32.9 C
Balāngīr
Saturday, July 12, 2025

ପରଜଙ୍ଗ ପୋଲିସ ଦ୍ୱାରା ବନ୍ଧୁକ ତିଆରି କାରଖାନା ଠାବ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ

Must read

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୦୯/୧୦) : ପରଜଙ୍ଗ ପୋଲିସ ଦ୍ୱାରା ବନ୍ଧୁକ ତିଆରି କାରଖାନା ଠାବ ହୋଇଛି | ଗତ ୭ ତାରିଖ ରାତିରେ ଏକ ବିଶେଷ ସୂତ୍ରରୁ ଖବର ପାଇ ପରଜଙ୍ଗ ଥାନା ଓ ମହାବିରୋଡ଼ ପୋଲିସ ଫାଣ୍ଡି ପୋଲିସ ମିଳିତ ହୋଇ ମହାବିରୋଡ଼ ଅନ୍ତର୍ଗତ ବାମ ଗ୍ରାମର ଭୁତୁଭୁତିଆ ସାହିର ମଙ୍ଗୁଲୁ ମହାରଣାଙ୍କ ଘରେ ଚଢ଼ାଉ କରି ଏକ ଦେଶୀ ବନ୍ଧୁକ ତିଆରି କାରଖାନାକୁ ଠାବ କରିଛନ୍ତି ।WhatsApp Image 2021 10 09 at 10.27.02 AM ପରଜଙ୍ଗ ପୋଲିସ ଦ୍ୱାରା ବନ୍ଧୁକ ତିଆରି କାରଖାନା ଠାବ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ

ଉକ୍ତ ସ୍ଥାନରୁ ସମ୍ପୂର୍ଣ୍ଣ ତିଆରି ବନ୍ଧୁକ, ଅଧା ତିଆରି ବନ୍ଧୁକ, ଲୁହା ଓ କାଠ ସାମଗ୍ରୀ, ବନ୍ଧୁକ ତିଆରି ଯନ୍ତ୍ରପାତି ଆଦି ଜବତ କରାଯାଇଛି । ଏହି କାରଖାନାରୁ ବନ୍ଧୁକ ତିଆରି କରି ବାହାରେ ବିକ୍ରି କରାଯାଉଥିବା ବେଳେ ଫାଣ୍ଡି ଅନ୍ତର୍ଗତ ଗ୍ରାମ-ବାମ ଭୁତୁଭୁତିଆ ସାହିର ସ୍ୱର୍ଗତ ନିତନ ମହାରଣାଙ୍କ ପୁତ୍ର ମଙ୍ଗୁଲୁ ମହାରଣାଙ୍କୁ ଗିରଫ କରାଯାଇଅଛି । ପରଜଙ୍ଗ ପୋଲିସ ଦ୍ୱାରା ପରଜଙ୍ଗ ଥାନା ମାମଲା ସଂଖ୍ୟା ୪୦୮ ତା ୦୭/୧୦/୨୦୨୧ ୟୁ/ଏସ ୨୫ ଆର୍ମସ ଆର୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଅଛି ।

ଏ ସମ୍ପର୍କରେ ପରଜଙ୍ଗ ଥାନା ଅଧିକାରୀ ସୌଭାଗ୍ୟ ସ୍ୱାଇଁ ସୂଚନା ପ୍ରଦାନ କରିଛନ୍ତି । କିନ୍ତୁ ବନ୍ଧୁକଗୁଡ଼ିକୁ ସେ କେଉଁ ସ୍ଥାନରେ ଓ କାହାକୁ ବିକ୍ରି କରୁଥିଲେ ସେ ବିଷୟରେ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆ ଯାଇନାହିଁ । ଫାଣ୍ଡି ଠାରୁ କିଛି ଦୂରରେ ଏପରି ବନ୍ଧୁକ କାରବାର ହେଉଥିଲା କିନ୍ତୁ ଫାଣ୍ଡି ପୋଲିସ ପାଖରେ କୌଣସି ସୂଚନା କିପରି ପୂର୍ବରୁ ନ ଥିଲା ତାହା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି ।

ତଦନ୍ତରେ ବାଧାହେବ ବୋଲି ବିଶେଷ ସୂଚନା ଦେବାକୁ ଥାନାଧିକାରୀ ମନା କରିଛନ୍ତି । ଆଗାମୀ ଦିନରେ ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ଏବଂ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହା ସ୍ପଷ୍ଟ ହେବ ବୋଲି କହିଛି ପୋଲିସ ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...