ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡ଼ା, (୦୯/୦୩) : ପରିତ୍ୟକ୍ତ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର । ନୂଆପଡ଼ା ଖଡ଼ିଆଳ ଥାନା ଭୂଳିଆସିକୁଆଁ ଗାଁରେ ଅଭାବନୀୟ ଘଟଣା ଘଟିଛି ।
ମୃତଦେହ ଉଦ୍ଧାର କଲା ଅଗ୍ନିଶମବାହିନୀ ଓ ପୋଲିସ । କେହି ମାରିକି କୂଅକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାର ତଦନ୍ତ କରୁଛି ଖଡ଼ିଆଳ ଥାନା ପୋଲିସ। ମୃତ ଯୁବକ ବଙ୍ଗୋମୁଣ୍ଡା ଥାନା ବେଲପଡ଼ା ଗାଁର ରଥ ମେହେର ବୋଲି ଜଣାପଡିଛି l ଗତ କିଛି ଦିନ ହେଲା ନିଖୋଜ ଥିଲେ ଯୁବକ। ଆଜି ସକାଳୁ ଭୁଲିଆସିକୁଆଁ ଗାଁ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରେ ଯୁବକଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ l ଖଡିଆଳ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରିଛନ୍ତି l ପରେ ପୋଲିସ ମୃତଦେହକୁ ବ୍ୟବଛେଦ ପାଇଁ ଖଡିଆଳ ଉପଖଣ୍ଡ ଡାକ୍ତରଖାନାକୁ ପଠେଇବା ସହ ଘଟଣାର ତଦନ୍ତ ଜାରି ରଖିଛି l