ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୦୩/୦୩) : ଯାଜପୁର ରୋଡ ମିଲିଟାରି ଛକ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ଜଣେ ବୃଦ୍ଧଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ପରିତ୍ୟକ୍ତ ଘରେ ବୃଦ୍ଧଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଯାଜପୁର ରୋଡ ଥାନା ମିଲିଟାରି ଛକ ନିକଟ ପରିତ୍ୟକ୍ତ ଘରେ ବୃଦ୍ଧଙ୍କୁ ଗଳାକାଟି ହତ୍ୟା କରାଯାଇଛି ଏବଂ ବୃଦ୍ଧଙ୍କୁ ହତ୍ୟା ସନ୍ଦେହରେ ଜଣକୁ ଥାନାରେ ଅଟକ ରଖାଯାଇଛି ବୋଲି ପୁଲିସ ଦେଇଛି । ମୃତକ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇ ଯାଜପୁର ରୋଡ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ।