32.9 C
Balāngīr
Thursday, June 12, 2025

ପରାକ୍ରମ ରାଲି ” ଅପରେସନ ସିନ୍ଦୂରରେ ଭାରତୀୟ ସେନାର ଗୌରବ ଗାଥାକୁ ସମ୍ମାନ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.
ସୁବର୍ଣ୍ଣପୁର ,(୧୫/୦୫)ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲାପ୍ରଶାସନ ଓ ପୌର ପରିଷଦ ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ “ପରାକ୍ରମ ବାଇକ ରାଲି” ଭାରତୀୟ ସେନାଙ୍କ ଅଭୂତପୂର୍ବ ତ୍ୟାଗ, ସାହସ ଓ ଦୁଃସାହସିକତା ପ୍ରତି ସମ୍ମାନ ଓ ସ୍ମୃତିସ୍ୱରୂପ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଭାରତର ସୁରକ୍ଷା ପାଇଁ ସେନାର ଅଗାଢ ପରିଶ୍ରମକୁ ସମ୍ମାନ ଦେବା ଓ ନାଗରିକଙ୍କ ମଧ୍ୟରେ ଦେଶପ୍ରେମ ଓ ସୁରକ୍ଷା ଜ୍ଞାନ ବୃଦ୍ଧି କରିବା ।ଜିଲ୍ଲାପାଳ ଅନ୍ୟା ଦାସ ପତାକା ପ୍ରଦର୍ଶନ କରି ରାଲିର ଶୁଭାରମ୍ଭ କରିଥିଲେ। ସେ ଅପରେସନ ସିନ୍ଦୂରରେ ଭାରତୀୟ ସେନାଙ୍କ ପରାକ୍ରମ ପ୍ରଶଂସା କରି ସେମାନଙ୍କ ପ୍ରତି ଅଭିନନ୍ଦନ ଜଣାଇଥିଲେ ଓ ସାଧାରଣ ଜନତାଙ୍କୁ ସେନାଙ୍କ ମନୋବଳ ବୃଦ୍ଧି ପାଇଁ ସଚେତନ ଓ ଉତ୍ସାହିତ କରିଥିଲେ।2 5 ପରାକ୍ରମ ରାଲି " ଅପରେସନ ସିନ୍ଦୂରରେ ଭାରତୀୟ ସେନାର ଗୌରବ ଗାଥାକୁ ସମ୍ମାନ

ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଦେଶର ସୁରକ୍ଷା ଓ ପ୍ରଗତି ପାଇଁ ନାଗରିକଙ୍କ ଏକତା ବଢ଼ାଇବା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ତ୍ରିରଙ୍ଗା ପରାକ୍ରମ ଶୋଭାଯାତ୍ରା ସୋନପୁର ରୋୟାଲ ପଡିଆରୁ ଆରମ୍ଭ ହୋଇ ବ୍ଲକ ଛକ, ଆମ୍ବେଦକର ଛକ, କଚେରୀ ଛକ, ବିଜୁପଟ୍ଟନାୟକ ଛକ, ନଳିନୀ ଛକ ମାର୍ଗରେ ଗତି କରି ନୂତନ ଟାଉନ ହଲ ପରିସରରେ ସମାପ୍ତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ସମେତ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ଜିଲ୍ଲା ଅଗ୍ନିଶମ ଅଧିକାରୀ, ଉପଜିଲ୍ଲାପାଳ, ପୌରପରିଷଦ ଅଧ୍ୟକ୍ଷା, ସ୍ଥାନୀୟ ଜନ ପ୍ରତିନିଧି, ସମସ୍ତ ସରକାରୀ ପଦାଧିକାରୀ ଓ କର୍ମଚାରୀ, ପୁଲିସ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ ସଂଘ କର୍ମକର୍ତ୍ତା, ଏନ.ସି.ସି, ଏନ.ଏସ.ଏସ., ରେଡକ୍ରସ, ପୌର ପରିଷଦ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ସ୍ୱୟଂ ସହାୟକ କର୍ମକର୍ତ୍ତା ଓ ଜିଲ୍ଲାର ସମସ୍ତ ବର୍ଗରୁ ବହୁ ସଂଖ୍ୟାରେ ଜନସାଧାରଣ ଅଂଶ ଗ୍ରହଣ କରିଥିଲେ।3 4 ପରାକ୍ରମ ରାଲି " ଅପରେସନ ସିନ୍ଦୂରରେ ଭାରତୀୟ ସେନାର ଗୌରବ ଗାଥାକୁ ସମ୍ମାନ

ଅନୁଷ୍ଠିତ ଶୋଭାଯାତ୍ରା ଏସପି, ଏ.ଡି.ଏମ, ବୀରମହାରାଜପୁର ଉପ ଜିଲ୍ଲାପାଳ , ସୋନପୁର ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିବାବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ମନୋରଞ୍ଜନ ତ୍ରିପାଠୀ, ଅବିନାଶ ହୋତା ପ୍ରମୁଖ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...