା ବ୍ଲକ ପାଇଁ ଗୌରବ ଆଣିଦେଇଛନ୍ତି ।

ଛାତ୍ର ପ୍ରଦୀପ ସରକାରୀ ବିଦ୍ୟାଳୟ ରେ ପାଠ ପଢି ପଠାଣି ସାମନ୍ତ ଗଣିତ ପ୍ରତିଭା ରେ ଉତ୍ତୀର୍ଣ୍ଣ ହୋଇଥିବା ଯୋଗୁଁ ତାଙ୍କୁ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ନାୟକ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ ସହପାଠୀ, ଓ ପରିବାର ବର୍ଗଙ୍କ ପକ୍ଷରୁ ଚାରିଆଡୁ ଶୁଭେଚ୍ଛା ର ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ଏହି ଅବସରରେ ତାଙ୍କର ସଫଳତାର ଶ୍ରେୟ ସେ ବୋରିଗୁମ୍ମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାନ୍ତିଲତା ନାୟକ, ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ ଓ ନିଜର ପିତା ରାଜେନ୍ଦ୍ର ପ୍ରସାଦ ରାୟ, ମାତା ଗାୟତ୍ରୀ ରାୟଙ୍କୁ ଦେଇଛନ୍ତି।ଏହି କୃତି ଛାତ୍ର ଜଣକ ବର୍ତ୍ତମାନ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ ଅଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...