32.9 C
Balāngīr
Wednesday, April 30, 2025

ପରକୀୟା ପ୍ରୀତି ହେଲା କାଳ, କାଠ ଫାଳିଆରେ ପିଟି ପିଟି ମା’କୁ ମାରିଲା ପୁଅ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୨୧/୦୨) : ମା’ର ପର ପୁରୁଷ ସହ ଥିଲା ଅନୈତିକ ସମ୍ପର୍କ । ଯାହାକୁ ସହିପାରିଲାନି ସାନ ପୁଅ । ଆଇନକୁ ହାତକୁ ନେଇ ଘଟାଇଲା ଜଘନ୍ୟ ଅପରାଧ । ହଁ ଆଜ୍ଞା ପରକୀୟା ପ୍ରୀତି ହେଲା କାଳ ।

ଲୁଚିଛପି ପ୍ରେମ କରୁଥିବା ମା’ ଉପରେ ପୂର୍ବରୁ ହିଁ ପୁଅର ସନ୍ଦେହ ଥିଲା । କିନ୍ତୁ ଆଖି ସାମ୍ନାରେ ଦେଖିବା ପରେ ପୁଅ ସହିପାରିଲାନି ମା’ର ପରକୀୟା ପ୍ରୀତି । କାଠ ଫାଳିଆରେ ପିଟି ପିଟି ମା’କୁ ନିର୍ମମ ଭାବେ ହତ୍ୟା କଲା । ଚୋରା ପୀରତି ଯେ ଏତେ ମହଙ୍ଗା ପଡିବ ତାହା କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିବ ମା’ । ନୀଳଗିରି ଥାନା ଅଧୀନ ବାଘମରା ଗାଁରେ ଘଟିଛି ଏଭଳି ଏକ ଛାତିଥରା ଘଟଣା । ସୂଚନା ମୁତାବକ ଗତକାଲି ଅପରାହ୍ନରେ ବାଘମରା ଗ୍ରାମର ବିଧବା କଙ୍କିମଣି ସିଂ ଉକ୍ତ ଗ୍ରାମର ବାୟା ନାମକ ଏକ ଯୁବକଙ୍କ ସହିତ ପରକୀୟା ପ୍ରୀତି କରୁଥିବା ସମୟରେ ସାନ ପୁଅ ଦୁର୍ଗା ସିଂ ଦେଖିନେଇଥିଲେ ।

ଯାହା ଫଳରେ ଫଳରେ ସେ ହିତାହିତ ଜ୍ଞାନ ହରାଇ ଘରେ ପଡିଥିବା ଏକ କାଠଫାଳିଆରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲା । ଏହା ଦେଖି ତାଙ୍କ ପଡୋଶୀ ସୋମବାରୀ ସିଂ ତାଙ୍କୁ ଅଟକାଇଥିଲେ ମଧ୍ୟ ପୁଅ ମାନିନଥିଲା । ପରେ କଙ୍କିମଣି ସିଂ ଚେତାଶୂନ୍ୟ ହୋଇ ପଡିଯିବା ପରେ ପଡୋଶୀ ମହିଳା ଜଣକ ପାଣି ଆଣି ତାଙ୍କ ମୁହଁରେ ଦେଇଥିଲେ । କିନ୍ତୁ ସେତେବେଳକୁ ତାଙ୍କର ପ୍ରଣବାୟୁ ଉଡ଼ିଯାଇଥିଲା ।

ପରେ ନୀଳଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୁଅକୁ ଗିରଫ କରିଛି । ତେବେ ଏ ଘଟଣା ସଂପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ଅବଗତ ହେଲା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏଭଳି ଏକ ଅପ୍ରୀତିକର ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...