32.9 C
Balāngīr
Thursday, July 10, 2025

ପବିତ୍ର ହେରାପଞ୍ଚମୀ ଉପଲକ୍ଷେ ଟିଟିଲାଗଡ଼ ମାଉସୀ ମା” ମନ୍ଦିର ପ୍ରାଙ୍ଗଣରେ ଭଜନ ସନ୍ଧ୍ୟା

Must read

ଟିଟିଲାଗଡ, (୦୩/୦୭) : ଆପ୍ର. : ପବିତ୍ର ହେରାପଞ୍ଚମୀ ଉପଲକ୍ଷେ ଟିଟିଲାଗଡ଼ ମାଉସୀ ମା” ମନ୍ଦିର ପ୍ରାଙ୍ଗଣରେ ଭଜନ ସନ୍ଧ୍ୟା ।

ପବିତ୍ର ରଥଯାତ୍ରା ଅବସରରେ ହେରାପଞ୍ଚମୀ ଉପଲକ୍ଷେ ଟିଟିଲାଗଡ଼ ମାଉସୀ ମା” ମନ୍ଦିର ପ୍ରାଙ୍ଗଣରେ ଟିଟିଲାଗଡ଼ର ପ୍ରତିଷ୍ଠିତ ବ୍ୟବସାୟୀ ତଥା କୃଷକର ସାଥି ସ୍ବର୍ଗତ ଲଛମନଦାସ କେଜ୍ରିୱାଲଙ୍କ ସ୍ମୁତି ଉଦେଶ୍ୟରେ ତାଙ୍କରି କନିଷ୍ଠ ପୁତ୍ର ସମାଜସେବୀ ରାଜେଶ କୁମାର କେଜ୍ରିୱାଲ (ବର୍ତ୍ତମାନ ଭୁବନେଶ୍ୱରରେ ଅବସ୍ଥାପିତ)ଙ୍କ ଆୟୋଜନରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଠାରେ ଅନ୍ନଭୋଗ ଲାଗି କରାଇ ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଅନ୍ନଭୋଗ ବଣ୍ଟନ କରାଯାଇଥିଲା ଏବଂ ସନ୍ଧ୍ୟା ସମୟରେ ଶୁଖିଲା ଭୋଗ ଲାଗି କରାଇ ବଣ୍ଟନ କରାଯାଇଥିଲା । ଏହି ସନ୍ଧ୍ୟା ସମୟରେ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା ।

ଏହି ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟାର ସତ୍ୱାଧିକାରୀ ସୁନାମଧନ୍ୟ କଣ୍ଠଶିଳ୍ପୀ ଧନେଶ୍ୱର ଦାଶ ଏବଂ ତାଙ୍କରି ସାଥିଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା, ଭଜନ ସମ୍ରାଟ ଭିକାରିବଳଙ୍କ ହୃଦୟସ୍ପର୍ଶୀ ଭଜନ ଓ ଜଣାଣ କଣ୍ଠଶିଳ୍ପୀ ଶ୍ରୀ ଦାଶ ଗାନକରି ଶ୍ରୋତାମାନଙ୍କ ହୃଦୟକୁ ଜିଣି ଥିଲେ ଓ ଏହି କାର୍ଯ୍ୟକ୍ରମକୁ ସମସ୍ତ ଜନସାଧାରଣ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ଟିଟିଲାଗଡ଼ର ସହକାରୀ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାର, ଦଧିବାମନ ଟ୍ରଷ୍ଟ ବୋର୍ଡ଼ର ବରିଷ୍ଠ ସଭ୍ୟ ତଥା ପୂବର୍ତନ ନଗରପାଳ ଭବାନୀ ପ୍ରସାଦ ହୋତା, ଟ୍ରଷ୍ଟବୋର୍ଡ଼ର ସଭ୍ୟ ତଥା ଆଇନଜୀବି ସଂଜୀବ କୁମାର ପାଢ଼ୀ, ଆଇନଜୀବି ରାଧାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...