32.9 C
Balāngīr
Sunday, July 20, 2025

ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ କଲେ କୋଶଲ ସେନାର ପ୍ରତିନିଧି ଦଳ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ସୁବର୍ଣ୍ଣପୁର , (୨୧/୦୬) ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର କୋଶଲ ସେନା ପକ୍ଷରୁ ଏକ ପ୍ରତିନିଧି ଦଳ ଡୁଙ୍ଗୁରିପାଲି, ସରଗୁଲ, ଶୁଖା ଚେରୁପାଲି ମଣ୍ଡିକୁ ପରିଦର୍ଶନ କରିଥିଲେ । କୋଶଲ ସେନାର ପ୍ରତିନିଧି ଦଳ ପ୍ରଥମେ ଡୁଙ୍ଗୁରିପାଲି ମଣ୍ଡି କୁ ଆସି ଚାଷୀ ସହିତ ଆଲୋଚନା କରି ତାଙ୍କର ସମସ୍ୟା ବୁଝିଥିଲେ।8ea7d5f3 6b33 4573 8a54 91f386e5bf4f ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ କଲେ କୋଶଲ ସେନାର ପ୍ରତିନିଧି ଦଳ

ଚାଷୀ ମାନଙ୍କର ଅଭିଯୋଗ ମୁତାବକ ଦୀର୍ଘ ସାତ ରୁ ଆଠ ଦିନ ହେବ ଧାନ ମଣ୍ଡି ରୁ ଉଠୁନାହିଁ ଯେଉଁଥିପାଇଁ ଚାଷୀ ମାନଙ୍କର ଟୋକନ ଲେପ୍ସ ହେବାରେ ବସିଲାଣି ତେଣୁ ଏହି ସମସ୍ୟା ଉପରେ ଡୁଙ୍ଗୁରିପାଲି ସେବା ସମବାୟ ସମିତି ର ସେକ୍ରେଟେରି ଙ୍କର ସହ ଆଲୋଚନା କରିଥିଲେ। ତାଙ୍କର କହିବା ମୁତାବକ କାଲି ସୁଦ୍ଧା ପ୍ରାୟ ଅଧା ରୁ ଅଧିକ ଧାନ ଉଠିବ ବୋଲି ସେ ପ୍ରତିଶୃତି ଦେଇଥିଲେ। କୋଶଲ ସେନାର ସଦସ୍ୟ ମାନେ ଆର ଏମ ସି ସେକ୍ରେଟାରୀ ପାଖକୁ ଯାଇ ଆର ଏମ ସି ରେ ଥିବା ଗୋଦାମରେ ଚାଷୀ ର ଧାନ ରଖିବା ପାଇଁ କହିଥିଲେ। ଦାବି ମୁତାବକ ଗୋଦାମ ରେ ଚାଷୀମାନେ ଧାନ ରଖିପାରିବେ ବୋଲି କହିଥିଲେ।372f4ba3 1045 4d46 8ef7 bf5ba1148b86 ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ କଲେ କୋଶଲ ସେନାର ପ୍ରତିନିଧି ଦଳ କୋଶଲ ସେନ ପକ୍ଷରୁ ମୃତୁଞ୍ଜୟ ମିଶ୍ର, ସରୋଜ ପଧାନ,ଯଦୁମଣି କୁଦେଇ, ମୁରଲୀ ପଧାନ, ଯୁଧିଷ୍ଠିର ଭୁଏ ପ୍ରମୁଖ ମଣ୍ଡି ରେ ଚାଷୀ ଙ୍କର ସମସ୍ୟା ବୁଝି ପ୍ରଶାସନ ସହିତ ଆଲୋଚନା କରିଥିଲେ। ଯଦି ଦିନେ ଦୁଇ ଦିନ ମଧ୍ୟ୍ୟ ରେ ଚାଷୀ ସମସ୍ୟା ସମାଧାନ ନହେଲେ ରାଜ ରାସ୍ତା ରେ ପ୍ରତିବାଦ କରାଯିବ ବୋଲି କୋଶଳ ସେନା ର ସଦସ୍ୟ ମାନେ କହିଥିଲେ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...