32.9 C
Balāngīr
Sunday, April 20, 2025

ପତ୍ନୀଙ୍କ ଗଳା ଚିପି ହତ୍ୟା : ସ୍ୱାମୀ ଗିରଫ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ପୁରୀ, (୩୦/୦୩) : ଆପ୍ର. : ପାରିବାରିକ କଳହର କରୁଣ ଅନ୍ତ ଘଟିଛି । ପତ୍ନୀଙ୍କ ପ୍ରାଣ ନେଇଛି ସ୍ୱାମୀ । ଶୁକ୍ରବାର ରାତିରେ ଏଭଳି ଅଭାବନୀୟ କାଣ୍ଡ ଘଟାଇଥିବା ଯୁବକକୁ ଧରିଛି ତାଳବଣିଆ ଥାନା ପୁଲିସ ।

ଅଭିଯୁକ୍ତ ଜଣକ ହେଲା ଏହି ଥାନା ଅଧୀନ ସିଦ୍ଧମହାବୀର ଚମାର ସାହିର ପୂର୍ଣ୍ଣଚନ୍ଦ୍ର ବେହେରା ଓରଫ ବାଦଲ (୨୭) ମୃତା ହେଲେ ପେଣ୍ଠକଟା ମେରାଇନ୍‌ ଥାନା ଅଧୀନ ନାଗାପାଟଣା ଗ୍ରାମର ଗଗନ ସ୍ୱାଇଁଙ୍କ ଝିଅ ସୌଦାମିନୀ (୨୭) ପୁଲିସ ବାଦଲକୁ ଗିରଫ କରିଛି । ରବିବାର ତାକୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଆଇଆଇସି ଗୀତାଞ୍ଜଳି ନାୟକ । ଶନିବାର ସକାଳେ ଘର ଭିତରେ ପଡ଼ିଥିଲା ସୌଦାମିନୀଙ୍କ ମୃତଦେହ । ପୁଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ବାଦଲକୁ ଧରି ପୁଲିସ ପଚରାଉଚରା କରିବା ପରେ ସୌଦାମିନୀଙ୍କ ବାପଘର ଲୋକଙ୍କୁ ଖବର ଦିଆଯାଇଥିଲା । ବାପଘର ଲୋକେ ପହଞ୍ଚିବା ପରେ ସୌଦାମିନୀଙ୍କ ମା’ ମାମା ସ୍ୱାଇଁ ଏନେଇ ଏତଲା ଦେଇଥିଲେ । ମାମା ଅଭିଯୋଗ କରିଛନ୍ତି ଯେ, ୭ ବର୍ଷ ତଳେ ଝିଅ ସୌଦାମିନୀ ଓ ବାଦଲଙ୍କ ବିବାହ ହୋଇଥିଲା । ଏବେ ତାଙ୍କର ୪ ବର୍ଷର ପୁଅଟିଏ ଅଛି । କିନ୍ତୁ ଦୀର୍ଘଦିନ ଧରି ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା ।

ଶୁକ୍ରବାର ରାତିରେ ସୌଦାମିନୀଙ୍କ ଗଳା ଚିପି ହତ୍ୟା କରିଥିଲା ବାଦଲ । ନିସ୍ତୁକ ମାଡ଼ ମାରିବା ସହ ବେକରେ ତାଙ୍କ ଓଢ଼ଣୀକୁ ଗୁଡ଼ାଇ ଏଭଳି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ୍‌ରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲା ବାଦଲ । ସୌଦାମିନୀ ଏକ ନିଶା ନିବାରଣ କେନ୍ଦ୍ରରେ କର୍ମଚାରୀ ଥିଲେ । ବାପଘର ଲୋକେ ପୁଲିସକୁ କହିଛନ୍ତି ଯେ, ସୌଦାମିନୀ ବହୁ ଟଙ୍କା କରଜ କରିଥିଲେ । ଦାମ୍ପତ୍ୟ କଳହ ସମ୍ପର୍କରେ ପୁଲିସକୁ ଅନେକ ତଥ୍ୟ ଦେଇଛି ବାଦଲ ।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...