32.9 C
Balāngīr
Friday, April 25, 2025

ପରିତ୍ୟକ୍ତ ଖୋଲା କୂଅକୁ ପଙ୍କ ଉଦ୍ଧାର କରି କାର୍ଯ୍ୟକ୍ଷମ କଲା ସ୍ବେଛାସେବୀ ଜନମୁକ୍ତି ଅନୁଷ୍ଠାନ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ମୁରିବାହାଲ ୨୬.୩- ଆପ୍ର): ମୁରିବାହାଲ ବ୍ଲକ୍ ଗୁଡିଘାଟ ଗ୍ରାମପଞ୍ଚାୟତର ଅନ୍ତର୍ଗତ ବିଜାମାଲ ଗ୍ରାମରେ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ପ୍ରକ୍ରିୟା ଦୀର୍ଘ ଦିନରୁ ଶେଷ ହୋଇ ନ ଥିବା ବେଳେ ସେହି ଗ୍ରାମର ବାସିନ୍ଦା ନାହିଁ ନଥିବା ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହୋଇଥାନ୍ତି l ଗଣ ମାଧ୍ୟମରେ “ବିଜାମାଲ ଗ୍ରାମରେ ବସୁଧା ଯୋଜନା ଫେଲ୍”ଶୀର୍ଷକ ଖବର ପ୍ରକାଶିତ ପାଇଥିଲା l

3a23f023 71a0 4c6f b267 d185ab08a559 ପରିତ୍ୟକ୍ତ ଖୋଲା କୂଅକୁ ପଙ୍କ ଉଦ୍ଧାର କରି କାର୍ଯ୍ୟକ୍ଷମ କଲା ସ୍ବେଛାସେବୀ ଜନମୁକ୍ତି ଅନୁଷ୍ଠାନଖବର ପ୍ରକାଶିତ ହେଲାପରେ ସେଚ୍ଛେସେବୀ ଜନମୁକ୍ତି ଅନୁଷ୍ଠାନ ସମ୍ପାଦକ ଶ୍ରୀ ଭଜରାମ ସାହୁଙ୍କ ପ୍ରଚେଷ୍ଟାରେ ଏବଂ ଗ୍ରାମ ବାସୀଙ୍କ ଅନୁରୋଧ କ୍ରମେ ଏହାର ସାମୟିକ ସମାଧାନ ଲାଗି ପ୍ରୟାସ ଆରମ୍ଭ କରିଥିଲେ| ଗାଁରେଥିବା ପରିତ୍ୟକ୍ତ ଖୋଲା କୂଅ ହ୍ରଦ ଓ ଦୂଷିତ ଜଳକୁ ସଫା କରିବା ସହିତ କୂପର ନିର୍ମାଣ ଲାଗି ଯୋଜନା କରିଥିଲେ l ଯୋଜନା ଅନୁଯାୟୀ ଏଥିରେ ୨୫ ଗୋଟି କଂକ୍ରିଟ ରିଙ୍ଗ ଓ ଚାନ୍ଦିନୀ ନିର୍ମାଣ ସହିତ ସମୁଦାୟ ୫୦ ହଜାର ଟଙ୍କାର ବଜେଟ ଅଟକଳ ରହିଥିଲା l ଏଥି ପାଇଁ ଜନମୁକ୍ତି ଅନୁଷ୍ଠାନ ଦାତବ୍ୟ ସଂସ୍ଥା ରିଲାଏନ୍ସ ଫାଉଣ୍ଡେସନର ସହାୟତା ଲୋଡିଥିଲା ଏବଂ ଅନୁମୋଦିତ ଉକ୍ତ ରାଶି ଜରିଆରେ ସାମୟୀକ ଭାବେ ଗ୍ରାମବାସୀଙ୍କ ପାନୀୟ ଜଳକଷ୍ଟ ଦୂର କରିପାରିଛି |

ପ୍ରକାଶ ଥାଉକି ଜଳ କଷ୍ଟ ପାଇଁ ଏହି ଗ୍ରାମ ସର୍ବଦା ଚର୍ଚ୍ଚା ରେ ଆସିଥାଏ l ଏହି ବର୍ଷ ମଧ୍ୟ ସେମାନେ ପାନୀୟ ସମସ୍ୟାର ସମ୍ମଖୀନ ଥିଲେ l ଜନମୁକ୍ତି ଅନୁଷ୍ଠାନର ପ୍ରୟାସ ଲାଗି ସେମାନେ ଗୋଟିଏ କୂପରୁ ପାନୀୟ ଜଳ ପାଇପାରି ସେହି ସମସ୍ୟାର ସାମୟିକ ସମାଧାନ କରିପାରିଥିବା ହେତୁ ଆଶ୍ୱସ୍ତି ସହିତ ଜନମୁକ୍ତି ଅନୁଷ୍ଠାନ ଓ ରିଲାଏନ୍ସ ଫାଉଣ୍ଡେସନର ଆଶୁ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରୁଛନ୍ତି l

ଏହି କାର୍ଯ୍ଯରେ ଜନମୁକ୍ତି ଅନୁଷ୍ଠାନର ସିଭିଲ ଇଞ୍ଜିନିୟର ଉମାକାନ୍ତ ରାଉତରାୟ, ଏକ୍ସଟେନସନ୍ ୱାର୍କର୍ ହିମାଂଶୁ ପଣ୍ଡା, କାର୍ଯ୍ଯକ୍ରମ ସଂଯୋଜକ ବିକାଶ ଥପା,ଗ୍ରାମର,ଥବିର ସ।, ନରୋତ୍ତମ ମାଝୀ, ପୁରୁଷୋତ୍ତମ ଭୋଇ, ଦାମୋଦର ମୁଦୁଲି ସହିତ ଗ୍ରାମ୍ୟ କମିଟିର ସଦସ୍ୟ/ସଦସ୍ୟା ସହଯୋଗ କରିଥିଲେ | ବସୁଧା ଯୋଜନାର କାର୍ଯ୍ୟକାରିତା ଓ ଜଳ ଯୋଗାଣକୁ ଏବେ ମଧ୍ୟ ଗ୍ରାମ ବାସୀ ଚାହିଁ ରହିଛନ୍ତି|କେବେ ହେଉଛି କାର୍ଯ୍ୟକ୍ଷମ ବସୁଧା ଯୋଜନା ଦେଖିବାକୁ ବାକିରହିଲା |

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...