32.9 C
Balāngīr
Wednesday, April 30, 2025

ପରଲୋକରେ ଓଲିଉଡର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁୁବନେଶ୍ୱର, (୨୮/୦୨) : ଆଉ ଦୁନିଆରେ ନାହାନ୍ତି ଓଡିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି ।

ପରଲୋକରେ ଓଲିଉଡର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି । ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଓଲିଉଡରେ ଅଭିନୟ କରି ଲୋକଙ୍କ ମନ ଜିଣିଥିବା ଏହି ଭେଟେରାନ ଅଭିନେତାଙ୍କ ଗୁରୁବାର ଦିଲ୍ଲୀ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ଅଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି । ଓଡିଆ ଫିଲ୍ମ ଜଗତରୁ ନେଇ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

୧୯୫୮ ମସିହା ଡିସେମ୍ବର ୨୩ ତାରିଖରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଉତ୍ତମ ମହାନ୍ତି । ବାରିପଦାରେ ହିଁ ପ୍ରାଥମିକ ଶିକ୍ଷା ଏବଂ ମହା ବିଦ୍ୟାଳୟ ଶିକ୍ଷା ସମାପ୍ତ ହୋଇଥିଲା । ସେ ସିଏରେ ଉଚ୍ଚଶିକ୍ଷା ଲାଭ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଫିଲ୍ମ ଦୁନିଆ ପ୍ରତି ଆକର୍ଷିତ ହୋଇଥିଲେ । ୧୯୭୭ ମସିହାରେ ସାଧୁ ହେହେରଙ୍କ ନିର୍ଦ୍ଦେଶିତ ଅଭିମାନ ଜରିଆରେ ଓଡିଆ ଜଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ଏହା ପରଠୁ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ ।

ସେ କ୍ୟାରିୟରର ଆରମ୍ଭରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଶଙ୍ଖ ମହୁରୀ, ସରପଞ୍ଚ ବାବୁ ଫିଲ୍ମରେ ଅଭିନୟ କରିଥିଲେ । ତେବେ ୧୯୮୪ର ଦଙ୍ଗା ବାଳୁଙ୍ଗା ଚଳଚ୍ଚିତ୍ର ତାଙ୍କୁ ଭିନ୍ନ ପରିଚୟ ଦେଇଥିଲା । ଏହା ପରେ ରାମାୟଣା, ଚିହ୍ନା ଅଚିହ୍ନା, ନିଝୁମ ରାତିର ସାଥୀ, ରାମ ବଳରାମ, ଦେଖଖବର ରଖ ନଜର, ଚକା ଭଉଁରୀ, ଜଗା ହାତରେ ପଘା, ମମତ ମାଗେ ମୂଲ, ପୂଜା ଫୂଲ, ସମୟ ବଡ ବଳବାନ, ଶଙ୍ଖା ସିନ୍ଦୂର, ସହରୀ ବାଘ, ସତ କେବେ ଲୁଚି ରହେନା, ଜୋରଦାର ମୁଲକ ତାର, ପକା କମ୍ବଲ ପୋତ ଛତା, ଚକା ଆଖି ସବୁ ଦେଖୁଛି, ସୁନା ଚଢେଇ, ଉଦଣ୍ଡୀ ସୀତା, ଟୋପାଏ ସିନ୍ଦୂର ଦି ଟୋପା ଲୁହ, ଗୋପରେ ବଢୁଛି କଳା କହ୍ନେଇ, ରକ୍ତ କହିବ କିଏ କାହାର, ଲକ୍ଷେ ଶିବ ପୂଜି ପାଇଛି ପୁଅ ଆଦି ସୁପର ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି ।

ସେ ୩୦ ବଙ୍ଗାଳି ସମେତ ୧୪୦ରୁ ଉର୍ଦ୍ଧ୍ୱ ସିନେମା କରିଛନ୍ତି । ଗୋଟିଏ ହିନ୍ଦୀ ଚଳଚ୍ଚିତ୍ର ନୟା ଜହରରେ ହିରୋ ଚରିତ୍ରରେ ଅଭିନୟ କରିଥିଲେ । ଏତଦ୍ ବ୍ୟତୀତ ସେ କିଛି ଓଡ଼ିଆ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି, ଯେଉଁଥିରେ କଥା କହୁଥିଲେ ସରିବନି, ପଣତକାନୀ, ସାରାଆକାଶ ଓ ଉତ୍ତରଦାୟୀ ସାମିଲ ରହିଛି । ନିଖୁଣ ଅଭିନୟ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର ପରି ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ୧୯୮୭ ମସିହାରେ ଓଲିଉଡରେ କ୍ୱିନ୍ ଅପରାଜିତଙ୍କୁ ବିବାହ କରିଥିଲେ । ୧୯୮୨ରୁ ୧୯୮୪ ଯାଏଁ ଲଗାତାର ତିନି ବର୍ଷ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା।

ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତି ଲିଭର ସିରୋସିସ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ ଚିକିତ୍ସାଧୀନ ଥିଲାବେଳେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଫେବୃଆରୀ ୮ରେ ନୂଆଦିଲ୍ଲୀ ଗୁରୁଗ୍ରାମ ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଛି ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...