32.9 C
Balāngīr
Sunday, July 20, 2025

ପରିବାର ଲୋକ ଙ୍କ ଗୁରୁତର ଅଭିଯୋଗ : ବଡବଡିଆ ଲୋକଙ୍କ ଯିବା ଆସିବା ସହ ବ୍ଲାକମ୍ୟାଲିଂ

Must read

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୧୯/୧୦) : କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗର ସନସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାକୁ ୧୧ ଦିନ ବିତିଯାଇଥିଲେ ବି ତାଙ୍କର ପତ୍ତା ମିଳିନାହିଁ । ଏପଟେ ମମିତାଙ୍କ ପରିବାର ଲୋକ ଙ୍କ ତରଫରୁ ଗୁରୁତର ଅଭିଯୋଗ ଆସୁଛି |

ଏଭଳି ସ୍ଥଳେ ନିଖୋଜ ମାମଲାରେ ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ରବିବାର ରାତିରେ ଟିଟିଲାଗଡ଼ ପୋଲିସ ବାରାକ୍‌ରୁ ଫେରାର ହୋଇ ଯାଇଥିଲେ । ଏଥିରୁ ମମିତା ଙ୍କ ନିଖୋଜ ପଛରେ ସୁଚିନ୍ତିତ ଯୋଜନା ରହିଥିବା ସନ୍ଦେହ କରାଯାଇଥିଲା ଓ ପରିବାର ଲୋକ ଙ୍କ ତରଫରୁ ମଧ୍ୟ ଅଭିଯୋଗ ହୋଇଥିଲା । ଏହା ସହ ଗୋବିନ୍ଦଙ୍କୁ କୋର୍ଟ ଚାଲାଣ କରା ନ ଯାଇ କାହିଁକି ୪ ଦିନ ଧରି ଅଟକ ରଖା ଯାଇଥିଲା ? ଏହି ଘଟଣାରେ କେଉଁମାନଙ୍କ ସମ୍ପୃକ୍ତି ଥିବା ନେଇ ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା କେତେ ସତ ? ସେନେଇ ଅନେକ ପ୍ରଶ୍ନ ଉଠିଥିଲା ।

ବଲାଙ୍ଗୀର ଜିଲା ତୁରେକେଲା ଥାନା ଝରଣୀ ଗ୍ରାମର ମମିତା ଗତ ୮ ତାରିଖରୁ ନିଖୋଜ ହୋଇ ଯାଇଛନ୍ତି । ମମିତାଙ୍କ ମା’ ତୁଳସୀ ମେହେରଙ୍କ କହିବାନୁଯାୟୀ, ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଗତ ୭ ତାରିଖରେ ମମିତାଙ୍କୁ ଫୋନ୍‌ କରିଥିଲେ । ମିଟିଂ ଥିବା କହି ସ୍କୁଲକୁ ଆସିବାକୁ କହିଥିଲେ । ୮ ତାରିଖ ସକାଳେ ଝରଣୀରୁ ମମିତା ମହାଲିଙ୍ଗ ଅଭିମୁଖେ ବାହାରିଥିଲେ । ଝରଣୀ ରୁ କଣ୍ଟାବାଞ୍ଜି ଆସିବା ପରେ ସକାଳ ପ୍ରାୟ ୫.୪୫ ରେ କଣ୍ଟାବାଞ୍ଜି ବସ୍‌ଷ୍ଟାଣ୍ଡ ରୁ ମମିତା ମହାଲିଙ୍ଗ ଅଭିମୁଖେ ଯାଉଥିବା ବସ୍‌ରେ ବସିଥିଲେ । ପରେ ମମିତାର କୌଣସି ପତ୍ତା ମିଳିନଥିଲା ।

ଏ ନେଇ ମମିତାଙ୍କ ଭାଇ ବଣ୍ଟି ମେହେର ଗତ ୧୩ ତାରିଖରେ ସିନ୍ଧେକେଲା ଥାନାରେ ଏତଲା କରିଥିଲେ । ଅଭିଯୋଗ ପାଇବା ପରେ ସିନ୍ଧେକେଲା ଥାନା ପୋଲିସ ଏ ସଂକ୍ରାନ୍ତରେ ଆଇପିସି ଦଫା ୩୬୬(ଅପହରଣ)ରେ ଏକ ମାମଲା (୯୭/୨୦୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ୧୪ ତାରିଖରେ ସିନ୍ଧେକେଲା ପୋଲିସ ଗୋବିନ୍ଦଙ୍କୁ ପଚରାଉଚରା ପାଇଁ ଥାନାକୁ ଆଣି ଅଟକ ରଖିଥିଲା । ସନ୍ଦେହ ବଢ଼ିବାରୁ ଭୁବନେଶ୍ୱରରେ ଗୋବିନ୍ଦଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ପୋଲିସ ଯୋଜନା କରିଥିଲା ।

ଅଧିକ ପଚରାଉଚରା କରିବା ପାଇଁ ଗୋବିନ୍ଦଙ୍କୁ ରବିବାର ସିନ୍ଧେକେଲା ଥାନାରୁ ଅଣାଯାଇ ଟିଟିଲାଗଡ଼ ଥାନା ପଛପଟ ବାରାକ୍‌ରେ ରଖାଯାଇଥିଲା । ୪ ଜଣ ପୋଲିସ ସୁରକ୍ଷା କର୍ମୀ ଏବଂ ଜଣେ ପୋଲିସ ଅଧିକାରୀ ତାଙ୍କ ଦାୟିତ୍ୱରେ ରହିଥିଲେ । ହେଲେ ରାତି ପ୍ରାୟ ୯ ଟାରେ ହାତ ଧୋଇ ଆସୁଛି କହି ଗୋବିନ୍ଦ ସେଠାରୁ ଚମ୍ପଟ୍‌ ମାରିଥିଲେ । ଅନୁସନ୍ଧାନି କୁକୁର ଏକ ବାଡ଼ ଦେଇଥିବା ଓ ସେ କାନ୍ଦି କାନ୍ଦି ଜୋର ରେ ଚାଲି ଚାଲି ଯାଉଥିଲା ବୋଲି କିଛି ଲୋକେ ପୋଲିସ କୁ ଜଣେଇଥିଲେ ।

ଏହି ଖବର ଜଣାପଡ଼ିବା ପରେ ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକରଙ୍କ ନିର୍ଦ୍ଦେଶରେ ଟିଟିଲାଗଡ଼ ସହର ଏବଂ ଆଖପାଖ ଅଞ୍ଚଳରେ ନାକାବନ୍ଦୀ କରାଯିବା ସହ ବିଭିନ୍ନ ସ୍ଥାନରେ ଯାଞ୍ଚ ଓ ଚଢ଼ାଉ କରାଯାଇଥିଲା । ଗୋବିନ୍ଦଙ୍କୁ ଠାବ କରିବା ପାଇଁ ଏସ୍‌ପି କୁଶଲକର ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲେ । ଗୋବିନ୍ଦ ସାହୁଙ୍କ ବାବଦରେ ସୂଚନା ଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ପୋଲିସ ପକ୍ଷରୁ ଘୋଷଣା କରାଯାଇଥିଲା ।

ଗୋବିନ୍ଦଙ୍କୁ ମୋଷ୍ଟ ୱାଣ୍ଟେଡ୍‌ ଘୋଷଣା କରାଯିବା ପରେ ପ୍ରଥମେ ତାଙ୍କ ସଂପର୍କରେ ସୂଚନା ଦେଲେ ୨୦,୦୦୦ ଟଙ୍କା ପୁରସ୍କାର ମିଳିବ ବୋଲି କୁହାଯାଇଥିଲା । ପରେ ଏହି ପୁରସ୍କାର ରାଶିକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏଥିସହ ଗୋବିନ୍ଦ ସାହୁଙ୍କ ପୋଷ୍ଟର୍‌ ଜାରି କରିଥିଲା ପୋଲିସ । ବର୍ତ୍ତମାନ ପରିବାର ଲୋକେ ମୃତା ଙ୍କ ତିନି ଜଣ ସାଙ୍ଗ ଓ ବଡ ବଡ଼ିଆ ଲୋକେ ଦାୟୀ ବୋଲି ଗୁରୁତର ଅଭିଯୋଗ କରିବା ସହ ବ୍ଲାକମ୍ୟାଲିଂ ଦୀର୍ଘଦିନ ଧରି ଏପରି ଅନେକ ଝିଅ ଙ୍କ ଜୀବନ ବର୍ବାଦ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ।

ଉକ୍ତ ଅଭିଯୁକ୍ତ ବିନା ପାଠ ପଢ଼ାରେ ପାସ କରେଇବା ସହ ମାର୍କ ବଢ଼େଇ ଦେବା କହି ଏଭଳି ନିନ୍ଦନୀୟ କାର୍ଯ୍ୟ କରୁଥିବା ନେଇ ବିଗତ ଦିନରେ ଅଭିଯୋଗ ହୋଇ ମାମଲା ରୁଜ୍ଜୁ ହୋଇଥିବା ଓ ପରେ ପୁନଃ ଘଟଣା ଚପେଇ ତାର ପୂର୍ବବତ ଏ ସବୁ କାର୍ଯ୍ୟକଳାପ ଚଳାଇଥିବା ଚର୍ଚ୍ଚା ଜୋର ଧରିଥିଲା । ଅନେକ ଝିଅ ଙ୍କୁ ବସ ରେ କଟକ,ଭୁବନେଶ୍ୱର କୁ ନା,ନା ଆଳରେ ପଠେଇବା ତଥା ଦାମୀ ଓ ବଡ ବଡ ବ୍ୟକ୍ତି ଏ ଅଞ୍ଚଳକୁ କାର ରେ ଆସୁଥିବା ପରି ଗୁରୁତର ଅଭିଯୋଗ ପରିବାର ତରଫରୁ ହୋଇଛି ।

ଅନ୍ୟ ପକ୍ଷରେ କୌଣସି ସୂତ୍ରରୁ ସୂଚନା ପାଇ ପୋଲିସ ମଙ୍ଗଳବାର ସକାଳେ ସ୍କୁଲ ଷ୍ଟାଡିୟମରେ ଖୋଜାଖୋଜି ଆରମ୍ଭ କରିଥିଲା । ଜେସିବି ସାହାଯ୍ୟରେ ଖୋଳାଖୋଳି ଆରମ୍ଭ କରିଥିଲା ବେଳେ ମାତ୍ର ୩ ଘଣ୍ଟା ପରେ ୮-୧୦ ଫୁଟ ତଳୁ ଏକ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ପୋଡି ଯାଇଥିବାରୁ ତାହାକୁ ଚିହ୍ନିବା କଷ୍ଟକର ହୋଇ ପଡ଼ିଛି । ଉକ୍ତ ସ୍ଥାନକୁ ପୋଲିସ ଚାରିପଟୁ ସିଲ କରି ଦେଇଛି । ଘଟଣାସ୍ଥଳରୁ ମୃତଦେହ ବାଦ ଏକ ଧୂପକାଠି, ପାଉଁଜି, ସୁନା ଚେନ, ବ୍ରେସ୍‌ଲେଟ, ମୁଦି ଆଦି ସାମଗ୍ରୀ ଜବତ ହୋଇଛି ।

ଶବଟି ମମିତାଙ୍କର କି ନୁହେଁ ସେନେଇ ତନାଘନା ଆରମ୍ଭ ହୋଇଯାଇଛି । ମମିତାଙ୍କ ପରିବାର ଲୋକଙ୍କୁ ଶବ ଚିହ୍ନଟ ପାଇଁ ଡକାଯାଇଛି । ତେବେ ଶବଟି ପୋଡି ଯାଇଥିବାରୁ ଚିହ୍ନିବା କଷ୍ଟକର ହୋଇପାରେ । ତେବେ ଡିଏନଏ ଟେଷ୍ଟ କରାଯିବା ପରେ କିଛି ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । କିନ୍ତୁ ପାରିପାଶ୍ୱିର୍କ ସ୍ଥିତିକୁ ଦେଖିଲେ ଯାହା ଆଶଙ୍କା କରାଯାଉଛି ଯେ, ଏହା ଏକ ଯୋଜନା ବଦ୍ଧ ହତ୍ୟା ଘଟଣା । ପରିବାର ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ତିନୋଟି ଝିଅ ଓ ଉକ୍ତ ଅଭିଯୁକ୍ତ ଯୋଗୁଁ ଆମ ଝିଅ ମଲା ଏ ନେଇ ତଦନ୍ତ ସହ ନିରପେକ୍ଷ ତଦନ୍ତ ଦାବି କରାଯାଉଛି ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...